କୋହଳ ଦଫା ଲଗାଇ ଖସାଇଦେବାକୁ ଯୋଜନା, ତେଜିଲା ଆନ୍ଦୋଳନ

ଭଞ୍ଜନଗର,୧୮ା୧୧(ଡି.ଏନ.ଏ): ଭଞ୍ଜନଗର ବାର୍‌ ଆସୋସିଏଶନର ବରିଷ୍ଠ ସଭ୍ୟା ଅଭାଙ୍ଗିନୀ ବିଷୋୟୀ, ତାଙ୍କ ଭାଉଜ ଓ ଭାଇଙ୍କ ସମେତ ଅବସରପ୍ରାପ୍ତ ଏସ୍‌ଆଇ ଏବଂ ଜଣେ ଯୁବକଙ୍କୁ ବୁଧବାର ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଏତଲା ପ୍ରକାରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ଲଗାଇନାହିଁ । କୋହଳ ଦଫା ଲଗାଇ ସେମାନଙ୍କୁ ଖସାଇଦେବାକୁ ଯୋଜନା କରୁଛି। ଏହାର ପ୍ରତିବାଦରେ ଭଞ୍ଜନଗର ବାର୍‌ ଆସୋସିଏଶନ କର୍ମକର୍ତ୍ତାମାନେ ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର କୋର୍ଟ ସମ୍ମୁଖରେ ରାସ୍ତାରୋକୋ କରିଥିଲେ।

ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା ଦଫା ଲଗାଇବା ସହ ତୁରନ୍ତ ଗିରଫ କରିବା ପାଇଁ ବାର ଆସୋସିଏଶନ ସଭାପତି ସନ୍ତୋଷ ନାୟକ ଦାବି କରିଛନ୍ତି । ଆନ୍ଦୋଳନରେ ବାର ଆସୋସିଏଶନ ସଭାପତିଙ୍କ ସମେତ ଉପ ସଭାପତି ଧୀରେନ ସ୍ବାଇଁ, ସମ୍ପାଦକ ଅମରେଶ ମହାପାତ୍ର, ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, ଭାଜପା ନେତା ଅଯୋଧ୍ୟାନାଥ ମହାପାତ୍ର, ବାମପନ୍ଥୀ ନେତା ହରେକୃଷ୍ଣ ସାହୁ ପ୍ରମୁଖ ସାମିଲ ଥିଲେ। ପୋଲିସ ଏହି ମାମଲାରେ ୫ ଯୁବକଙ୍କୁ ଥାନାକୁ ଆଣି ପଚରାଉଚାର କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲା ନିରୀକ୍ଷଣ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲାରେ କିଏ…

ଭୁବନେଶ୍ୱର, ୧୦।୬: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ। ୧୫ IPS ଅଫିସରଙ୍କୁ ଦିଆଗଲା ୧୭ଟି ଜିଲାର ସ୍ବତନ୍ତ୍ର ନିରୀକ୍ଷଣ ଓ ତଦାରଖ…

ନେହେରୁଙ୍କୁ ଟପିଲେ ମୋଦି: ଦେଶର ରାଜନୀତିରେ ନୂତନ ଅଧ୍ୟାୟ

ନୂଆଦିଲ୍ଲୀ,୧୦।୬: ଜୁନ ୧୦ ଅର୍ଥାତ୍‌ ଆଜି ଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଲେଖାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

ଗୁହାଳ ଭିତରକୁ ଟାଣିନେଇ ବିବାହିତା ମହିଳାଙ୍କୁ ବଳାତ୍କାର କଲେ ଯୁବକ, ତା’ପରେ…

ହିଞ୍ଜିଳିକାଟୁ, ୧୦।୬( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳି ଥାନା ଅଞ୍ଚଳରେ ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ଗାଈ ଗୁହାଳକୁ ଟାଣି ନେଇ ବଳତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri