ବିପଦ ଜୋନ୍‌ରେ ଅଧା ଜନସଂଖ୍ୟା

ଶାମ୍‌-ଏଲ୍‌-ଶେଖ୍‌,୮।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଚଳିତ ବର୍ଷ ଅନେକ ଦେଶ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିଛନ୍ତି ଓ ବ୍ୟାପକ ଧନଜୀବନ କ୍ଷୟ ହୋଇଛି। ୨୦୧୫ରୁ ୨୦୨୨ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ବୋଲି ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) କୁହାଯାଇଛି। ଆଗାମୀ ଦିନରେ ଏହା ଆହୁରି ଭୟଙ୍କର ରୂପ ନେବାକୁ ଯାଉଛି। ବିଶ୍ୱର ଅଧା ଜନସମାଜ ଏବେ ବିପଦ ଜୋନ୍‌ରେ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଭୀଷଣ ପାଗଜନିତ କ୍ଷୟକ୍ଷତିରୁ ବର୍ତ୍ତିବା ଲାଗି ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କ ସୂଚନା ଜରୁରୀ ହୋଇପଡ଼ିଛି। ଇଜିପ୍ଟର ଶାମ-ଏଲ୍‌-ଶେଖ୍‌ରେ ଚାଲିଥିବା ଜଳବାୟୁ ପରିବର୍ତ୍ତନ ବୁଝାମଣା ସମ୍ମିଳନୀ (କୋପ୍‌୨୭)ରେ ଜାତିସଂଘ ମହାସଚିବ ସୋମବାର ଏଥିପାଇଁ ଏକ ୫ ବର୍ଷୀୟା କାର୍ଯ୍ୟଯୋଜନା ଶୁଭାରମ୍ଭ କରିଛନ୍ତି। ୨୦୨୩ରୁ ୨୦୨୭ ମଧ୍ୟରେ ଏହି ଯୋଜନା ବାବଦରେ ୩.୧ ବିଲିୟନ ଡଲାର ବ୍ୟୟ କରାଯିବ।
ପ୍ରାକୃତିକ ବିପର୍ଯ୍ୟୟ ଉପରେ ଅନୁଧ୍ୟାନ ଓ ପୂର୍ବାନୁମାନ ସାଙ୍ଗକୁ କେତେ କ୍ଷୟକ୍ଷତି ହେବ, ଏଥିପାଇଁ କିଭଳି ପ୍ରସ୍ତୁତି ଏବଂ ମୁକାବିଲା କରିବାକୁ ହେବ ସେଥିପାଇଁ ସିଷ୍ଟମ୍‌ର ବିକାଶ ନିମନ୍ତେ କାର୍ଯ୍ୟଯୋଜନା ପ୍ରସ୍ତୁତ ହୋଇଛି। ବିଶ୍ୱର ସମସ୍ତଙ୍କ ପାଇଁ ଆଗୁଆ ସତର୍କ ସୂଚନା ଏଥିରେ ଉପଲବ୍ଧ ହେବ। ଡବ୍ଲ୍ୟୁଏମ୍‌ଓ ଏବଂ ଏହାର ବୈଷୟିକ ସହଯୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟଯୋଜନାକୁ ଭାରତ ସମେତ ୫୦ ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟରୁ ଧନଜୀବନର ସୁରକ୍ଷା ଏବଂ କ୍ଷୟକ୍ଷତି ହ୍ରାସ କରାଇବାରେ ଆଗୁଆ ସତର୍କ ସୂଚନା ଗୁରୁତ୍ୱପୂର୍ଣ୍ଣ। ତେବେ ବିଶ୍ୱର ଅର୍ଦ୍ଧାଧିକ ଦେଶ ପାଖରେ ଏଥିପାଇଁ ଆବଶ୍ୟକ ସୁବିଧା ନାହିଁ। ଫଳରେ ବିପର୍ଯ୍ୟୟରୁ ବର୍ତ୍ତିବା ଲାଗି ସେଠାକାର ଜନସାଧାରଣ ଆଗୁଆ ସୂଚନା ପାଇପାରୁ ନାହାନ୍ତି। ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଏଭଳି ସିଷ୍ଟମରେ ୮୦୦ ନିୟୁତ ଡଲାର ବିନିଯୋଗ ହୋଇପାରିଲେ ବର୍ଷକୁ ୩ରୁ ୧୬ ବିଲିୟନ ଡଲାର କ୍ଷତିକୁ ରୋକାଯାଇପାରିବ ବୋଲି ଗ୍ଲୋବାଲ କମିଶନ ଅନ୍‌ ଆଡାପ୍‌ଶନ ପକ୍ଷରୁ କୁହାଯାଇଛି।
ସବୁଜ ଗୃହ ବାଷ୍ପ ନିର୍ଗମନ ବଢ଼ିଚାଲିଥିବାରୁ ସାରା ବିଶ୍ୱରେ ଭୀଷଣ ପାଗଜନିତ ସମସ୍ୟା ସୃଷ୍ଟି ହୋଇଛି। ଏଥିଯୋଗୁ ଲକ୍ଷାଧିକ ଜୀବନ ଯିବା ସହ ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି। ଯୁଦ୍ଧ ତୁଳନାରେ ଜଳବାୟୁ ବିପର୍ଯ୍ୟୟରେ ୩ ଗୁଣ ଅଧିକ ଲେକା ବିସ୍ଥାପିତ ହେଉଛନ୍ତି। ସମସ୍ତଙ୍କ ନିମନ୍ତେ ଆଗୁଆ ସତର୍କତା ହାସଲ ଲାଗି ଜାତିସଂଘ ମହାସଚିବଙ୍କ କାର୍ଯ୍ୟଯୋଜନାକୁ ଆମେ ପୂର୍ଣ୍ଣ ସମର୍ଥନ ଜଣାଉଛୁ ବୋଲି ଭାରତର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ସମ୍ପର୍କରେ ଆଗୁଆ ସତର୍କ ସୂଚନା ଜରୁରୀ ଆବଶ୍ୟକତା ବୋଲି ସେ ମତ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନ ମୁକାବିଲା ସମ୍ପର୍କରେ ଆଲୋଚନା ଲାଗି କୋପ୍‌୨୭ରେ ଶତାଧିକ ବିଶ୍ୱନେତା ଏକାଠି ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?