ମନ୍ତ୍ରୀଙ୍କ ଆଇଫୋନ ଚୋରି
ଡେରାଡୁନ,୨୩।୩: ଉତ୍ତରାଖଣ୍ଡ ସରକାରରେ ବୁଧବାର ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଫୋନ୍ ଚୋରି ହୋଇଯାଇଛି। ରାଜଧାନୀ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହରେ ତାଙ୍କ ମୋବାଇଲ ଫୋନ ଚୋରି ହୋଇଯାଇଥିଲା। ଏହି ପରିପ୍ରେକ୍ଷୀରେ ସେ ସୋସିଆଲ ମିଡିଆରେ…
ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି ହିଂସା, ୪ ଆହତ
କେନ୍ଦୁଝର,୨୩ା୩(ସ୍ବ.ପ୍ର.): ଟଙ୍କା ବାଣ୍ଟିବାକୁ କେନ୍ଦ୍ର କରି କେନ୍ଦୁଝର ପୌରାଞ୍ଚଳ ଆଟପୁରରେ ହିଂସାକାଣ୍ଡ ଘଟିଛି। ଏହି ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହାକୁ ନେଇ ମଙ୍ଗଳବାର ରାତିରେ ଭାଜପା ପକ୍ଷରୁ ସଦର ବିଧାୟକ…
‘ଆଶା କରୁଛି ପଶ୍ଚିମବଙ୍ଗ କଡ଼ା କାର୍ଯ୍ୟାନୁଷ୍ଠାନ ନେବ’
ନୂଆଦିଲ୍ଲୀ,୨୩।୩: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ସଂଗଠିତ ହିଂସା ଉପରେ ବୁଧବାର ଶୋକ ପ୍ରକାଶ କରିବା ସହ ଦୋଷୀଙ୍କୁ ଧରିବା ପାଇଁ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “ମୁଁ ଆଶା କରୁଛି, ରାଜ୍ୟ ସରକାର…
ଇତିହାସ ରଚିବା ପାଇଁ ବାଂଲାଦେଶକୁ ଦରକାର ୧୫୫ ରନ୍
ସେଞ୍ଚୁରିଆନ,୨୩।୩: ଇତିହାସ ରଚିବା ଠାରୁ ହାତେ ଦୂରରେ ଅଛି ବାଂଲାଦେଶ। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କଦାପି ଗୋଟିଏ ଦିନିକିଆ ମ୍ୟାଚ୍ ଜିତି ନ ଥିବା ବାଂଲାଦେଶ ପାଖରେ ଏବେ ସିରିଜ୍ ଜିତିବାର ସୁଯୋଗ ଅଛି। ସେଞ୍ଚୁରିଆନଠାରେ ଖେଳାଯାଉଥିବା ନିର୍ଣ୍ଣାୟକ ତଥା ତୃତୀୟ…
ମେଳାରେ ମୁସଲିମ ଭେଣ୍ଡରଙ୍କୁ ମନା
ଉଡୁପି,୨୩।୩: କର୍ନାଟକର ଉଡୁପି ଜିଲାରେ ହୋସା ମାରଗୁଡ଼ି ମନ୍ଦିରଠାରେ ପ୍ରତି ବର୍ଷ ବସୁ ଥିବା ମେଳା କଦାପି ମୁସଲିମ ଏବଂ ହିନ୍ଦୁଙ୍କ ମଧ୍ୟରେ ଭେଦଭାବ କରି ନାହିଁ। ପ୍ରତି ବର୍ଷ ହିନ୍ଦୁ ଷ୍ଟଲ ମାଲିକଙ୍କ ସହ ଦୋକାନ ପକାନ୍ତି ୧୦୦ରୁ ଊର୍ଦ୍ଧ୍ୱ…
ଆଇପିଏଲ୍ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଅନୁମତି
ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍ ସିଗ୍ନାଲ ଦେଇଛି ବିସିସିଆଇ। ଫଳରେ କ୍ରିକେଟ ପ୍ରେମୀ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ…
ଦିନକୁ ଦିନ ସ୍ଥିତି ଭୟଙ୍କର: ଶ୍ରୀଲଙ୍କା ଛାଡ଼ି ଭାରତ ମୁହାଁ ଲୋକେ
ନୂଆଦିଲ୍ଲୀ,୨୩।୩: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ପେଟ୍ରୋଲ ଓ ଡିଜେଲ ଅଭାବରୁ ଦେଶରେ ହାହାକାର ସ୍ଥିତି ଦେଖାଦେଇଛି। ଏସବୁ ଭିତରେ ଅନେକ ଲୋକ ଖାଦ୍ୟାଭାବରୁ…
କୌଣସି ପରିସ୍ଥିତିରେ ଇସ୍ତଫା ଦେବି ନାହିଁ: ଇମ୍ରାନ
ଇସଲାମାବାଦ,୨୩।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର ଏମ୍ପିମାନେ ବି ଲାଗିପଡିଛନ୍ତି। ସେମାନେ ବିରୋଧୀ ସହ ହାତ ମିଳାଇଛନ୍ତି। ସରକାର ବିରୋଧରେ ସଂସଦରେ…
ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କ ହତ୍ୟା ପଛରେ ପ୍ରେମ ପ୍ରସ୍ତାବ
ଇସ୍ଲାମାବାଦ,୨୩।୩: ପାକିସ୍ତାନରେ ୧୮ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କର ଦୁଇ ସହଯୋଗୀ ସୋମବାର ଜଣେ ହିନ୍ଦୁ ଯୁବତୀଙ୍କ ଘରେ ବଳ ପୂର୍ବକ ପ୍ରବେଶ…
ଏକାଥରକେ ହୋଟେଲର ୧୮୦ ରୁମ୍ ବୁକ୍ କରିନେଲେ ଦମ୍ପତି, କାରଣ ଜାଣିଲେ…
ପୋଲାଣ୍ଡ,୨୩ା୩: ଲୋକେ ହୋଟେଲକୁ ଯାଇ ରାତ୍ରିଯାପନ ପାଇଁ ଗୋଟିଏ କି ଦୁଇଟି ରୁମ୍ ବୁକ୍ କରିଥାନ୍ତି। କିନ୍ତୁ ପୋଲାଣ୍ଡରେ ରହୁଥିବା ଏକ ଦମ୍ପତି ହୋଟେଲର ୧୮୦ଟି ରୁମ୍ ଏକାଥରକେ ବୁକ୍ କରିଛନ୍ତି। ଏହାର କାରଣ ଜାଣିଲେ ପ୍ରଶଂସା ମଧ୍ୟ କରିବେ। ରୁଷିଆ-ୟୁକ୍ରେନ…
‘କେବଳ ନିର୍ବାଚନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସକ୍ଷମ’
ନୂଆଦିଲ୍ଲୀ,୨୩।୩: ବଢୁଥିବା ଇନ୍ଧନ ମୂଲ୍ୟ ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏମ୍ପି ସୁପ୍ରିୟା ସୁଲେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବୁଧବାର ସୁପ୍ରିୟା ଲୋକୂ ସଭାରେ କହିଛନ୍ତି, କେବଳ ନିର୍ବାଚନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସକ୍ଷମ…
ମାନସ ସ୍ବାଇଁଙ୍କ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମ୍ବ୍ରାଞ୍ଚ। ବେଳକୁ ବେଳ ବିବାଦୀୟ ହେଉଥିବା ଏହି ମାମଲାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ ୨ଟି ଟିମ୍ ଗଠନ କରିଛି। ଏହି ଟିମ୍ରୁ ଗୋଟିଏ ଭଦ୍ରକ,ନୟାଗଡ଼, ଭୁବନେଶ୍ୱରରେ ଏବଂ ଅନ୍ୟଟି…
Archives


