ଟୁଇଟର ଅଫିସ ବନ୍ଦ କଲେ ମସ୍କ !

ନୂଆଦିଲ୍ଲୀ,୧୮।୧୧: ସାମୟିକ ଭାବେ ବନ୍ଦ ହୋଇଛି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରର ସମସ୍ତ କାର୍ଯ୍ୟାଳୟ। ନୂତନ ମାଲିକ ଏଲୋନ ମସ୍କ କମ୍ପାନୀରେ ଅନେକ ନିୟମ ଲାଗୁ କରିଛନ୍ତି। ଯେଉଁ କର୍ମଚାରୀମାନେ ନୂତନ ନିୟମ ପାଳନ କରିବାକୁ ମନା କରନ୍ତି ସେମାନେ କମ୍ପାନୀ ଛାଡ଼ି ପାରିବେ ବୋଲି ମସ୍କ କହିଛନ୍ତି। ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବର୍ତ୍ତମାନ ଏହାର କାର୍ଯ୍ୟାଳୟ ବନ୍ଦ ରହିଥିବା ଜଣାପଡ଼ିଛି।

ନିକଟରେ ଟୁଇଟର କର୍ମଚାରୀଙ୍କୁ ମସ୍କ ୧୨ ଘଣ୍ଟା କାମ, ଓ୍ବାର୍କ ଫ୍ରମ୍‌ ହୋମ୍‌ ଶେଷ ହେବା ଭଳି ଅନେକ ନିୟମକୁ ନେଇ ଏକ ଇମେଲ୍‌ ପଠାଇଥିଲେ। ଗୁରୁବାର ସୁଦ୍ଧା ସାଇନ୍‌ ନ କଲେ ତିନି ମାସର ଦରମା ନେଇ କର୍ମଚାରୀ କମ୍ପାନୀ ଛାଡ଼ି ପାରିବେ ବୋଲି କୁହାଯାଇଥିଲା। ତେବେ ତାଙ୍କର ଏହି ଆଦେଶ ପରେ ଶହ ଶହ କର୍ମଚାରୀ ଟୁଇଟରରୁ ଇସ୍ତଫା ଦେଇଥିଲେ। ଏଥିନେଇ ମସ୍କ ଅନ୍ୟ ଏକ ଇମେଲ୍‌ରେ ସମସ୍ତ କାର୍ଯ୍ୟାଳୟକୁ ସାମୟିକ ଭାବେ ବନ୍ଦ କରି ନଭେମ୍ବର ୨୧ ଯାଏ ପ୍ରବେଶକୁ ସ୍ଥଗିତ ରଖିଛି।

କହିରଖୁଛୁ ଯେ, ମସ୍କ ଟୁଇଟରକୁ ଅଧିଗ୍ରହଣ କରିବା ପୂର୍ବରୁ ପ୍ରାୟ ୭୫୦୦ କର୍ମଚାରୀ ଏଥିରେ କାମ କରୁଥିଲେ। ହେଲେ ବହୁ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ ପରେ ଏହି ସଂଖ୍ୟା ପ୍ରାୟ ୫୦%କୁ ଖସି ଆସିଥିଲା। ଏବେ ବହୁ କର୍ମଚାରୀ କମ୍ପାନୀ ଛାଡ଼ିବା ପରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri