Odisha Elections 2024

ତାଇଓ୍ବାନ୍‌ ଯିବେ ନାନ୍ସି

ଓ୍ବାଶିଂଟନ୍‌/ବେଜିଂ, ୨୮ା୭: ସ୍ବୟଂଶାସିତ ତାଇଓ୍ବାନ ଉପରେ ପଡ଼ୋଶୀ ଚାଇନା ଦଖଲ ପାଇଁ ନଜର ପକାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବାବେଳେ ଆମେରିକା ହସ୍ତକ୍ଷେପ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସି ନିକଟ ଭବିଷ୍ୟତରେ ତାଇଓ୍ବାନ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ପ୍ରସ୍ତାବିତ ଗସ୍ତ ନେଇ ସେ ଘୋଷଣା କରିବା ପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇ ଓ୍ବାଶିଂଟନ୍‌କୁ ଖୋଲାଖୋଲି ଧମକ ଦେଇଛି।
ତାଇଓ୍ବାନକୁ ବେଜିଂ ନିଜର ବୋଲି ଦାବି କରି ବାରମ୍ବାର ନାଲିଆଖି ଦେଖାଉଛି। ଅନେକ ସମୟରେ ଚାଇନାର ଯୁଦ୍ଧବିମାନଗୁଡ଼ିକ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ଉତ୍ତେଜନା ବୃଦ୍ଧିର କାରଣ ହୋଇଛି। ଏଭଳି ସମୟରେ ନାନ୍ସିଙ୍କ ଗସ୍ତ କାର୍ଯ୍ୟକ୍ରମ ଆମେରିକା ଓ ଚାଇନା ବିବାଦକୁ ଆହୁରି ତିକ୍ତ କରିଛି। ଉଚ୍ଚ ର଼୍ୟାଙ୍କ୍‌ର ଜଣେ ଆମେରିକୀୟ ରାଜନେତା ଏହି ଦ୍ୱୀପକୁ ଗସ୍ତ କଲେ ଚାଇନା ବାଧ୍ୟ ହୋଇ ସାମରିକ କାର୍ଯ୍ୟାନୁଷ୍ଠାନ ନେବ ଏବଂ ଏହାର ଭୟଙ୍କର ପରିଣାମ ଆମେରିକା ଭୋଗିବ ବୋଲି ବେଜିଂ ଚେତାବନୀ ଦେଇଛି। ଚାଇନା ସୈନ୍ୟ ଆକ୍ରମଣ ଭଳି ପଦକ୍ଷେପ ନେଲେ ଦୁଇ ବିଶ୍ୱଶକ୍ତି ମୁହଁାମୁହିଁ ସ୍ଥିତିକୁ ଆସିବା ଆଶଙ୍କା ରହିଛି। ଯଦି ଚାଇନା ଧମକରେ ଆମେରିକା ନାନ୍ସିଙ୍କ ଗସ୍ତ ବାତିଲ କରେ, ତେବେ ବେଜିଂ ସାମ୍‌ନାରେ ଓ୍ବାଶିଂଟନ୍‌ ବ୍ୟାକ୍‌ଫୁଟ୍‌କୁ ଚାଲିଆସିବ ବୋଲି କୁହାଯିବ। ଫଳରେ ଚାଇନା ଆମେରିକାକୁ ଦୁର୍ବଳ ବିବେଚନା କରିପାରେ। ପୂର୍ବ ଏସୀୟ ରାଷ୍ଟ୍ର ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ଚାଇନା ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି କରିସାରିଥିବ। ସେତେବେଳକୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ପୂର୍ଣ୍ଣ ସକ୍ଷମ ହୋଇଯାଇଥିବ ବୋଲି କହି ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରୀ ଚିଉ କୁଓ-ଚାଙ୍ଗ୍‌ ଚିନ୍ତା ବ୍ୟକ୍ତ କରିଛନ୍ତି। ଆଗକୁ ତାଇଓ୍ବାନ ପାଇଁ ଗମ୍ଭୀର ଓ ବିପଜ୍ଜନକ ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌ ଓ୍ବେନ ନିଜ ୬ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ଏକ ଯୁଦ୍ଧଜାହାଜରେ ନୌସେନାର ସମରାଭ୍ୟାସ ଦେଖିବା ସହ ଚାଇନାକୁ କଡ଼ା ସନ୍ଦେଶ ଦେଇଛନ୍ତି। ଏଥିସହ ଦେଶପ୍ରତି ନିଜ ସେନାର ପ୍ରତିବଦ୍ଧତାକୁ ସେ ଉଚ୍ଚପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ଏମ୍‌ପି ନାନ୍ସି ତାଇଓ୍ବାନ ଗସ୍ତ ବେଳେ ତାଙ୍କ ସୁରକ୍ଷା ଚିନ୍ତାରେ ଆମେରିକା ସେନା ଯୋଜନା ପ୍ରସ୍ତୁତ କରୁଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଓ୍ବାଶିଂଟନ୍‌ ସୈନ୍ୟ ଗତିବିଧି ବଢ଼ାଇବା ପ୍ଲାନ୍‌ କରିଛି। ୧୯୯୭ ପରଠୁ ଆମେରିକାର କୌଣସି ଉଚ୍ଚପଦବୀରେ ଥିବା ପ୍ରଥମ ରାଜନେତା ଭାବେ ନାନ୍ସି ତାଇଓ୍ବାନ ଗସ୍ତ କରିବେ।

ନାନ୍ସିଙ୍କ ଚାଇନା ବିରୋଧୀ ଆଭିମୁଖ୍ୟ

ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ପରେ ୟୁଏସ୍‌ ପ୍ରତିନିଧି ସଭାର ସ୍ପିକର ନାନ୍ସି ପେଲୋସି ସବୁଠୁ କ୍ଷମତାଶାଳୀ ବ୍ୟକ୍ତି। ସେ ଚାଇନାର ଜଣେ ବଡ଼ ସମାଲୋଚକ। ୧୯୮୯ ଗଣତନ୍ତ୍ର ସପକ୍ଷବାଦୀଙ୍କ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ନାନ୍ସି ଏକଦା ବେଜିଂର ତିଆନମେନ ସ୍କୋୟାରରେ ଏକ ବ୍ୟାନର ଉତ୍ତୋଳନ କରିଥିଲେ। ୨୦୧୯ରେ ହଂକଂରେ ଗଣତନ୍ତ୍ର ଶାସନ ସମର୍ଥନରେ ହୋଇଥିବା ବିକ୍ଷୋଭକୁ ସମର୍ଥନ କରିବା ପରେ ନାନ୍ସିଙ୍କୁ ବେଜିଂ କଡ଼ା ସମାଲୋଚନା କରିଥିଲା। ତାଇଓ୍ବାନକୁ ଆମେରିକା ସହାୟତା ଓ ସମର୍ଥନ ଦେବା ଜରୁରୀ ବୋଲି ଗତ ସପ୍ତାହରେ ନାନ୍ସି କହିଥିଲେ। ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ବେଜିଂର ଧମକକୁ ଖାରଜ କରିବା ସହ ନାନ୍ସିଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଉଦାରବାଦୀ ନୀତିକୁ ସମର୍ଥନ କରି ଆସୁଛି। ଏହାକୁ ଚାଇନା ସହ୍ୟ କରିପାରୁନାହିଁ।

ଆଜି ବାଇଡେନ୍‌-ଜିନ୍‌ପିଙ୍ଗ ଆଲୋଚନା

ତାଇଓ୍ବାନକୁ ନେଇ ଆମେରିକା ଓ ଚାଇନା ସମ୍ପର୍କ ବିଗିଡ଼ିବାରେ ଲାଗିଥିବାବେଳେ ଗୁରୁବାର ଏହି ଦୁଇ ଦେଶର ରାଷ୍ଟ୍ରପତି ଆଲୋଚନା କରିବେ। ୪ ମାସ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା ହେବ। ଗତ ମାର୍ଚ୍ଚରେ ଉଭୟେ ଫୋନ୍‌ କଲ୍‌ ଯୋଗେ କଥା ହୋଇଥିବାବେଳେ ସେତେବେଳେ ମଧ୍ୟ ତାଇଓ୍ବାନ ପ୍ରମୁଖ ପ୍ରସଙ୍ଗ ଥିଲା। ଏହାସହ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପ୍ରସଙ୍ଗ ମଧ୍ୟ ସ୍ଥାନିତ ହୋଇଥିଲା।

ଚାଇନା-ତାଇଓ୍ବାନ ବିବାଦ କ’ଣ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଚାଇନା ଓ ତାଇଓ୍ବାନ ମଧ୍ୟରେ ଅସ୍ଥିରତା ଜାରି ରହିଛି। ଚାଇନାର ମୁଖ୍ୟ ଭୂମିରେ କମ୍ୟୁନିଷ୍ଟ ପାର୍ଟି ଓ ନ୍ୟାଶନାଲିଷ୍ଟ ପାର୍ଟି ମଧ୍ୟରେ ବିବାଦ ଲାଗି ରହିଥିଲା। ମାଓ ଜେଡୋଙ୍ଗ୍‌ଙ୍କ ନେତୃତ୍ୱରେ ୧୯୪୯ରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ବେଜିଂକୁ କବ୍‌ଜା କରିନେଇଥିଲା। ଏହା ପରେ ଚାଇନାରେ ଗଣତନ୍ତ୍ର ଚାହୁଁଥିବା ନ୍ୟାଶନାଲିଷ୍ଟ ପାର୍ଟି କୁଓମିନ୍‌ତାଙ୍ଗ୍‌ ଓ ଏହାର ସମର୍ଥକଙ୍କ ସମେତ ବହୁସଂଖ୍ୟାରେ ଲୋକ ମଧ୍ୟ ଦକ୍ଷିଣ-ପଶ୍ଚିମରେ ଥିବା ତାଇଓ୍ବାନ ଦ୍ୱୀପକୁ ପଳାଇଥିଲେ। ସେଠାରେ ଅଧିକାଂଶ ସମୟରେ କୁଓମିନ୍‌ତାଙ୍ଗ୍‌ ଦଳର ହିଁ ଶାସନ ଚାଲିଛି। ଚାଇନା ଆବଶ୍ୟକ ପଡ଼ିଲେ ସେନା ସହାୟତାରେ ଜବରଦସ୍ତି ତାଇଓ୍ବାନ୍‌କୁ କବ୍‌ଜା କରାଯାଇପାରିବ ବୋଲି କହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନାକୁ ମିଳିଲା ଇରାନ ରାଷ୍ଟ୍ରପତିଙ୍କ ମୃତ ଦେହ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଇରାନର ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଧ୍ୱଂସାବଶେଷ ସେନାକୁ ମିଳିଛି।...

ରାଷ୍ଟ୍ରପତି ଇବ୍ରାହିମ ରଇସଙ୍କ ମୃତ୍ୟୁ ପରେ କିଏ ସମ୍ଭାଳିବେ ଏହି ପଦ? କ’ଣ କହୁଛି ସମ୍ବିଧାନ

ତେହେରାନ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଇରାନର ଉଦ୍ଧାରକାରୀ ଦଳ ରେଡ କ୍ରେସେଣ୍ଟ ଘଣ୍ଟା ଘଣ୍ଟା ପରିଶ୍ରମ...

ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ

ତେହେରାନ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଆଉ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ହୁସେନ ଆମୀର...

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ସୌଦି କିଙ୍ଗ ସଲମାନ ଅସୁସ୍ଥ

ରିୟାଦ,୨୦।୫: ସୌଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ ସାଉଦଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଛି। ସେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ...

ଶେଷରେ ଈଶ୍ୱର ଦେଲେ ଦଣ୍ଡ, ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଇସ୍ରାଏଲ୍‌ରେ ଖୁସିର ମାହୋଲ

ଜେରୁଜେଲମ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାୟାନଙ୍କ ପରଲୋକ ଘଟିଛି। ଏଥି ସହିତ ଇସ୍ରାଏଲର ଧାର୍ମିକ ନେତାମାନେ...

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ, ଇରାନ ରାଷ୍ଟ୍ରପତି ମୃତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି।ଆଜରବଇଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ...

୧୭ ଘଣ୍ଟା ପରେ ମିଳିଲା ଇରାନ ରାଷ୍ଟ୍ରପତି ରଇସିଙ୍କ ହେଲିକପ୍ଟର ଠାବ, ମିଳିନି ରାଷ୍ଟ୍ରପତିଙ୍କ ସନ୍ଧାନ

ନୂଆଦିଲ୍ଲୀ,୨୦।୫: ଇରାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଉଦ୍ଧାରକାରୀ ଦଳ ପାଇଛନ୍ତି। ତେବେ ରାଷ୍ଟ୍ରପତି ରଇସି ଏବଂ ହେଲିକପ୍ଟରରେ ତାଙ୍କ ସହ ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri