ତାଇଓ୍ବାନ୍‌ ଯିବେ ନାନ୍ସି

ଓ୍ବାଶିଂଟନ୍‌/ବେଜିଂ, ୨୮ା୭: ସ୍ବୟଂଶାସିତ ତାଇଓ୍ବାନ ଉପରେ ପଡ଼ୋଶୀ ଚାଇନା ଦଖଲ ପାଇଁ ନଜର ପକାଇଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଥିବାବେଳେ ଆମେରିକା ହସ୍ତକ୍ଷେପ ପାଇଁ ପ୍ରସ୍ତୁତ ହେଉଛି। ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସି ନିକଟ ଭବିଷ୍ୟତରେ ତାଇଓ୍ବାନ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ପ୍ରସ୍ତାବିତ ଗସ୍ତ ନେଇ ସେ ଘୋଷଣା କରିବା ପରେ ଚାଇନା ପ୍ରତିକ୍ରିୟାଶୀଳ ହୋଇ ଓ୍ବାଶିଂଟନ୍‌କୁ ଖୋଲାଖୋଲି ଧମକ ଦେଇଛି।
ତାଇଓ୍ବାନକୁ ବେଜିଂ ନିଜର ବୋଲି ଦାବି କରି ବାରମ୍ବାର ନାଲିଆଖି ଦେଖାଉଛି। ଅନେକ ସମୟରେ ଚାଇନାର ଯୁଦ୍ଧବିମାନଗୁଡ଼ିକ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ଉତ୍ତେଜନା ବୃଦ୍ଧିର କାରଣ ହୋଇଛି। ଏଭଳି ସମୟରେ ନାନ୍ସିଙ୍କ ଗସ୍ତ କାର୍ଯ୍ୟକ୍ରମ ଆମେରିକା ଓ ଚାଇନା ବିବାଦକୁ ଆହୁରି ତିକ୍ତ କରିଛି। ଉଚ୍ଚ ର଼୍ୟାଙ୍କ୍‌ର ଜଣେ ଆମେରିକୀୟ ରାଜନେତା ଏହି ଦ୍ୱୀପକୁ ଗସ୍ତ କଲେ ଚାଇନା ବାଧ୍ୟ ହୋଇ ସାମରିକ କାର୍ଯ୍ୟାନୁଷ୍ଠାନ ନେବ ଏବଂ ଏହାର ଭୟଙ୍କର ପରିଣାମ ଆମେରିକା ଭୋଗିବ ବୋଲି ବେଜିଂ ଚେତାବନୀ ଦେଇଛି। ଚାଇନା ସୈନ୍ୟ ଆକ୍ରମଣ ଭଳି ପଦକ୍ଷେପ ନେଲେ ଦୁଇ ବିଶ୍ୱଶକ୍ତି ମୁହଁାମୁହିଁ ସ୍ଥିତିକୁ ଆସିବା ଆଶଙ୍କା ରହିଛି। ଯଦି ଚାଇନା ଧମକରେ ଆମେରିକା ନାନ୍ସିଙ୍କ ଗସ୍ତ ବାତିଲ କରେ, ତେବେ ବେଜିଂ ସାମ୍‌ନାରେ ଓ୍ବାଶିଂଟନ୍‌ ବ୍ୟାକ୍‌ଫୁଟ୍‌କୁ ଚାଲିଆସିବ ବୋଲି କୁହାଯିବ। ଫଳରେ ଚାଇନା ଆମେରିକାକୁ ଦୁର୍ବଳ ବିବେଚନା କରିପାରେ। ପୂର୍ବ ଏସୀୟ ରାଷ୍ଟ୍ର ତାଇଓ୍ବାନ ଉପରେ ଆକ୍ରମଣ ପାଇଁ ଚାଇନା ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି କରିସାରିଥିବ। ସେତେବେଳକୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ପୂର୍ଣ୍ଣ ସକ୍ଷମ ହୋଇଯାଇଥିବ ବୋଲି କହି ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରୀ ଚିଉ କୁଓ-ଚାଙ୍ଗ୍‌ ଚିନ୍ତା ବ୍ୟକ୍ତ କରିଛନ୍ତି। ଆଗକୁ ତାଇଓ୍ବାନ ପାଇଁ ଗମ୍ଭୀର ଓ ବିପଜ୍ଜନକ ସ୍ଥିତି ସୃଷ୍ଟି ହେବାକୁ ଯାଉଛି। ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌ ଓ୍ବେନ ନିଜ ୬ ବର୍ଷ କାର୍ଯ୍ୟକାଳ ମଧ୍ୟରେ ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ଏକ ଯୁଦ୍ଧଜାହାଜରେ ନୌସେନାର ସମରାଭ୍ୟାସ ଦେଖିବା ସହ ଚାଇନାକୁ କଡ଼ା ସନ୍ଦେଶ ଦେଇଛନ୍ତି। ଏଥିସହ ଦେଶପ୍ରତି ନିଜ ସେନାର ପ୍ରତିବଦ୍ଧତାକୁ ସେ ଉଚ୍ଚପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ଏମ୍‌ପି ନାନ୍ସି ତାଇଓ୍ବାନ ଗସ୍ତ ବେଳେ ତାଙ୍କ ସୁରକ୍ଷା ଚିନ୍ତାରେ ଆମେରିକା ସେନା ଯୋଜନା ପ୍ରସ୍ତୁତ କରୁଛି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଓ୍ବାଶିଂଟନ୍‌ ସୈନ୍ୟ ଗତିବିଧି ବଢ଼ାଇବା ପ୍ଲାନ୍‌ କରିଛି। ୧୯୯୭ ପରଠୁ ଆମେରିକାର କୌଣସି ଉଚ୍ଚପଦବୀରେ ଥିବା ପ୍ରଥମ ରାଜନେତା ଭାବେ ନାନ୍ସି ତାଇଓ୍ବାନ ଗସ୍ତ କରିବେ।

ନାନ୍ସିଙ୍କ ଚାଇନା ବିରୋଧୀ ଆଭିମୁଖ୍ୟ

ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ପରେ ୟୁଏସ୍‌ ପ୍ରତିନିଧି ସଭାର ସ୍ପିକର ନାନ୍ସି ପେଲୋସି ସବୁଠୁ କ୍ଷମତାଶାଳୀ ବ୍ୟକ୍ତି। ସେ ଚାଇନାର ଜଣେ ବଡ଼ ସମାଲୋଚକ। ୧୯୮୯ ଗଣତନ୍ତ୍ର ସପକ୍ଷବାଦୀଙ୍କ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ନାନ୍ସି ଏକଦା ବେଜିଂର ତିଆନମେନ ସ୍କୋୟାରରେ ଏକ ବ୍ୟାନର ଉତ୍ତୋଳନ କରିଥିଲେ। ୨୦୧୯ରେ ହଂକଂରେ ଗଣତନ୍ତ୍ର ଶାସନ ସମର୍ଥନରେ ହୋଇଥିବା ବିକ୍ଷୋଭକୁ ସମର୍ଥନ କରିବା ପରେ ନାନ୍ସିଙ୍କୁ ବେଜିଂ କଡ଼ା ସମାଲୋଚନା କରିଥିଲା। ତାଇଓ୍ବାନକୁ ଆମେରିକା ସହାୟତା ଓ ସମର୍ଥନ ଦେବା ଜରୁରୀ ବୋଲି ଗତ ସପ୍ତାହରେ ନାନ୍ସି କହିଥିଲେ। ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ବେଜିଂର ଧମକକୁ ଖାରଜ କରିବା ସହ ନାନ୍ସିଙ୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଉଦାରବାଦୀ ନୀତିକୁ ସମର୍ଥନ କରି ଆସୁଛି। ଏହାକୁ ଚାଇନା ସହ୍ୟ କରିପାରୁନାହିଁ।

ଆଜି ବାଇଡେନ୍‌-ଜିନ୍‌ପିଙ୍ଗ ଆଲୋଚନା

ତାଇଓ୍ବାନକୁ ନେଇ ଆମେରିକା ଓ ଚାଇନା ସମ୍ପର୍କ ବିଗିଡ଼ିବାରେ ଲାଗିଥିବାବେଳେ ଗୁରୁବାର ଏହି ଦୁଇ ଦେଶର ରାଷ୍ଟ୍ରପତି ଆଲୋଚନା କରିବେ। ୪ ମାସ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଏହା ପ୍ରଥମ କଥାବାର୍ତ୍ତା ହେବ। ଗତ ମାର୍ଚ୍ଚରେ ଉଭୟେ ଫୋନ୍‌ କଲ୍‌ ଯୋଗେ କଥା ହୋଇଥିବାବେଳେ ସେତେବେଳେ ମଧ୍ୟ ତାଇଓ୍ବାନ ପ୍ରମୁଖ ପ୍ରସଙ୍ଗ ଥିଲା। ଏହାସହ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପ୍ରସଙ୍ଗ ମଧ୍ୟ ସ୍ଥାନିତ ହୋଇଥିଲା।

ଚାଇନା-ତାଇଓ୍ବାନ ବିବାଦ କ’ଣ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଚାଇନା ଓ ତାଇଓ୍ବାନ ମଧ୍ୟରେ ଅସ୍ଥିରତା ଜାରି ରହିଛି। ଚାଇନାର ମୁଖ୍ୟ ଭୂମିରେ କମ୍ୟୁନିଷ୍ଟ ପାର୍ଟି ଓ ନ୍ୟାଶନାଲିଷ୍ଟ ପାର୍ଟି ମଧ୍ୟରେ ବିବାଦ ଲାଗି ରହିଥିଲା। ମାଓ ଜେଡୋଙ୍ଗ୍‌ଙ୍କ ନେତୃତ୍ୱରେ ୧୯୪୯ରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ବେଜିଂକୁ କବ୍‌ଜା କରିନେଇଥିଲା। ଏହା ପରେ ଚାଇନାରେ ଗଣତନ୍ତ୍ର ଚାହୁଁଥିବା ନ୍ୟାଶନାଲିଷ୍ଟ ପାର୍ଟି କୁଓମିନ୍‌ତାଙ୍ଗ୍‌ ଓ ଏହାର ସମର୍ଥକଙ୍କ ସମେତ ବହୁସଂଖ୍ୟାରେ ଲୋକ ମଧ୍ୟ ଦକ୍ଷିଣ-ପଶ୍ଚିମରେ ଥିବା ତାଇଓ୍ବାନ ଦ୍ୱୀପକୁ ପଳାଇଥିଲେ। ସେଠାରେ ଅଧିକାଂଶ ସମୟରେ କୁଓମିନ୍‌ତାଙ୍ଗ୍‌ ଦଳର ହିଁ ଶାସନ ଚାଲିଛି। ଚାଇନା ଆବଶ୍ୟକ ପଡ଼ିଲେ ସେନା ସହାୟତାରେ ଜବରଦସ୍ତି ତାଇଓ୍ବାନ୍‌କୁ କବ୍‌ଜା କରାଯାଇପାରିବ ବୋଲି କହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?