୧୦୬ ବର୍ଷରେ ପ୍ରଥମଥର ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ

ଲଣ୍ଡନ,୧୬ା୧୨: ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟସେବାରେ ନିୟୋଜିତ ନର୍ସମାନେ ଦୀର୍ଘ ୧୦୬ ବର୍ଷ ପରେ ଧର୍ମଘଟ କରିଛନ୍ତି। ଯାହାକି ଇତିହାସରେ ପ୍ରଥମଥର। ଇଂଲଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ନର୍ସମାନେ ବେତନ ବୃଦ୍ଧି ଏବଂ ଉତ୍ତମ କାର୍ଯ୍ୟ ଦାବି କରିବାରେ ସରକାର ବିଫଳ ହେବା ପରେ ଚାକିରି ଛାଡ଼ିଛନ୍ତି। ଇଂଲଣ୍ଡ, ଉତ୍ତର ଆୟର୍ଲାଣ୍ଡ ଏବଂ ୱେଲ୍ସରେ ୧ ଲକ୍ଷରୁ ଅଧିକ ନର୍ସ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ନର୍ସମାନେ ପୁଣି ଧର୍ମଘଟ କରିବେ। ତେବେ ନୂତନ ବେତନ ଅଫର ପରେ ସ୍କଟ୍‌ଲାଣ୍ଡର ନର୍ସମାନେ ଧର୍ମଘଟ ବନ୍ଦ କରି ଦେଇଛନ୍ତି। ବ୍ରିଟେନର ଅନେକ ସ୍ଥାନରେ ଥଣ୍ଡା ସତ୍ତ୍ୱେ ଧର୍ମଘଟ ଆରମ୍ଭ ହେବା ମାତ୍ରେ ନର୍ସମାନେ ଡାକ୍ତରଖାନା ବାହାରେ ପିକେଟିଂ କରିଥିଲେ।

କର୍ମଚାରୀଙ୍କ ଅଭାବ, ବେତନ ବୃଦ୍ଧି ଏବଂ ଉତ୍ତମ କାର୍ଯ୍ୟ ଅବସ୍ଥା ଦାବି କରିଛନ୍ତି ନର୍ସମାନେ। ଇଣ୍ଟେନ୍ସିଭ କେୟାର ୟୁନିଟ୍‌ ଏବଂ କେମୋଥେରାପି, ଡାଏଲସିସ୍‌ ଏବଂ କେତେକ ଶିଶୁ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ସେବାରେ କାର୍ଯ୍ୟ କରିବେ। କିନ୍ତୁ ସାଧାରଣ ସ୍ବାସ୍ଥ୍ୟସେବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବହୁ ସଂଖ୍ୟକ ଅସ୍ତ୍ରୋପଚାର ବାତିଲ କରାଯାଇଥିଲା। ଆକାଶଛୁଆଁ ମୁଦ୍ରାସ୍ଫୀତି ହେତୁ ସ୍ବଳ୍ପ ବେତନରେ କାମ କରିବା ସମ୍ଭବ ନ ଥିବାରୁ ନର୍ସ ସଂଘ ମଜୁରିରେ ୧୯ ପ୍ରତିଶତ ବୃଦ୍ଧି କରିବାକୁ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri