ତେଲ୍ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ
ପାଟଣା,୨୦।୮(ସ୍ବ.ପ୍ର.): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା-ସାହାରପଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଓ ଶାଖା ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି। ସାହାରପଡ଼ା ବ୍ଲକ କୁମୁଳାବାହାଳି ଦେଇ ଯାଇଥିବା ତେଲ ନଦୀର ଜଳସ୍ତର ବଢ଼ି ପୋଲ ଉପରେ ଶନିବାର…
ସଡ଼କ ଦୁର୍ଘଟଣାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ
ରାଇରଙ୍ଗପୁର,୨୦।୮(ଡି.ଏନ୍.ଏ): ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ୍ ଥାନା ନିକଟରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଟାଇନ୍ ଥାନା ଅନ୍ତର୍ଗତ ରୋହିଣୀକୁଦ ଗ୍ରାମର କ୍ଷୀରୋଦ…
ନିର୍ଦ୍ଦେଶକଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି ଅନନ୍ୟା!
ମୁମ୍ବାଇ: ବଲିଉଡର ଏବେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଅନନ୍ୟା ପାଣ୍ଡେ । ଅଗଷ୍ଟ ୨ରେ ରିଲିଜ୍ ହେବାକୁ ଯାଉଛି ତାଙ୍କ ଅଭିନୀତ ଫିଲ୍ମ ‘ଲାଇଗର’ । ରାମ୍ୟା କୃଷ୍ଣା ଓ ବିଜୟ ଦେବରକୋଣ୍ଡା ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ।…
ମା’ କୋଳ ହେଲା ଶୂନ୍ୟ: କାନ୍ଥପଡ଼ି ଚାଲିଗଲା ୨ ଝିଅଙ୍କ ଜୀବନ
ବିଶୋଇ,୨୦।୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତ ଅଧୀନ ଭୋଳବେଡ଼ା ଗ୍ରାମରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଯାଇଛି। ଏଥିରେ ୨ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଓ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସମ୍ପୃକ୍ତା ନାବାଳିକା…
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଜିମ୍ବାଓ୍ବେର ଧିମା ବ୍ୟାଟିଂ
ହରାରେ,୨୦।୮: ହରାରେ ସ୍ପୋର୍ଟସ କ୍ଲବରେ ଶନିବାର ଭାରତ ଏବଂ ଜିମ୍ବାଓ୍ବେ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଧିନାୟକ ଲୋକେଶ ରାହୁଲ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଜିମ୍ବାଓ୍ବେ ବ୍ୟାଟିଂ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଦୀପକ ଚହରଙ୍କୁ ଏହି…
ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉ ପରେ ୧୨ ଆଇଏଏସ୍ ଅଧିକାରୀଙ୍କୁ ବଦଳି
ନୂଆଦିଲ୍ଲୀ,୨୦।୮: ଦିଲ୍ଲୀରେ ଅନେକ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଏକ୍ସାଇଜ ସ୍କାମ୍ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବାସଭବନରେ ସିବିଆଇ ଶୁକ୍ରବାର ଚଢ଼ାଉ କରିଥିଲା। ତେବେ ଚଢ଼ାଉର କିଛି ଘଣ୍ଟା ପରେ ଶୁକ୍ରବାର ୧୨ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଦିଲ୍ଲୀ…
ହୀରାକୁଦ ଡ୍ୟାମ୍ର ୧୬ ଗେଟ୍ରୁ ବନ୍ଦ ହେଲା ଆଉ ୬ ଗେଟ୍
ସମ୍ବଲପୁର,୨୦।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍ର ୧୬ଟି ଗେଟ୍ରୁ ଆଉ ୬ଟି ଗେଟ୍କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏହା ପୂର୍ବରୁ ସକାଳେ ୪ଟି ଗେଟ୍କୁ ବନ୍ଦ କରାଯାଇଥିଲା।
୧୪ ଘଣ୍ଟାର ଅପରେଶନ୍: ସମସ୍ତ ଆତଙ୍କବାଦୀ ନିହତ
ମୋଗାଦିଶୁ,୨୦।୮: ଦୀର୍ଘ ୧୪ଘଣ୍ଟା ପରେ ସୋମାଲିଆ ରାଜଧାନୀ ମୋଗାଦିଶୁର ହୋଟେଲ ହୟାତର ଅପରେଶନ୍ ଶେଷ ହୋଇଛି। ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଥିସହ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି। ମିଳିଥିବା ସଦ୍ୟ ସୂଚନା ଅନୁସାରେ, ସୁରକ୍ଷାକର୍ମୀମାନେ ହୋଟୋଲକୁ…
ଘାଟିରୁ ଖସିଲା ଅତଡା: ରାଜପଥରେ ଯାତାୟାତ ବାଧାପ୍ରାପ୍ତ
କେନ୍ଦୁଝର,୨୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ନଂ ଜାତୀୟ ରାଜପଥ ନିକଟ ଜୁଡ଼ିଆ ଘାଟିରୁ ପୁଣି ଶନିବାର ମାଟି ଅତଡା ସହ ପଥର ଖସି ରାସ୍ତାରେ ପଡିଛି। ଫଳରେ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ବେଳେ…
ଭୁଶୁଡ଼ିଲା କାନ୍ଥ: ଚାଲିଗଲା ସ୍ତ୍ରୀଙ୍କ ଜୀବନ, ସ୍ବାମୀ ଗୁରୁତର
କେନ୍ଦୁଝର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ବେହେରା ସାହିରେ ଏକ ଅଘଟଣ ଘଟିଛି। ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲଗାଣ ବର୍ଷାରେ ମାଟିକାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ସ୍ତ୍ରୀ ଦୂତିକା ବେହେରା(୭୦)ଙ୍କ ମୃତ୍ୟୁ ଘଟିଥିବା ବେଳେ…
ସୋମାଲିଆରେ ବଡ଼ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ, ଅନେକ ଆହତ
ସୋମାଲିଆ ରାଜଧାନୀ ମୋଗାଦିଶୁରେ ଭାରତର ମୁମ୍ବାଇ ଭଳି ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ସହ ଜଡ଼ିତ ଅଲ୍-ଶବାବର କିଛି ଆତଙ୍କବାଦୀମାନେ ଶନିବାର ମୋଗାଦିଶୁରେ ଥିବା ଏକ ହୋଟେଲ ହୟାତରେ ପଶି ଗୁଳି ଚଳାଇବା ସହ ବିସ୍ଫୋରଣ…
ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ତେବେ ମୃତକଜଣଙ୍କ ହେଲେ ଭୁବନେଶ୍ୱରର ୭୨ ବର୍ଷିୟ ମହିଳା। ସେ ଉଚ୍ଚ ରକ୍ତଚାପରେ…
Archives


