ଚାଇଲ୍ଡ ପର୍ନୋଗ୍ରାଫି ମାମଲାରେ ଆର୍‌. କେଲି ଦୋଷୀ

ଶିକାଗୋ,୧୬ା୯:ଆମେରିକାର ପ୍ରଖ୍ୟାତ ଗାୟକ ତଥା ନିର୍ଦ୍ଦେଶକ ଆର୍‌.କେଲି ଚାଇଲ୍ଡ ପର୍ନୋଗ୍ରାଫି ପ୍ରଯୋଜନା ସହ ଝିଅମାନଙ୍କୁ ଯୌନ ସମ୍ପର୍କ ପାଇଁ ଉସୁକାଇବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କେଲିଙ୍କ ସହର ଶିକାଗୋସ୍ଥିତ ଏକ ଫେଡେରାଲ କୋର୍ଟରେ ପ୍ରାୟ ମାସେ ଧରି ଶୁଣାଣି ଚାଲିବା ପରେ ବିଚାରପତି ବୁଧବାର ଏହି ରାୟ ଶୁଣାଇଛନ୍ତି।
ଏକଦା ବିଶ୍ୱର ଆର୍‌ ଆଣ୍ଡ ବି ଷ୍ଟାର୍ସଙ୍କ ମଧ୍ୟରେ ପରିଗଣିତ ହେଉଥିବା ତଥା ୩ ଥର ଗ୍ରାମି ପୁରସ୍କାର ବିଜେତା ରବର୍ଟ ସିଲ୍‌ଭେଷ୍ଟର କେଲି ଏକ ଯୌନ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ୩୦ ବର୍ଷ ଦଣ୍ଡାଦେଶ ଭୋଗୁଥିବାବେଳେ ଏବେ ତାଙ୍କୁ ଆଉ ଏକ ବଡ଼ ଆଇନଗତ ଝଟ୍‌କା ଲାଗିଛି। କେଲିଙ୍କ ବିରୋଧରେ ଥିବା ୧୩ ମାମଲାରୁ ୬ଟିରେ ଅଭିଯୋଜନକାରୀ ପକ୍ଷ ଜିତିଛନ୍ତି। କିନ୍ତୁ ୨୦୦୮ର ଏକ ଚାଇଲ୍ଡ ପର୍ନୋଗ୍ରାଫି (ଶିଶୁଙ୍କୁ ନେଇ ଯୌନ ଉଦ୍ଦୀପକ ଚଳଚ୍ଚିତ୍ର ନିର୍ମାଣ) ମାମଲାରେ କେଲି ଓ ତାଙ୍କର ଦୁଇଜଣ ପୂର୍ବତନ ସହଯୋଗୀଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇପାରି ନାହିଁ। କେଲିଙ୍କ ପୂର୍ବତନ ବିଜିନେସ୍‌ ମ୍ୟାନେଜର ଡେରେଲ ମ୍ୟାକ୍‌ଡେଭିଡ୍‌ ଏବଂ ପ୍ରାକ୍ତନ କର୍ମଚାରୀ ମିଲ୍ଟନ ଜୁନ୍‌ ବ୍ରାଉନ୍‌ ଦୋଷମୁକ୍ତ ହୋଇଛନ୍ତି। ସଂଘୀୟ ଅଦାଲତରେ ୧୨ ବିଚାରପତି ଦୁଇଦିନ ମଧ୍ୟରେ ପ୍ରାୟ ୧୧ ଘଣ୍ଟା ଧରି ରାୟ ଶୁଣାଇଥିଲେ। ପୂର୍ବରୁ କେଲି ୩୦ ବର୍ଷ ଦଣ୍ଡ ଭୋଗୁଥିବାବେଳେ ଏହି ମାମଲାରେ ଆଉ ୧୦ ବର୍ଷ ଦଣ୍ଡବିଧାନ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ଜନସାଧାରଣଙ୍କ ପାଇଁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ନିଜ ବାସଭବନରେ ନ ରହି….

ପାଟନା,୧୩।୮: ବାଙ୍କୀପୁର ବିଧାନସଭା ଉପନିର୍ବାଚନ ଜିତିବା ପରେ ଜନ ସୁରାଜର ସଂସ୍ଥାପକ ତଥା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଜନସାଧାରଣଙ୍କ ସ୍ୱାର୍ଥରେ ଏକ ବଡ଼ ଘୋଷଣା କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri