Posted inଜାତୀୟ

ଭାଜପାରେ କୁଲଦୀପ: କ୍ରସ ଭୋଟିଂ କରି କଂଗ୍ରେସରୁ ହୋଇଥିଲେ ବହିଷ୍କାର

ନୂଆଦିଲ୍ଲୀ,୪।୮ ହରିୟାଣାର ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ଦୁଇ ମାସ ପୂର୍ବରୁ ସେ ରାଜ୍ୟ ସଭା ନିର୍ବାଚନରେ ଦଳୀୟ ହୁଇପ୍‌ ଅବମାନନା କରି ଶାସକ ଦଳ ଭାଜପା ସମର୍ଥତ୍ତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। କ୍ରସ ଭୋଟିଂ ପାଇଁ ତାଙ୍କୁ କଂଗ୍ରେସ ଦଳର ସମସ୍ତ ପଦବୀରୁ ବହିଷ୍କାର କରାଯାଇଥିଲା। ୪ ଥର ବିଧାୟକ ଓ ୨ ଥର ଏମ୍‌ପି ଥିବା ବିଷ୍ଣୋଇ ତାଙ୍କ ସ୍ତ୍ରୀ ରେଣୁକାଙ୍କ ସହ ଭାଜପାରେ ଯୋଗ ଦେଇଛନ୍ତି। ରେଣୁକା ମଧ୍ୟ ଜଣେ ପୂର୍ବତନ ବିଧାୟକ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର ଏବଂ ବରିଷ୍ଠ ଭାଜପା ନେତାମାନଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ବିଷ୍ଣୋଇ ନରେନ୍ଦ୍ର ମୋଦିଙ୍କୁ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କହିବା ସହ ମୁଖ୍ୟମନ୍ତ୍ରୀ ଖଟ୍ଟାରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଭାଜପାରେ ଯୋଗଦେବା ପୂର୍ବରୁ ବିଷ୍ଣୋଇ ବୁଧବାର ହରିୟାଣା ବିଧାନସଭାରୁ ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପକାଇଥିବା ଅସ୍ତ୍ର ଜବତ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନୀ ଡ୍ରୋନ୍‌ ଦ୍ୱାରା ଜମ୍ମୁ-କଶ୍ମୀରର ସାମ୍ବା ଜିଲା ସୀମାନ୍ତ ଅଞ୍ଚଳରେ ପକାଇଥିବା ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗୁଳିଗୋଳାକୁ ଶୁକ୍ରବାର ବିଏସ୍‌ଏଫ୍‌ ଜବତ କରିଛି।...

ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୭।୧: ବଲିଉଡ୍‌ ଗାୟକ ଅଦନାନ ସାମିଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହା ‘ଏନ୍‌ଆର୍‌ସିର...

ମହାରାଷ୍ଟ୍ରରେ ଜଳ ତାଣ୍ଡବ:ବର୍ଷାବିତ୍ପାତରେ ୧୯ ମୃତ, ୧୧ ନିଖୋଜ

ପୁଣେ,୨୭।୯(ପି.ଟି.):ମହାରାଷ୍ଟ୍ରରେ ଲଗାଣବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ପୁଣେ, ଜଲଗାଓଁ ଓ ନାଶିକ୍‌ରରେ କାନ୍ଥ ଭୁଶୁଡ଼ିଯିବା ସହ ଗଛ ଓ ବିଦ୍ୟୁତ୍‌...

ଏମସିଡି ନିର୍ବାଚନ ପାଇଁ ଦିଲ୍ଲୀର ସମସ୍ତ ସରକାରୀ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୩ ।୧୨: ଦିଲ୍ଲୀରେ ଆସନ୍ତା କାଲି ଅର୍ଥାତ୍ ୪ ଡିସେମ୍ବର ରବିବାର ନଗର ନିଗମ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୪ର...

ଆଜି ମହାରାଷ୍ଟ୍ରର ମଙ୍ଗ ଧରିବେ ଉଦ୍ଧବ

ମୁମ୍ବାଇ,୨୮ା୧୧(ପି.ଟି.) : ମହାରାଷ୍ଟ୍ରରେ ଦୁଇ ଦଶନ୍ଧି ପରେ ଶିବସେନାରୁ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ସନ୍ଧ୍ୟାରେ ଏହି ଗୁରୁଦାୟିତ୍ୱ...

ଗ୍ରେନେଡ୍‌ ମାଡ଼ରେ ୧୧ ଆହତ

ଶ୍ରୀନଗର, ୧୩ା୧୦: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିବାରୁ ୧୧ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ...

ଭୁଶୁଡିଲା ନିର୍ମାଣାଧୀନ ପାଚେରି: ଚାଲିଗଲା ୪ ଜୀବନ

ନୋଏଡା,୨୦।୯: ନୋଏଡାର ସେକ୍ଟର ୨୫ରେ ଏକ ନିର୍ମାଣାଧୀନ ପାଚେରି ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଅନେକ ଲୋକ ପାଚେରି...

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର, ୨୫।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଅଲ୍‌ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ...

Advertisement
Archives

Model This Week