Advertisement
Posted inଜାତୀୟ

ହାତରେ ମଶାଲ, ଶିବାଜୀ ମହାରାଜଙ୍କୁ ପ୍ରଣାମ କରି ମହାରାଷ୍ଟ୍ର ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡୋ ଯାତ୍ରା

ମୁମ୍ବାଇ,୮ ।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ର ପହଞ୍ଚି ଯାଇଛି, ଯାହା ୧ ମାସ ପୂର୍ବରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା । ଏହା କର୍ନାଟକରୁ ତେଲେଙ୍ଗାନା ଓ ଏବେ ମହାରାଷ୍ଟ୍ରରେ ପହଞ୍ଚିଛି । ମହାରାଷ୍ଟ୍ର ମାଟିରେ ପାଦ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରାଧ୍ୟ ଦେବତା ଛତ୍ରପତି ଶିବାଜୀ ମହାରାଜ, ମହାତ୍ମା ବସବେଶ୍ୱର, ମହାତ୍ମା ଜ୍ୟୋତିବା, ମହାପୁରୁଷ ଡା. ବାବାସାହେବ ଆମ୍ବେଦକର, ପୂଣ୍ଣ୍ୟଶ୍ଳୋକ ଅହିଲ୍ୟାଦେବୀ ହୋଲକର, ଅନ୍ନାଭାଇ ସାଠେଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେମାନଙ୍କୁ ପ୍ରଣାମ କରିଛନ୍ତି ।
ସୋମବାର ରାତିରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ପହଞ୍ଚିବା ପରେ ତାଙ୍କୁ ମରାଠି ଢଙ୍ଗରେ ଯୋରଦାର ସ୍ୱାଗତ କରାଯାଇଛି । ଏହି ଅବସରରେ ରାହୁଲ ଗାନ୍ଧୀ ଦେଗଲୁରରେ ହଜାର ହଜାର ସଂଖ୍ୟାରେ ଜମା ହୋଇଥିବା ଲୋକଙ୍କୁ ସମ୍ବୋଧିତ କରିଛନ୍ତି । ସେ ତାଙ୍କ ଭାଷଣର ଆରମ୍ଭ ଛତ୍ରପତି ଶିବାଜୀ ମହାରାଜ କି ଜୟ କହି ଆରମ୍ଭ କରିଥିଲେ । ସେ କହିଥିଲେ ଗର୍ବର କଥା ହେଉଛି ଯେ ମହାରାଷ୍ଟ୍ରରେ ଛତ୍ରପତି ଶିବାଜୀ ମହାରାଜଙ୍କ ଆଶୀର୍ବାଦ ନେଇ ଭାରତ ଯୋଡୋ ଯାତ୍ରା ଆରମ୍ଭ କରାଯାଇଛି । ସେ କହିଥିଲେ ଏବେ ଦେଶରେ କିଛି ଜ୍ୱଳନ୍ତ ସମସ୍ୟା ରହିଛି ହେଲେ ସରକାର ଏହା ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏହି ସରକାର କେବଳ ୪-୫ ଜଣ ପୁଞ୍ଜିପତିଙ୍କ ପାଇଁ କାମ କରୁଛନ୍ତି । ନୋଟବନ୍ଦି ଦେଶରେ କ୍ଷୁଦ୍ର ବ୍ୟବସାୟୀଙ୍କ ଜିବିକାକୁ ଠପ କରିଦେଲା । ଏବେ ୪୦୦ ଟଙ୍କାର ଗ୍ୟାସ ସିଲିଣ୍ଡର ୧୧୦୦ ଟଙ୍କା ହେଲାଣି, ପେଟ୍ରୋଲ ଡିଜେଲ ୧୦୦ ଟଙ୍କା ଉପରକୁ ଗଲାଣି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଗୋଟିଏ ବି ଶବ୍ଦ କହୁ ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିନ୍ଦେଙ୍କୁ ସମର୍ଥନ ଦେଲେ ଉଦ୍ଧବଙ୍କ ପୁତୁରା

ମୁମ୍ବାଇ,୩୦।୭: ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ଦଳକୁ ଏକାଠି ରଖିବାରେ ସେ ଏକପ୍ରକାର ସଂଘର୍ଷ କରୁଛନ୍ତି। ଏହି ସମୟରେ...

ବଦଳିଲା ଫୈଜାବାଦ ଜଙ୍କସନର ନାମ

ଲକ୍ଷ୍ନୌ,୨ ।୧୧: ଉତ୍ତର ପ୍ରଦେଶର ଫୈଜାବାଦ ରେଲୱେ ଜଙ୍କସନର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା କାଣ୍ଟ କରିଦିଆଯାଇଛି । ଏହାକୁ ନେଇ ଅଧିସୂଚନା ଜାରି କରାଯାଇଛି...

ରାତିରେ ବିଧାନସଭାରେ ଥିବା ଭାଜପା ନେତାଙ୍କ ପାଇଁ ରାତ୍ରଭୋଜନର ବ୍ୟବସ୍ଥା କରିଥିଲା କଂଗ୍ରେସ

ବେଙ୍ଗାଲୁରୁ,୧୯।୭: କର୍ନାଟକର ରାଜନୀତି ସଙ୍କଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୁରୁବାର କୁମାରସ୍ବାମୀ ସରକାରଙ୍କ ଆସ୍ଥା ଭୋଟ ହୋଇ ପାରି ନ ଥିଲା। ଏଥିରେ ଅଡିବସି...

ସିଏଏ ସମର୍ଥନରେ ପ୍ରଦର୍ଶନ: ଭାଜପାକର୍ମୀଙ୍କୁ ଚାପୁଡ଼ା ମାରିଲେ ଜିଲାପାଳ

ଭୋପାଳ,୨୦।୧: ମଧ୍ୟପ୍ରଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ପ୍ରଦର୍ଶନ ସମୟରେ ଜଣେ ଭାଜପାକର୍ମୀଙ୍କୁ ଜିଲାପାଳ ଚାପୁଡ଼ା ମାରିଛନ୍ତି। ଏବେ ଏହାର ୧ ମିନିଟ୍‌ ୧୧ ସେକେଣ୍ଡର...

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା: ୨୦୨୦ରୁ ଏମ୍ସରେ ଲାଗୁ ହେବ ନିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଗାମୀ ୨୦୨୦ ଶିକ୍ଷାବର୍ଷରୁ ଏମ୍ସ, ଜେଆଇପିଏମ୍‌ଇଆର୍‌ (ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ) ସମେତ ଦେଶର ସମସ୍ତ ମେଡିକାଲ କଲେଜରେ...

ପିଆଜ ଶୁଙ୍ଘାଇ ହୋସ୍‌ ଅଣାଯାଏ; ତେବେ ତାହା ଏବେ ନୁହେଁ ସମ୍ଭବ: ଶିବସେନା

ମୁମ୍ବାଇ,୧୦।୧୨: ଦେଶରେ ପିଆଜର ଦାମ ଆକାଶ ଛୁଇଁଛି। ସେହିପରି ଅର୍ଥବ୍ୟବସ୍ଥା ମଧ୍ୟ ସଙ୍କଟରେ ପଡ଼ିଛି। ଏହାକୁ ନେଇ ଶିବସେନା ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…

ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ...

ପାଟନାରେ ପଶିଲା ନୂଆ ଭାରିଆଣ୍ଟ ବିଏ-୧୨

ନୂଆଦିଲ୍ଲୀ,୨୮।୪: ବିହାରର ପାଟନାରୁ ଗୁରୁବାର କୋଭିଡ୍‌-୧୯ର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ମୋଟ ୧୩ଟି ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ ଗୋଟିଏ ବିଏ-୧୨ ଷ୍ଟ୍ରେନ୍‌...

Advertisement
Archives

Model This Week