Posted inଜାତୀୟ

ଟୁଇଟର ଇଣ୍ଡିଆରୁ ୯୦% କର୍ମଚାରୀ ବିଦା

ନୂଆଦିଲ୍ଲୀ, ୮।୧୧: ସୋସିଆଲ ମିଡିଆ ଜାଏଣ୍ଟ କୁହାଯାଉଥିବା ଟୁଇଟରର ମାଲିକାନା ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ହାତକୁ ଚାଲିଯିବା କମ୍ପାନୀ କର୍ମଚାରୀଙ୍କ ପାଇଁ ଏକ ଘୋର ବିପତ୍ତି ଆଣି ଦେଇଥିବା କହିବା କୌଣସି କ୍ଷେତ୍ରରେ ଭୁଲ ହେବନାହିଁ। ବର୍ତ୍ତମାନ ସୁଦ୍ଧା ଟୁଇଟର ଇଣ୍ଡିଆରୁ ୯୦% କର୍ମଚାରୀଙ୍କୁ କମ୍ପାନୀ ବାହାର କରିସାରିଛି। ଟୁଇଟର ଇଣ୍ଡିଆରେ ଏବେ ୧୨ଜଣ କର୍ମଚାରୀ ଥିବାବେଳେ ଏହାର ପ୍ରଡକ୍ଟ ଏବଂ ଇଞ୍ଜିନିୟରିଂ ଟିମ୍‌ରୁ ପ୍ରାୟ ୭୦% କର୍ମଚାରୀଙ୍କୁ ଛଟେଇ କରାଯାଇଛି। ପର୍ବରୁ କମ୍ପାନୀରେ ୨୦୦ ଭାରତୀୟ କର୍ମଚାରୀ କାମ କରୁଥିଲେ। ଭାରତ ରାଜଧାନୀ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରେ ଟୁଇଟରର ତିନିଟି ବ୍ରାଞ୍ଚ କାର୍ଯ୍ୟ କରୁଛି।
ଭାରତରେ ଗ୍ଲୋବାଲ ଇଣ୍ଟରନେଟ୍‌ କମ୍ପାନୀ ଗୁଗଲ, ମେଟା ଓ ଟୁଇଟର ବେଶ୍‌ ଆଦୃତ ଲାଭ କରିଛି। ୟୁଜର୍ସମାନଙ୍କ ଗୋପନୀୟତାକୁ ନେଇ ଏହି କମ୍ପାନୀଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁ ନିୟମ ଲାଗୁ କରାଯାଇଛି। ବର୍ତ୍ତମାନ ଟୁଇଟର କମ୍ପାନୀର ମାର୍କେଟ ଭାଲ୍ୟୁ ଉପରେ ନକାରାତ୍ମକ ପ୍ରଭାବ ବଡ଼ିଥିବାବେଳେ ୟୁଜରଙ୍କ ପ୍ରତି ଟୁଇଟର ରେସ୍ପଣ୍ଡ ମଧ୍ୟ କମିଯାଇଛି। କାଲିଫର୍ନିଆ ସାନ୍‌-ଫ୍ରାନ୍ସିସ୍କୋରେ ଥିବା ଏହାର ମୁଖ୍ୟାଳୟରେ ୫୦%ରୁ ଊର୍ଦ୍ଧ୍ୱ କର୍ମଚାରୀ ବିଦା ହୋଇସାରିଲେଣି। ମୋଟ ଉପରେ ଟୁଇଟରରେ ବର୍ତ୍ତମାନ ୩,୭୦୦ କର୍ମଚାରୀ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ ସବୁ ସରକାରୀ ବ୍ୟାଙ୍କ୍‌ର ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍‌ଲୀ,୨୭।୯: ସାରା ଦେଶରେ ୨୮ ରୁ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ଘରୋଇ (ପ୍ରାଇଭେଟ) ବ୍ୟାଙ୍କ ତିନି ଦିନିଆ ଧର୍ମଘଟରେ ରହିବାକୁ ଯାଉଛନ୍ତି। ଏହା…

କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ: ୩ ରାଶିଙ୍କୁ ଅଚାନକ ମିଳିବ ଟଙ୍କା! ଚାକିରିରେ ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ୯ଟି ଗ୍ରହ ମଧ୍ୟରୁ କିଛି ଶୁଭ ତ ଆଉ କିଛି ଅଶୁଭ ଗ୍ରହ ରହିଥାନ୍ତି। ଏଭଳି ସ୍ଥିତିରେ କେତୁଙ୍କ ଗଣନା ପାପୀ,…

ସୋମବାରରୁ ୩ ଦିନ ବ୍ୟାଙ୍କ ଷ୍ଟ୍ରାଇକ୍‌: ଜାଣନ୍ତୁ ରବିବାର କେଉଁ ବ୍ୟାଙ୍କ ଖୋଲା, କେଉଁଟା ବନ୍ଦ?

ନୂଆଦିଲ୍‌ଲୀ,୨୭।୯: ୨୮ ସେପ୍ଟେମ୍ୱର ଅର୍ଥାତ ସୋମବାରଠାରୁ ଦେଶର ସମସ୍ତ ବ୍ୟାଙ୍କ ତିନି ଦିନିଆ ଧର୍ମଘଟକୁ ଯାଉଛନ୍ତି। ଏହି ଧର୍ମଘଟ ୩୦ ସେପ୍ଟେମ୍ୱର ପର୍ଯ୍ୟନ୍ତ ଚାଲିବ, ଯାହା ଫଳରେ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ସମୁଦ୍ର ଗର୍ଭରେ ଲୀନ ହେବ ଆଉ ୨ ମନ୍ଦିର

ଛତ୍ରପୁର,୨୭ା୯ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି। ଗଭୀର ଅବପାତ ପ୍ରଭାବରେ ଉଚ୍ଚ ଜୁଆର କୂଳ…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?