Advertisement

ଫେରିବ ‘ରାହାଗିରି’: ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ

ଭୁବନେଶ୍ୱର, ୮।୧୧ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ଫେରିବ ‘ରାହାଗିରି’ ଓ ‘ସିଟି ଫେଷ୍ଟ’ ଭଳି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ। ଶୀତୁଆ ସକାଳରେ ରାଜଧାନୀବାସୀ ପୁଣିଥରେ ରାହାଗିରିର ମଜା ଉଠାଇବେ। ନାଚ, ଗୀତରେ ଝୁମିବେ, ମତୁଆଲା ହେବେ। ତା’ ସାଙ୍ଗକୁ ସାଇକେଲ ଚାଳନା, ସ୍କେଟିଂ ଏବଂ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏନେଇ ଗତ ବିଏମ୍‌ସି କର୍ପୋରେଶନ୍‌ ବୈଠକରେ ଆଲୋଚନା ହୋଇଥିଲା। ପୁନର୍ବାର ରାହାଗିରି କରିବା ନେଇ ମେୟର ସୁଲୋଚନା ଦାସ ପ୍ରସ୍ତାବ ଦେବା ପରେ ଏହାକୁ ସର୍ବସମ୍ମତି କ୍ରମେ ପାସ୍‌ କରାଯାଇଥିଲା। ତେବେ ବିଧିବଦ୍ଧ ଭାବେ କେବେଠାରୁ ରାହାଗିରି ଆରମ୍ଭ ହେବ ସେ ନେଇ ସୂଚନା ଦିଆଯାଇ ନାହିଁ। ଏ ସମ୍ପର୍କରେ କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଶୀତ ସକାଳର ଆରମ୍ଭ ଏବେ ରାହାଗିରିରୁ ହେବ। ଏବେ କେବଳ ପ୍ରସ୍ତାବ ପାରିତ ହୋଇଛି। ଖୁବ୍‌ ଶୀଘ୍ର ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମ କରାଯିବ।
ସୂଚନାଯୋଗ୍ୟ, କୋଭିଡ ପୂର୍ବରୁ ରାହାଗିରି କାର୍ଯ୍ୟକ୍ରମ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଥିଲା। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରୁଥିଲେ। ଏଥିସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସଚେତନତା ବାର୍ତ୍ତା ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ୨୦୧୬ ମସିହାରେ ‘ରାହାଗିରି’ ନାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗୋଟେ ବର୍ଷ ବ୍ୟବଧାନରେ ୨୦୧୮ରେ ହକି ବିଶ୍ୱକପ୍‌ ସମୟରେ ‘ରାହାଗିରି’ ନୂତନ ରଙ୍ଗ ନେଇ ଫେରିଥିଲା, ଯାହାର ନାମ ରହିଥିଲା ‘ପଥ ଉତ୍ସବ’। ଏହାପରେ କୋଭିଡ୍‌ ପାଇଁ ପ୍ରାୟ ୩ବର୍ଷ ହେବ ଏହି ଉତ୍ସବ ବନ୍ଦ ରହିଥିଲା। ତେବେ ଆଗକୁ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଥିବାବେଳେ ପୁଣିଥରେ ରାଜଧାନୀବାସୀ ‘ରାହାଗିରି’ର ମଜା ନେବେ ବୋଲି ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁନଃ ମୂଲ୍ୟାୟନ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏହି ପରୀକ୍ଷା ଦେଇଥିବା ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ...

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ

ନାଉଗାଁ, ୨୯।୨ (ସ୍ବ.ପ୍ର.): ଜନସାଧାରଣଙ୍କୁ ସହଜ ଓ ସୁବିଧାରେ ବିଦ୍ୟୁତ୍‌ ସେବା ଯୋଗାଇଦେବା ସକାଶେ ନାଉଗାଁ ବ୍ଲକରେ ସେସୁ ଓ ଏନ୍‌ଜେନ୍‌ କମ୍ପାନୀ ଦାୟିତ୍ୱ ନେଇଛନ୍ତି।...

ଚିଲିକାରେ ପହଞ୍ଚିଲେ ବିଦେଶୀ ପକ୍ଷୀ

ବାଲୁଗାଁ,୨୭।୧୦(ଡି.ଏନ.ଏ.)-ଶୀତର ପହିଲି ସ୍ପର୍ଶ ସାଙ୍ଗକୁ ନୀଳାମ୍ବୁ ଚିଲିକାକୁ ରଙ୍ଗବେରଙ୍ଗର ବିଦେଶୀ ପକ୍ଷୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି । ଶନିବାର ସୁଦ୍ଧା ଚିଲିକା ମଧ୍ୟସ୍ଥ ପକ୍ଷୀ...

ଦାଦନ ଶ୍ରମିକ ଚାଲାନ ବେଲେ ଚଢ଼ଉ: ଦୁଇ ଶ୍ରମିକ ଉଧାର, ୧୩ ବ୍ୟାଗ୍‌ ଜବତ

  ଲାଠୋର, ୭ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ହରିଶଙ୍କର ରୋଡ଼ ରେଲ ଷ୍ଟେଶନରୁ ସୋମବାର ସଖାଲେ ଜୁନାଗଡ଼-ରାୟପୁର ପାସେଞ୍ଜର ଟ୍ରେନ୍‌ରେ ଦାଦନ ଶ୍ରମିକ ଚାଲନ ହେଉଥିବାର ଖବର...

ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ…

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜୀବନ ହାରିଛନ୍ତି ଆଉ ଜଣେ ଓଡ଼ିଆ ଅଭିନେତ୍ରୀ। ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ଧାରାବାହିକ ‘କେମିତି କହିବି କହ’ରେ ସେ...

ଖରିଫ୍‌ରେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ପାଇଁ କୃଷି କାର୍ଯ୍ୟ ପ୍ରଭାତିତ ହୋଇଛି। ତେଣୁ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ...

ଜଗା ଦର୍ଶନ ସାରି ଫେରୁଥିଲେ,ପୋଲରେ ପିଟି ହେଲା କାର୍‌

ବାଉଁଶୁଣୀ,୪।୬(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଜାତୀୟ ରାଜପଥ ନଂ-୫୭ ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ନିକଟରେ ଶନିବାର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଭାରସାମ୍ୟ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୫୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୦୨, ପୁରୀରୁ ୧୮୫,...

Advertisement
Archives

Model This Week