ଆଗାମୀ ନିର୍ବାଚନ ଲଢିବେ ନାହିଁ ଓମାର ଅବଦୁଲ୍ଲା, ସରକାର ଗଢିବାକୁ ନେଇପାରନ୍ତି ପିଡିପିର ସମର୍ଥନ
ଶ୍ରୀନଗର,୧୬ ।୯: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ଆଗକୁ ହେବାକୁ ଥିବା ନିର୍ବାଚନ ସେ ଲଢିବେ ନାହିଁ । ପିଡିପି ସହ ମିଶି…
ନୋରାଙ୍କୁ ୫ ଘଣ୍ଟା ଜେରା
ମନିଲଣ୍ଡରିଂ ମାମଲାରେ ସମ୍ପୃକ୍ତ ମଧ୍ୟସ୍ଥ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଲିଙ୍କ୍ ଯୋଗୁ ଦିଲ୍ଲୀ ପୋଲିସର ଆର୍ଥିକ ଆପରାଧିକ ଶାଖା ଗୁରୁବାର ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଜେରା କରିଛି। ନୋରାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା। ଏହା…
ଶେଫାଳି ନେଦରଲାଣ୍ଡ୍ସରେ ଆମେରିକା ରାଷ୍ଟ୍ରଦୂତ
ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ରାଜନୈତିକ କାର୍ଯ୍ୟକର୍ତ୍ତା ଶେଫାଳି ରାଜଦାନ ଦୁଗଲ୍ଙ୍କୁ ୟୁଏସ୍ ସିନେଟ୍ ନେଦରଲାଣ୍ଡ୍ସ ପାଇଁ ରାଷ୍ଟ୍ରଦୂତ ଚୟନ କରିଛି। ୫୦ ବର୍ଷୀୟା ଶେଫାଳିଙ୍କ ପ୍ରାର୍ଥୀତ୍ୱ ଧ୍ୱନିମତରେ ଆମେରିକା ସିନେଟ୍ରେ ପାରିତ ହୋଇଥିଲା। ଶେଫାଳୀ ଜଣେ କଶ୍ମୀରୀ ପଣ୍ଡିତ। ହରିଦ୍ୱାରରେ…
ଚାଇଲ୍ଡ ପର୍ନୋଗ୍ରାଫି ମାମଲାରେ ଆର୍. କେଲି ଦୋଷୀ
ଶିକାଗୋ,୧୬ା୯:ଆମେରିକାର ପ୍ରଖ୍ୟାତ ଗାୟକ ତଥା ନିର୍ଦ୍ଦେଶକ ଆର୍.କେଲି ଚାଇଲ୍ଡ ପର୍ନୋଗ୍ରାଫି ପ୍ରଯୋଜନା ସହ ଝିଅମାନଙ୍କୁ ଯୌନ ସମ୍ପର୍କ ପାଇଁ ଉସୁକାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କେଲିଙ୍କ ସହର ଶିକାଗୋସ୍ଥିତ ଏକ ଫେଡେରାଲ କୋର୍ଟରେ ପ୍ରାୟ ମାସେ ଧରି ଶୁଣାଣି ଚାଲିବା…
ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପରଲୋକ
ବାଲେଶ୍ୱର ଅଫିସ,୧୬ା୯:ବାଲେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଗୋପନାରାୟଣ ଦାସ(୭୪)ଙ୍କ ଗତ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କର ବ୍ରେନ ଷ୍ଟ୍ରୋକ ହେବାରୁ ପରିବାର ଲୋକେ କଟକ ବଡ଼ ମେଡିକାଲ ନେଉଥିବାବେଳେ ଅଧା ବାଟରେ ମୃତ୍ୟୁ ହୋଇଯାଇଥିଲା। ମରଶରୀର ବାଲେଶ୍ୱର ଗୋପାଳଗାଁସ୍ଥିତ…
ଟ୍ରେନ ଝରକା ବାଟେ ଯାତ୍ରୀଙ୍କ ମୋବାଇଲ ଚୋରି କରୁଥିବାବେଳେ ଧରାପଡିଲେ ଚୋର, ଆଉ ତା’ପରେ
ପାଟନା,୧୬।୯: ଚୋରି, ପକେଟ ମାର ଭଳି ଘଟଣା ରେଳ ଷ୍ଟେଶନରେ ଘଟିବା ଏକ ସାଧାରଣ ଘଟଣା। ଅନେକ ସମୟରେ ଚୋରମାନେ ଚୋରି କରି ଟ୍ରେନର ଝରକା କିମ୍ବା କବାଟ ବାଟେ ଖସି ପଳାନ୍ତି। ଚଳନ୍ତା ଟ୍ରେନ ଯୋଗୁ ଯାତ୍ରୀମାନେ ଚୋରକୁ ଧରିବାରେ…
ବିମାନରେ ଆସୁଛନ୍ତି ଚିତା
ଓ୍ବିଣ୍ଡହୋକ୍,(ନାମିବ୍ୟା) ୧୬ା୯ ଖୁବ୍ଶୀଘ୍ର ଭାରତରେ ଦୌଡ଼ିବେ ଚିତା। ୧୯୫୨ରେ ଦେଶରୁ ବିଲୁପ୍ତ ଘୋଷଣା କରାଯାଇଥିବା ଚିତା ନାମିବ୍ୟାରୁ ଭାରତ ଆଣିବାକୁ ପ୍ରସ୍ତୁତି ଚାଲିଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯିବାକୁ ଥିବା ୮ ଚିତା ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି।…
ଅବସର ନେଲେ ନମିତା
ଭୁବନେଶ୍ୱର, ୧୬।୯ (କ୍ରୀଡ଼ା ପ୍ରତିନିଧି):ଓଡ଼ିଶାର ତାରକା ଅନ୍ତର୍ଜାତୀୟ ମିଡ୍ଫିଲ୍ଡର ନମିତା ଟପ୍ପୋ ଗୁରୁବାର ହକିକୁ ଅଲ୍ବିଦା ଜଣାଇଛନ୍ତି। ଆହତ ସମସ୍ୟା ଲାଗି ରହିବା ଯୋଗୁ ମାତ୍ର ୨୭ ବର୍ଷ ବୟସରେ ତାଙ୍କୁ ଏହି କଠିନ ନିଷ୍ପତ୍ତି ନେବାକୁ ପଡ଼ିଛି। ପାଦରେ ଆଘାତଜନିତ…
ମୋଦିଙ୍କ ଜନ୍ମଦିନରେ ପରସା ଯିବ ବିଶେଷ ଥାଳି
ନୂଆଦିଲ୍ଲୀ,୧୬ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ରାଜଧାନୀ ଦିଲ୍ଲୀର ଏକ ରେସ୍ତୋରାଁ ବିଶେଷ ଥାଳି ପରସିବାର ବ୍ୟବସ୍ଥା କରିଥିବା ଜଣାପଡିଛି । ଏହି ବିଶେଷ ଥାଳିର ନାମ ରଖାଯାଇଛି ’୫୬ ଇଞ୍ଚ ମୋଦିଜୀ’ । ସେପ୍ଟେମ୍ବର ୧୭ ହେଉଛି ମୋଦିଙ୍କ…
ରାଜ୍ୟ ସରକାରଙ୍କୁ ୧୧୫ କୋଟି ଦାଖଲ ନିର୍ଦ୍ଦେଶ
କଟକ ଅଫିସ,୧୬ା୯:ଓଟିଏମ୍ ପୁନରୁଦ୍ଧାର ସମ୍ପର୍କିତ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ମାସକ ମଧ୍ୟରେ ୧୧୫ କୋଟି ଟଙ୍କା ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଦାଖଲ କରିବାକୁ…
ଗିରଫ ହେଲେ ପଶ୍ଚିମବଙ୍ଗ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୫।୯: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଗୁରୁବାର ରାଜ୍ୟର ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ କଲ୍ୟାଣମୟ ଗାଙ୍ଗୁଲିଙ୍କୁ ଗିରଫ କରିଛି। ଗାଙ୍ଗୁଲିଙ୍କୁ ଜେରା ପାଇଁ ସିବିଆଇର କୋଲକାତା କାର୍ଯ୍ୟାଳୟକୁ ଡକାଯାଇଥିଲା। ସେ ତଦନ୍ତରେ ସହଯୋଗ…
ଆରିରେ ଶାଳୀଙ୍କ ନାକ କାଟିଦେଲେ
କୁଆଁରମୁଣ୍ଡା,୧୫ା୯(ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ମାଳିବଗିଚାରେ ରହୁଥିବା ଜଣେ ସମ୍ପର୍କୀୟ ଶାଳୀଙ୍କୁ ଭିଣୋଇ କୁହାଯାଉଥିବା ମନୋଜ ପ୍ରଧାନ ଏକ ଆରିରେ ନାକ କାଟି ଦେଇଛନ୍ତି। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା…

