Posted inଜାତୀୟ

ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏହାର ପରିଣାମ ଭୋଗିବାକୁ ହେବ: ମୋଦି

ନୂଆଦିଲ୍ଲୀ,୧୮।୧୧: ଆତଙ୍କବାଦକୁ ପ୍ରୋତ୍ସାହନ ମାମଲାରେ ଚାଇନା ଏବଂ ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀ ପାଣ୍ଠି ଯୋଗାଡ ରୋକିବା ଲାଗି ଶୁକ୍ରବାରଠାରୁ ଦିଲ୍ଲୀରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ମୋଦି ନାଁ ନ ନେଇ ଦୁଇ ଦେଶକୁ ଟାର୍ଗେଟ କରିଛନ୍ତି। କେତେକ ଦେଶ ଆତଙ୍କବାଦକୁ ସେମାନଙ୍କ ବୈଦେଶିକ ନୀତିର ଅଂଶ ଭାବେ ସମର୍ଥନ କରୁଛନ୍ତି। ଅନ୍ୟ କେତେକ ଦେଶ ପରୋକ୍ଷରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏହାର ପରିଣାମ ଭୋଗିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ନୋ ମନି ଫର୍‌ ଟେରର୍‌’ ବିଷୟବସ୍ତୁ ଉପରେ ୭୦ରୁ ଅଧିକ ଦେଶ ତଥା ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଙ୍କ ଉପସ୍ଥିତିରେ ମୋଦି କହିଛନ୍ତି, ଆତଙ୍କବାଦୀଙ୍କ ଲାଗି ସହାନୁଭୂତି ସୃଷ୍ଟି କରୁଥିବା ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଅଲଗା କରାଯିବା ଆବଶ୍ୟକ। କାରଣ ଆତଙ୍କବାଦୀ ସଂଗଠନଗୁଡ଼ିକ ଅନେକ ଉତ୍ସରୁ ଟଙ୍କା ପାଇଥାନ୍ତି। ଗୋଟିଏ ଉତ୍ସ ହେଉଛି କୌଣସି ଏକ ଦେଶର ସହାୟତା। କେତେକ ଦେଶ ସେମାନଙ୍କ ବୈଦେଶିକ ନୀତିର ଏକ ଅଂଶ ଭାବେ ଆତଙ୍କବାଦକୁ ସମର୍ଥନ କରନ୍ତି। ସେମାନେ ତାଙ୍କୁ ରାଜନୈତିକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ଅନ୍ତର୍ଜାତୀୟ ସଂଗଠନକୁ ଏହା ଭାବିବା ଉଚିତ ନୁହେଁ ଯେ ଯୁଦ୍ଧ ହେଉ ନାହିଁ ଅର୍ଥ ଶାନ୍ତି। ଛଦ୍ମ ଯୁଦ୍ଧ ମଧ୍ୟ ବିପଜ୍ଜନକ ଏବଂ ହିଂସାତ୍ମକ। ଏଣୁ ଆତଙ୍କବାଦକୁ ପ୍ରତ୍ୟକ୍ଷ ତଥା ପରୋକ୍ଷ ସମର୍ଥନ ବିରୋଧରେ ବିଶ୍ୱ ଏକଜୁଟ୍‌ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri