୨୦ ବର୍ଷ ତଳର ଦୁଃଖର ପାହାଡ ପୁଣିଥରେ ମୋ ଉପରେ ଭାଙ୍ଗି ପଡିଲା: ବିଲକିସ ବାନୋ
ଅହମଦାବାଦ,୧୮ ।୮: ବିଲକିସ ବାନୋ ବଳାତ୍କାର ମାମଲାର ସମସ୍ତ ୧୧ ଦୋଷୀଙ୍କୁ ଜେଲରୁ ମୁକୁଳାଇ ଦେବା ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପୀଡ଼ିତା ବିଲକିସ ବାନୋ । ସେ କହିଛନ୍ତି, ୧୫ ଅଗଷ୍ଟ ୨୦୨୨ରେ ମୋ ଉପରେ ଯେମିତି ୨୦ ବର୍ଷ…
ମସ୍ଜିଦ୍ରେ ବିସ୍ଫୋରଣ: ୨୦ ନିହତ
କାବୁଲ,୧୮।୮: ଆଫଗାନିସ୍ଥାନ କାବୁଲର ଖେର ଖାନା ମସ୍ଜିଦ୍ରେ ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ତାଲିବାନ୍ ଇଣ୍ଟେଲିଜେନ୍ସ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ବିସ୍ଫୋରଣରେ ୩୫ରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି। ବୁଧବାର ସନ୍ଧ୍ୟାରେ…
ରୁଷିଆରେ ଏକାଠି ଯୁଦ୍ଧାଭ୍ୟାସ କରିବେ ଭାରତ-ଚାଇନା ସେନା, ସାଥିରେ ରହିବେ ବେଲାରୁଷ, ତାଜିକିସ୍ତାନ, ମଙ୍ଗୋଲିଆ
ବେଜିଂ.୧୮ ।୮: ପୂର୍ବ ଲଦ୍ଦାଖର ଏଲଏସିରେ ୨ ବର୍ଷରୁ ଅଧିକ ସମୟ ହେବ ଚାଇନା ସେନାଙ୍କ ଗତିରୋଧ ମଧ୍ୟରେ ଏବେ ଭାରତ ଓ ଚାଇନା ସେନା ରୁଷିଆରେ ହେବାକୁ ଥିବା ବିଶ୍ୱ ଯୁଦ୍ଧାଭ୍ୟାସରେ ଏକାଠି ଭାଗ ନେବେ ବୋଲି ଜଣାପଡିଛି ।…
ଗରମରୁ ରକ୍ଷା ପାଇବାକୁ ଚାଇନା କରୁଛି କୃତ୍ରିମ ବର୍ଷା, ଶୁଖିଲା ୟାଂଗତ୍ଜି ନଦୀର ଗୋଟିଏ ଭାଗ
ସାଂଘାଇ,୧୮ ।୮: ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛି ଚାଇନା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ୟାଂଗତ୍ଜି ନଦୀର ଗୋଟିଏ ଭାଗ ଶୁ୍ଖି ଯିବାରୁ ଏହା ଲୋକଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି । ଏହି ରେକର୍ଡ ଭଙ୍ଗା ଗରମ…
ଟୁଇଟ୍ ପାଇଁ ସାଉଦି ମହିଳାଙ୍କୁ ୩୪ ବର୍ଷ ଜେଲ
ରିୟାଧ, ୧୭ା୮: କେତେକ ଟୁଇଟର ଆକାଉଣ୍ଟକୁ ଫଲୋ କରିବା, ସେଗୁଡ଼ିକର ଟୁଇଟ୍କୁ ରିଟୁଇଟ୍ କରିବା ଅଭିଯୋଗରେ ସାଉଦି ଆରବର ଜଣେ ମହିଳାଙ୍କୁ ୩୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୩୪ ବର୍ଷୀୟା ସଲ୍ମା ଅଲ୍-ଶେହାବ୍ ବ୍ରିଟେନର ଲିଡ୍ସ ୟୁନିଭର୍ସିଟିରେ ଜଣେ ପିଏଚ୍ଡି…
ଜ୍ୟାକଲିନ୍ଙ୍କ ବଢିଲା ଅଡ଼ୁଆ
ନୂଆଦିଲ୍ଲୀ, ୧୭ା୮: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କୁ ଏକ ମନିଲଣ୍ଡରିଂ ମାମଲାରେ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍ ଦାଖଲ କରିଛି। ଦିଲ୍ଲୀ ପିଏମ୍ଏଲ୍ଏ କୋର୍ଟରେ ଦାଖଲ ଚାର୍ଜଶିଟ୍ରେ ଇଡି ୩୭ ବର୍ଷୀୟା ଜ୍ୟାକ୍ଲିନ୍ଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଆସନ୍ତା…
ଲାଲୁଙ୍କୁ ଗୋଲାପ ଭେଟି ଦେଲେ ନୀତୀଶ
ପାଟନା,୧୭।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଭେଟିଛନ୍ତି। ବିହାରରେ ସରକାର ଗଠନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ପ୍ରଥମ ଭେଟ। ରାବ୍ରି ଦେବୀଙ୍କ ବାସଭବନକୁ ଯାଇ ନୀତୀଶ ଲାଲୁଙ୍କୁ ଉପହାର ସ୍ବରୂପ…
ଏଣିକି ବିମାନରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
ନୂଆଦିଲ୍ଲୀ,୧୭।୮: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) କଠୋର ହୋଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ ଭାବରେ ମାସ୍କ ପିନ୍ଧିବା ଜରୁରୀ। ମାସ୍କ ପିନ୍ଧୁ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ…
ଭିଜିଲାନ୍ସ ପଞ୍ଝାରେ ଲ୍ୟାମ୍ପ୍ସ ଏମ୍ଡି
କୋରାପୁଟ/ନାରାୟଣପାଟଣା,୧୭ା୮(ସ୍ବ.ପ୍ର./ଡି.ଏନ୍.ଏ.): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଆର୍ ରାମକୃଷ୍ଣ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ଚାଷୀଙ୍କଠାରୁ ୩୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ବିଭାଗ କାବୁ କରିଛି। ଏଥିସହ ତାଙ୍କ…
ପ୍ରେମରେ ପଡ଼ିଛନ୍ତି? ଏହି ୪ଟି କଥା ମନେରଖିଲେ ହେବେ ସଫଳ ପ୍ରେମୀ…
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ ସନ୍ଦେହ…
ଭିଭୋ ଲଞ୍ଚ କଲା ରଙ୍ଗ ବଦଳାଉଥିବା ସ୍ମାର୍ଟଫୋନ୍: କଭର୍ ଖର୍ଚ୍ଚ ବଞ୍ଚିବ !
ନୂଆଦିଲ୍ଲୀ,୧୭।୮: ଭାରତରେ ବୁଧବାର ମୋବାଇଲ ଫୋନ କମ୍ପାନୀ ଭିଭୋ ନିଜର ‘ଭି୨୫’ ଭ୍ୟାରିଆଣ୍ଟକୁ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍ରେ ୧୨ଜିବି ପର୍ଯ୍ୟନ୍ତ ରାମ୍ ସହ ମିଡିଆ ଟେକ୍ ଡାଇମେନ୍ସିଟି ୧୩୦୦ ପ୍ରୋସେସର ରହିଛି। ଏହା ଦୁଇଟି ରଙ୍ଗ ବିକଳ୍ପରେ ବଜାର ପ୍ରବେଶ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୭ା୮(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୫୫୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୧୧,୯୪୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Archives


