କମୁଛି ଚାଷଜମି, ବଢ଼ୁଛି ଘରବାରି

ପାରଳାଖେମୁଣ୍ଡି,୨୧ା୧୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳଗୁଡିକରେ ଚାଷଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି କିସମ ବଢୁଥିବା ପରିଲକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳ ନିକଟ ଅଞ୍ଚଳଗୁଡିକରେ ଥିବା ଚାଷଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ ଏବେ ଏମାନଙ୍କ ନଜର ଗ୍ରାମାଞ୍ଚଳ ଉପରେ ରହିଛି। ଅନ୍ୟପକ୍ଷରେ ଚାଷୀମାନଙ୍କୁ ଉତ୍ସାହିତ ବା ପ୍ରୋତ୍ସାହନ ସଠିକ ଭାବେ ମିଳୁନଥିବାରୁ ଚାଷୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଠିକ ସମୟରେ ଦଲାଲ ତଥା ଜମିମାଫିଆମାନେ ସୁଯୋଗ ଉଣ୍ଡି ଜମିଗୁଡିକୁ ଶସ୍ତା ଦରରେ କ୍ରୟ କରି ଘରବାରି ତଥା ପ୍ଲଟ ଆକାରରେ ଚଢାଦରରେ ବିକ୍ରି କରୁଥିବା ଜଣାପଡିଛି। ଏପରି ଏକ ନମୁନା ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଅଞ୍ଚଳରେ ଦେଖିବାକୁ ମିଳିଛି । ଗାରବନ୍ଧ ଗ୍ରାମ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିବା ବେଳେ ଗ୍ରାମକୁ ଲାଗିଥିବା ଚାଷ ଜମିଗୁଡିକ ବର୍ତ୍ତମାନ ବେସରକାରୀ ଭାବେ ଚଢା ମୂଲ୍ୟ ରହିଛି। ଏହି ଅଞ୍ଚଳରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ତଥା ରାଜନେତାମାନେ ଉର୍ବର ଚାଷ ଜମିଗୁଡିକୁ କ୍ରୟ କରି ପ୍ଲଟ ଆକାରରେ ବହୁମୂଲ୍ୟରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି ଜମିଗୁଡିକୁ ରାତାରାତି ବିଭିନ୍ନ ମେଶିନ ସାହାଯ୍ୟରେ ସମତଳ କରିଦେବା ସହ ପ୍ଲଟିଂ କରି ବିକ୍ରି କରୁଛନ୍ତି। ଏକଦା ଏହି ଗାରବନ୍ଧ ଗ୍ରାମାଞ୍ଚଳର ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ପାଇଁ ବେଶ ଖ୍ୟାତି ରହିଥିଲା। ହେଲେ ଏବେ କେଇ ବର୍ଷ ହେଲା ଧାନ, ପନିପରିବା ଚାଷ ତଥା ଉତ୍ପାଦନ କ୍ଷେତ୍ର କମିବାରେ ଲାଗିଛି। ବିଭିନ୍ନ ସମସ୍ୟା ତଥା ପ୍ରୋତ୍ସାହନ ଅଭାବରୁ ଚାଷ ଜମି ଥିବା ଲୋକେ ଚାଷବାସ ପ୍ରତି ମୁହଁ ଫେରାଇ ନେଉଛନ୍ତି। ନିଜ ନିଜ ଚାଷଜମିକୁ କମ୍‌ ମୂଲ୍ୟରେ ଏହି ଜମିମାଫିଆଙ୍କୁ ବିକ୍ରି କରି ଦାଦନ ଖଟିବାପାଇଁ ରାଜ୍ୟ ବାହାରକୁ ଯାଇ ଅକଥନୀୟ ଅତ୍ୟାଚାର, ମୃତ୍ୟୁବରଣ କରିବା ଆଦି ବହୁ ଦୃଷ୍ଟାନ୍ତ ରହିଛି। ଏପଟେ ଜମିମାଫିଆମାନେ ପ୍ଲଟିଂ କରି ରାତାରାତି ମାଲାମାଲ ହେଉଛନ୍ତି । ଏହି ଚାଷଜମି ଗୁଡିକୁ ଘରବାରିରେ ପରିବର୍ତ୍ତନ ପାଇଁ କିପରି ଅନୁମତି ଦିଆଯାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିୟମ ମୁତାବକ ଚାଷ ଜମିଗୁଡିକୁ ଘରବାରି ପରିବର୍ତ୍ତନ ପାଇଁ ବିଭିନ୍ନ ସରକାରୀ ନିୟମାବଳୀ ରହିଛି । ହେଲେ କମ ଦିନରେ ଚାଷଜମିରୁ ଘରବାରି ପଟ୍ଟା କିପରି ହେଉଛି ଏବଂ ଜମିମାଫିଆମାନେ କିପରି ପ୍ଲଟିଂ କରି ବିକ୍ରିବଟା କରୁଛନ୍ତି ତାହା ତଦନ୍ତସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?