ଖୋଲିଲା ମଣ୍ଡି, କିଣି ପାରିଲାନି ପ୍ରଶାସନ

ସରଣ୍ଡା,୨୧।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ସୋମବାର ଧାନ କିଣା ଆରମ୍ଭ ହୋଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ୨୧ତାରିଖ ସୋମବାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ସମସ୍ତ ମଣ୍ତି ଖୋଲାଯାଇଛି । ହେଲେ ମୁଖ୍ୟ ମଣ୍ତି ଅତାବିରା ସାପ୍ତାହିକ ବଜାର ଯୋଗୁ ମଙ୍ଗଳବାର ମଣ୍ତି ଖୋଲିବ।

ସୋମବାର ଗୋଡଭଗା ମଣ୍ତିରେ ଚାଷୀମାନେ ଧାନ ପକାଇ ଥିଲେ। ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ପରମ୍ପରା ଅନୁସାରେ ମଣ୍ତିକୁ ପ୍ରଥମେ ଧାନ ଆଣିଥିବା ଚାଷୀ ଧାନକୁ ପୂଜାର୍ଚ୍ଚନା କରାଯିବା ସହିତ ସମ୍ପୃକ୍ତ ଚାଷୀଙ୍କୁ ସଂଗଠନ ପକ୍ଷରୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥାଏ। ଏହି କ୍ରମରେ ମଣ୍ତିକୁ ପ୍ରଥମ ଚାଷୀ ଭାବେ ଜେ.ଶ୍ରୀନିବାସ ୧୫୦ ପ୍ୟାକେଟ ଧାନ ଆଣିଥିଲେ । ତାଙ୍କୁ ସଂଗଠନ ପକ୍ଷରୁ ପୂଜାର୍ଚ୍ଚନା କରାଯାଇ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ୱରେ ମଣ୍ତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅନ୍ୟପକ୍ଷେ ସରକାରୀସ୍ତରରେ ପୂଜାର୍ଚ୍ଚନା ପାଇଁ ବରଗଡ଼ ଉପଜିଲାପାଳ ତଥା ଆର୍‌ଏମ୍‌ସି ଅଧ୍ୟକ୍ଷ ଲଲାଟ କୁମାର ଲୁହା, ତହସିଲଦାର ରଞ୍ଜନ କୁମାର ଦାଶ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଜ୍ୟୋସ୍ନାରାଣୀ କର୍ଣ୍ଣ, ସମବାୟ ସମ୍ପ୍ରସାରଣ ଅଧିକାରୀ ସରୋଜ ମେହେର, ଯୋଗାଣ ନିରୀକ୍ଷକ ରଞ୍ଜନ ନାୟକ ପ୍ରମୁଖ ଗୋଡଭଗା ମଣ୍ତିକୁ ପୂଜାର୍ଚ୍ଚନା କରିବା ପାଇଁ
ପହଞ୍ଚି ଥିଲେ । ପୂଜାର୍ଚ୍ଚନା କରିବା ପାଇଁ ସଜବାଜ ହେବା ସମୟରେ କୃଷକ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା।

ଅନ୍ୟପକ୍ଷେକ୍ଷ ବୁଲୁ ପ୍ରଧାନଙ୍କ ୧୫.୭ ପ୍ରତିଶତ ଆର୍ଦ୍ରତା ଥିବା ୧୪୨ ପ୍ୟାକେଟ ଧାନ ଏବଂ ଜେ.ସତ୍ୟପୁଷ୍ପାଙ୍କ ୧୬ ପ୍ରତିଶତ ଆର୍ଦ୍ରତା ଥିବା ୧୧୦ ପ୍ୟାକେଟ ଧାନ ମଣ୍ତିରେ ପଡିଥିଲା । ସରକାରଙ୍କ ଧାନ କିଣା ସତ୍ତାବଳୀ ଅନୁସାରେ ପଞ୍ଜିକୃତ ଚାଷୀଙ୍କ ମୋବାଇଲ ନମ୍ବରରେ ପ୍ରାପ୍ତ ସୂଚନା ଅନୁସାରେ ମଣ୍ତିକୁ ଧାନ ଆଣିବା ପରେ ଏକ ସ୍ବୀକାର ପତ୍ର ଦିଆଯିବ। ଏହି ନିୟମକୁ ପାଳନ କରିବା ପାଇଁ କୃଷକ ସଂଗଠନପକ୍ଷରୁ ଦାବି କରାଯାଇଥିଲା। ତେଣୁ ଚାଷୀଙ୍କ ଧାନ କିଣି ପୂଜାର୍ଚ୍ଚନା କରିବାକୁ ସଂଗଠନ ପକ୍ଷରୁ କୁହାଯାଇଥିଲା। ହେଲେ ପୂଜାର୍ଚ୍ଚନା ନ କରି ଉପ-ଜିଲାପାଳ ମଣ୍ଡିରୁ ଫେରିଯାଇଥିଲେ ।

ସଂଗଠନର ସଭାପତି କର କହିଛନ୍ତି ପ୍ରତି ଋତୁରେ ସରକାରୀ ହିସାବରେ ମଣ୍ତି ଖୋଲିବା ଦିନଠାରୁ ବିଭିନ୍ନ ଆଳ ଦେଖାଇ ୫ ଦିନ ପର୍ଯ୍ୟନ୍ତ ପ୍ରଶାସନ ଧାନ କିଣି ନ ଥାଏ । ସେଥିପାଇଁ ନଭେମ୍ବର ୧୫ ତାରିଖରେ ମଣ୍ତି ଖୋଲିବା ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ ସଭାରେ ସଂଗଠନ ଦାବି କରିଥିଲା । ଦାବୀପ୍ରତି ଜିଲାପାଳ ସେତେବେଳେ ଧ୍ୟାନ ଦେଇ ନ ଥିଲେ। ପ୍ରଥମେ ଡିସେମ୍ବର ୧ ତାରିଖ ପରେ ନଭେମ୍ବର ୨୫ ତାରିଖ ଏବଂ ଶେଷରେ ନଭେମ୍ବର ୨୧ରେ ମଣ୍ତି ଖୋଲିବ ବୋଲି ଘୋଷଣା କରିଥିଲେ । ମାତ୍ର ପ୍ରଥମ ଦିନରୁ ସରକାରଙ୍କ ଧାନ କିଣାରେ ଫେଲ ମାରିଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି।

ଧାନ କିଣା ଫେଲ ମାରିବ ନାହିଁ, ଚାଷୀ ଧାନ ଆଣି ଯେହେତୁ ପୂଜାଅର୍ଚ୍ଚନା କରିସାରିଥିଲେ ଏବଂ ଦାବି କରିଥିଲେ ଯେ, ଧାନ କିଣିବା ପରେ ପୂଜା କରିବେ ବୋଲି କହିବାରୁ ପ୍ରଶାସନ ପକ୍ଷରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିଛୁ ଶୀଘ୍ର ଏହା ଶେଷ ହେବ ବୋଲି ବରଗଡ଼ ଉପ ଜିଲାପାଳ ତଥା ଆର୍‌ଏମ୍‌ସି ଅଧ୍ୟକ୍ଷ ଲଲାଟ କୁମାର ଲୁହା କହିଛନ୍ତି।

ବରଗଡ଼ ଜିଲାରେ ଚଳିତ ବର୍ଷ ୧ଲକ୍ଷ ୧୪ହଜାର ୬୧୯ଜଣ ଚାଷୀ ରେଜିଷ୍ଟେସନ କରିଛନ୍ତି l
ପ୍ରଥମ ଦିନରେ ଚାଷୀ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ସମେତ ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ, ସୁରେଶ କର୍ଣ୍ଣ, ଭୁବନ ପ୍ରଧାନ, ଅମୁଲ୍ୟ ସ୍ବାଇଁ, ନରେନ୍ଦ୍ର ଭୋଇ, ସମୀର ପଧାନ, ଦଶରଥ ଭୋଇ, ସୁରେନ୍ଦ୍ର ସ୍ବାଇଁ, ଏସ. ଭି. ରାଓ, ବି. ପାପା ରାଓ, ଅଶ୍ୱିନୀ ତ୍ରିପାଠୀ, ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri