Posted inଜାତୀୟ

ରୋଶନୀ ନାଦାର ଧନୀ ଭାରତୀୟ ମହିଳା

ମୁମ୍ବାଇ,୨୮।୭: ଏଚ୍‌ସିଏଲ୍‌ ଟେକ୍‌ନୋଲୋଜିର ଅଧ୍ୟକ୍ଷା ରୋଶନୀ ନାଦାର ମାଲହୋତ୍ରା ଭାରତର ସର୍ବଶ୍ରେଷ୍ଠ ଧନୀ ମହିଳା ସ୍ଥାନ ବଜାୟ ରଖିଛନ୍ତି। ୨୦୨୧ରେ ତାଙ୍କ ମୋଟ ସମ୍ପତ୍ତି ପରିମାଣ ୫୪ ପ୍ରତିଶତ ବୃଦ୍ଧି ପାଇ ୮୪,୩୩୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଏଚ୍‌ସିଏଲ୍‌ ପ୍ରତିଷ୍ଠାତା ଶିବ ନାଦାରଙ୍କ କନ୍ୟା ରୋଶନୀ ଆମେରିକାର ଇଲିନୋଇସ୍‌ସ୍ଥିତ ନର୍ଥଓ୍ବେଷ୍ଟର୍ନ ୟୁନିଭର୍ସିଟିରୁ ସ୍ନାତକ ପରେ ବିଜିନେସ୍‌ ଆଡମିନିଷ୍ଟ୍ରେଶନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ଏଚ୍‌ସିଏଲ୍‌ କର୍ପୋରେଶନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ, ଏଚ୍‌ସିଏଲ୍‌ ଟେକ୍‌ନୋଲୋଜି ବୋର୍ଡର ଉପାଧ୍ୟକ୍ଷ ତଥା ଶିବ ନାଦାର ଫାଉଣ୍ଡେଶନର ଟ୍ରଷ୍ଟି ଅଛନ୍ତି। ଫୋର୍ବସ୍‌ର ୨୦୧୯ ଓ ୨୦୨୦ରେ ପ୍ରକାଶିତ ବିଶ୍ୱର ସବୁଠୁ ପ୍ରଭାବଶାଳୀ ୧୦୦ ମହିଳାଙ୍କ ମଧ୍ୟରେ ରୋଶନୀ ସ୍ଥାନ ପାଇଥିଲେ।

ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କ୍ୟାରିୟର ଛାଡ଼ି ୧୦ ବର୍ଷ ପୂର୍ବେ ନାଇକା ନାମରେ ବିଉଟି ବ୍ରାଣ୍ଡ୍‌ ଆରମ୍ଭ କରିଥିବା ଫାଲ୍‌ଗୁନି ନାୟାର ନିଜସ୍ବ ଉଦ୍ୟମରେ ସବୁଠୁ ଧନୀ ମହିଳା ହୋଇପାରିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୫୭,୫୨୦ କୋଟି ଟଙ୍କାରେ ପହଞ୍ଚତ୍ଥିତ୍ବା କୋଟାକ ପ୍ରାଇଭେଟ୍‌ ବ୍ୟାଙ୍କିଙ୍ଗ୍‌-ହୁରୁନ ତାଲିକାରେ ପ୍ରକାଶ ପାଇଛି। ୫୯ ବର୍ଷୀୟ ନାୟାରଙ୍କ ସମ୍ପତ୍ତି ବର୍ଷକ ମଧ୍ୟରେ ୯୬୩ ପ୍ରତିଶତ ବୃଦ୍ଧି ପାଇଛି। ମୋଟ ଉପରେ ଦେଖିଲେ ମାଲହୋତ୍ରାଙ୍କ ପରେ ସେ ଦେଶର ଦ୍ୱିତୀୟ ଧନୀ ମହିଳା। ଅନ୍ୟ ପକ୍ଷରେ ବାଇକନ୍‌ର କିରନ ମଜୁମଦାର ଶ’ଙ୍କ ସମ୍ପତ୍ତି ୨୧ ପ୍ରତିଶତ ହ୍ରାସ ଘଟିବା ଫଳରେ ତାଙ୍କ ର଼୍ୟାଙ୍କ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ରହିଛି। କିରନଙ୍କ ସମ୍ପତ୍ତି ପରିମାଣ ୨୯,୦୩୦ କୋଟି ଟଙ୍କା।

ନିଜ ବ୍ୟବସାୟକୁ ସଫଳତାର ସହ ପରିଚାଳନା କରୁଥିବା ଅଥବା ନିଜ ଗୋଡ଼ରେ ଛିଡ଼ାହୋଇ ଧନୀ ହୋଇଥିବା ୧୦୦ ଭାରତୀୟ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏହି ମହିଳାମାନଙ୍କ ମୋଟ ସମ୍ପତ୍ତି ପରିମାଣ ୨୦୨୦ରେ ୨.୭୨ ଲକ୍ଷ କୋଟି ଥିତ୍ବା ବେଳେ ୨୦୨୧ରେ ତାହା ୪.୧୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଭାରତର ମୋଟ ଜିଡିପିକୁ ସେମାଙ୍କର ଅବଦାନ ୨ ପ୍ରତିଶତ। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରୁ ତାଲିକାରେ ସର୍ବାଧିକ ୨୫ ଜଣ ଥିବାବେଳେ ଏହା ପଛକୁ ମୁମ୍ବାଇର ୨୧ ଏବଂ ହାଇଦ୍ରାବାଦର ୧୨ ମହିଳା ଅଛନ୍ତି। ତାଲିକାରେ ୪୨୦ କୋଟି ଟଙ୍କାର ସମ୍ପତ୍ତି ସହ ଭୋପାଳର ଜେଟ୍‌ସେଟ୍‌ଗୋ କମ୍ପାନୀର କନିକା ଟେକ୍ରିଓ୍ବାଲ (୩୩) ସର୍ବକନିଷ୍ଠା। ଅନ୍ୟମାନଙ୍କ ମଧ୍ୟରେ ପେପ୍‌ସି କମ୍ପାନୀ ମୁଖ୍ୟ ଇନ୍ଦ୍ରା ନୂଇ, ଏଚ୍‌ଡିଏଫ୍‌ସିର ରେଣୁ ସୁଦ୍‌ କର୍ନାଡ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଶାନ୍ତି ଏକାମ୍ବରମ ଧନୀ ଭାରତୀୟ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

ଚିଠା ଭୋଟର ତାଲିକା ପ୍ରକାଶ, ବାଦ୍ ପଡିଲେ ୩୬,୩୪୨

ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ନିର୍ବାଚନ ମଣ୍ଡଳୀ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ଥିବା ଇ.ଆର୍.ଓ ମାନଙ୍କ ଦ୍ଵାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri