Home Left

ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ ପ୍ରସ୍ତୁତ, କୋଶିକା ସହାୟତାରେ ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା

ଜେରୁଜେଲମ,୭ ।୮: ପ୍ରସ୍ତୁତ ହେଲା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ । ଏଥିରେ ଜୀବର ହୃଦସ୍ପନ୍ଦନ ହେବା ସହ ମସ୍ତିଷ୍କକୁ ବି ସମ୍ପୂର୍ଣ୍ଣ ଆକାର ଦିଆଯାଇଛି । ଇସ୍ରାଏଲର ୱେଇଜମାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଏଥିପାଇଁ ନା କୌଣସି ଫର୍ଟିଲାଇଜ ଅଣ୍ଡା ନେଇଛନ୍ତି…

ଜାଣିଶୁଣି ଦୀପେନ୍ଦ୍ରଙ୍କ ଶର୍ଟ ଚିରିଛନ୍ତି ରାହୁଲ, ଭାଜପାର ଅଭିଯୋଗ…

ନୂଆଦିଲ୍ଲୀ, ୬।୮ : ଶୁକ୍ରବାର ଦରଦାମ ବୃଦ୍ଧି, ବେକାରୀ ଏବଂ ଜିଏସଟି ବିରୋଧରେ କଂଗ୍ରେସ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ…

କେନ୍ଦ୍ରୀୟ ଯୋଜନାର ଅର୍ଥ ହେରଫେର କରୁଛନ୍ତି ମମତା ସରକାର…

ନୂଆଦିଲ୍ଲୀ, ୬।୮ : ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟ ଯୋଜନା ଅନ୍ତର୍ଗତ ଗ୍ରହଣ କରାଯାଇଥିବା ଅର୍ଥର ଅପବ୍ୟବହାର ଏବଂ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ସେ ଶନିବାର ଟୁଇଟ କରି କହିଛନ୍ତି, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା…

ଦୁବାଇରୁ ଫେରିଲେ ଭାଇଜାନ

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଦୁବାଇରୁ ଫେରିଛନ୍ତି। ଶନିବାର ଫଟୋଗ୍ରାଫରମାନେ ତାଙ୍କୁ ବିମାନବନ୍ଦରରେ ଦେଖି ନିଜ କ୍ୟାମେରାରେ କଏଦ କରିଥିଲେ। ସୋସିଆଲ ମିଡିଆରେ ଶେୟାର ହୋଇଥିବା ଭିଡିଓରେ ସଲମାନ ବିମାନବନ୍ଦରରୁ ନିଜ କାର ଆଡ଼କୁ ସମ୍ପୂର୍ଣ୍ଣ ସୁରକ୍ଷା ଭିତରେ ଯାଉଥିବାର ନଜର…

୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍‌ପି

ଭବାନୀପାଟଣା,୬ା୮(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଶନିବାର ଏକ ଡକାୟତି ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି। ଦୀର୍ଘମାସ ଧରି କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରି ପୋଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସକ୍ଷମ ହୋଇ ଆସୁଥିଲେ ଏହି ଡକାୟତ ଦଳ। ଶେଷରେ…

ହସ୍ପିଟାଲରେ ଭର୍ତ୍ତି ହେଲେ ଉର୍ଫି

ବମ୍ବେ:ଅସୁସ୍ଥ ହୋଇପଡ଼ିଛନ୍ତି ସୋସିଆଲ ମିଡିଆ ସେନ୍‌ସେଶନ୍‌ ଉର୍ଫି ଜାଭେଦ। ଏଥିଲାଗି ତାଙ୍କୁ କୋକିଲା ବେନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତ୍ରୀଙ୍କୁ ୧୦୩ ଜ୍ୱର। ଏପରିକି ସେ ଦୁର୍ବଳ ଅନୁଭବ କରୁଛନ୍ତି। ଡାକ୍ତରଖାନାରେ ତାଙ୍କର କିଛି ପରୀକ୍ଷା କରାଯିବ। ଏହାପରେ ତାଙ୍କୁ କ’ଣ…

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୨୦ ଭରି ସୁନା ସହ ଲୁଟିନେଲେ ନଗଦ ୨ ଲକ୍ଷ ଟଙ୍କା

ପାରଳାଖେମୁଣ୍ଡି,୬ା୮(ଡି.ଏନ୍‌.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ପାରଳାଖେମୁଣ୍ଡି ଟାଉନ୍‌ହଲ୍‌ ନିକଟରେ ଥିବା ଜି.ଗୋବିନ୍ଦଙ୍କ ଘରୁ ୨୦ ଭରି ସୁନା…

ବୃଦ୍ଧ ବାପାଙ୍କୁ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ ପୁଅବୋହୂ

କୋରାପୁଟ,୬।୮(ସ୍ବ.ପ୍ର.): ନାନାଦି ଦୁଃଖ, କଷ୍ଟ, ଯନ୍ତ୍ରଣା ସହି ପିଲାମାନଙ୍କୁ ଛୋଟରୁ ବଡ଼ କରିଥାନ୍ତି ମାତାପିତା। ହେଲେ ସେମାନେ ପରିଣତ ବୟସରେ ପିଲାମାନଙ୍କ ପାଇଁ ଅଲୋଡା ହୋଇପଡ଼ନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟରେ ଦେଖିବାକୁ ମିଳିଛି। ଜିଲାର ଲକ୍ଷ୍ମୀପୁର ଥାନା…

କେନାଲରେ ୧୨ ଫୁଟର ଘାଇ: ଜମିରେ ଭାସୁଛି ରୁଆଧାନ

ସାକ୍ଷୀଗୋପାଳ,୬ା୮(ସ୍ବ.ପ୍ର.): ପୁରୀ ଜିଲା ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଉପଖଣ୍ଡ ରୂପଦେଇପୁର ସେକ୍ସନ ଅଧୀନରେ ରହିଥିବା ସାକ୍ଷୀଗୋପାଳ ଶାଖା କେନାଲର ବାମପାର୍ଶ୍ୱ ବନ୍ଧରେ ୧୨ ଫୁଟର ଘାଇ ହୋଇଛି। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଭାଲୁ ବଜାର ନିକଟରେ ଶନିବାର ମଧ୍ୟାହ୍ନରେ ଏହି ଘାଇ…

ଭାଇଙ୍କ ହାତରେ ରାଖୀ ବାନ୍ଧିବା ବେଳେ ପକାନ୍ତୁ ୩ ଗଣ୍ଠି, ଜାଣିରଖନ୍ତୁ ଏସବୁ ନିୟମ..

ଆସୁଛି ରାଖୀ ପୂର୍ଣ୍ଣିମା। ଭାଇଭଉଣୀଙ୍କ ପବିତ୍ର ପ୍ରେମର ପ୍ରତୀକ ହେଉଛି ଏହି ପର୍ବ। ହିନ୍ଦୁ ଧର୍ମରେ ରାଖୀ ପୂର୍ଣ୍ଣିମାର ବିଶେଷ ମହତ୍ୱ ରହିଛି। ଚଳିତ ବର୍ଷ ଏହା ଅଗଷ୍ଟ ୧୧ ଅର୍ଥାତ ଗୁରୁବାର ସାରା ଦେଶରେ ପାଳନ କରାଯିବ। ରାଖୀ ପୂର୍ଣ୍ଣିମା…

ପୁଅଙ୍କ ଶକ୍ତ ଚାପୁଡ଼ାରେ ମା’ଙ୍କ ଜୀବନ ଗଲା

କୁଆଁରମୁଣ୍ଡା,୬ା୮(ଡି.ଏନ୍‌.ଏ.): ଜନ୍ମକଲା ପୁଅ ନିଜ ମା’କୁ ଶକ୍ତ ଚାପୁଡ଼ା ମାରିବାରୁ ମା’ଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ତଳ ବସ୍‌ଷ୍ଟାଣ୍ଡ ନିକଟ କୁମ୍ଭାରବସ୍ତିରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ପୁଅ ସରୋଜ ତନ୍ତୀ(୩୮)ଙ୍କୁ ପୋଲିସ…

ପୋଲ ଉପରେ ୫ ଫୁଟର ପାଣି, ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ିମୋଟର

କୋରୁକୋଣ୍ଡା,୬ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ହେବାରୁ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ଏମ୍‌ଭି-୩୭ରେ ଶନିବାର ପୋଲ ଉପରେ ପ୍ରାୟ ୫ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପରମୁଣ୍ଡରୁ ପାଣି ଅତ୍ୟଧିକ ମାତ୍ରାରେ ଆସୁଥିବାରୁ ବନ୍ୟାଜଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri