ରାଗିଂକୁ ନେଇ ଚିନ୍ତାରେ ଛାତ୍ରୀଛାତ୍ର, ଅଭିଭାବକ

ବ୍ରହ୍ମପୁର ଅଫିସ,୨୧।୧୧: କଲେଜରେ ରାଗିଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲିଦେଇଛି। ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ କଲେଜଗୁଡ଼ିକରେ ରାଗିଂ ଓ ଅସଦାଚରଣ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଏଭଳି ଘଟଣା ଯୋଗୁ ଏବେ ବିଦ୍ୟାର୍ଥୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ବେଳେବେଳେ ଅସଦାଚରଣ ଓ ରାଗିଂର ଶିକାର ହେଉଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଓ ଅଧ୍ୟାପିକା ପରିସ୍ଥିତିକୁ ଚାପି ରଖୁଛନ୍ତି ତ ଅନ୍ୟ କେହି ଆତ୍ମହତ୍ୟା କରୁଥିବା ମଧ୍ୟ ନଜିର ରହିଛି। ଶିକ୍ଷାନୁଷ୍ଠାନଗୁଡିକରେ ଥିବା ଆଣ୍ଟିରାଗିଂ ସେଲର କାର୍ଯ୍ୟକାରିତା ଧର୍ମକୁ ଆଖିଠାର ଭଳି ଘଟଣାର ତଦନ୍ତ କରି ନିଜର ଦାୟିତ୍ୱ ଖସାଇ ଦେଇ ଚୁପ୍‌ ରହୁଛନ୍ତି। ରାଗିଂ ରୋକାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଏହି ସମସ୍ୟା ଆଗକୁ ଭୟଙ୍କର ରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇଟି ପ୍ରତିଷ୍ଠିତ ମହାବିଦ୍ୟାଳୟରେ ଏଭଳି ରାଗିଂ ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ନିଜ ଉପରୁ ଦାୟିତ୍ୱ ହଠାଇ ଚୁପ୍‌ ହୋଇ ବସିଥିବା କଲେଜ କର୍ତ୍ତୃପକ୍ଷ ଏବେ ସକ୍ରିୟ ହୋଇ ଉଠିଛନ୍ତି। ଜିଲାରେ ଏକ ସରକାରୀ ମହାବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କ ସହ ଅସଦାଚରଣ, ରାଗିଂ ଭିଡିଓ ଭାଇରାଲ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାର ଚର୍ଚ୍ଚା ଥମିବା ପୂର୍ବରୁ ଶନିବାର ପୁଣି ଥରେ ବ୍ରହ୍ମପୁର ସହର ତଥା ଦକ୍ଷିଣ ଓଡ଼ିଶାର ବହୁ ପୁରାତନ ଖ୍ୟାତିସମ୍ପନ୍ନ (ଖଲ୍ଲିକୋଟ ଜୁନିୟର କଲେଜ) ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣିଥରେ ଏଭଳି ଅଭିଯୋଗ ହୋଇଛି। ଏଭଳି ଘଟଣା ପରେ କ୍ୟାମ୍ପସ ପରିସର ଅଶାନ୍ତ ହୋଇପଡ଼ିଛି। ଏହା ପରେ ବିଦ୍ୟାର୍ଥୀଙ୍କ ମନରେ ଭବିଷ୍ୟତକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଗୋଟିଏ ପଟେ ଛାତ୍ରୀଛାତ୍ର ଭବିଷ୍ୟତକୁ ନେଇ ସନ୍ଦେହରେ ରହିଥିବା ବେଳେ ଅନ୍ୟପଟେ ଅଭିଭାବକ ମହଲ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ବିଶୃଙ୍ଖଳିତ ଛାତ୍ରୀଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ
ରାଗିଂ ରୋକିବା ନିମନ୍ତେ ଶିକ୍ଷାବିଭାଗ ପକ୍ଷରୁ ୨୦୦୯ରୁ ଜାତୀୟ ଓ ରାଜ୍ୟସ୍ତରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଣ୍ଟିରାଗିଂ ସେଲ୍‌, ଶୃଙ୍ଖଳା କମିଟି ଓ ଆଣ୍ଟି ହାରାସ୍‌ମେଣ୍ଟ ସେଲ୍‌ ଗଠନ ହୋଇଛି। ଏହି ସେଲ୍‌ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ବିଶୃଙ୍ଖଳିତ ଛାତ୍ରୀଛାତ୍ରଙ୍କ ବିରୋଧରେ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଜରୁରୀ। ଏହାଦ୍ୱାରା ରାଗିଂ ମନୋଭାବ ରଖୁଥିବା ଛାତ୍ରୀଛାତ୍ରଙ୍କୁ ଆୟତ୍ତ କରାଯାଇପାରିବ। ଏହା ସହ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ ମଧ୍ୟ ଦିଆଯାଉଛି। ଛାତ୍ରୀମାନେ ଭୟଭୀତ ନ ହୋଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ନିଜ ସମସ୍ୟା ରଖିପାରିବେ।
ଡ. କୁଳମଣି ଓଝା, ଉପ ସଚିବ
ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଦଣ୍ଡ ସମ୍ପର୍କରେ ଜାଣିଲେ ପିଲାମାନେ ଏଥିରୁ ନିବୃତ୍ତ ରହିବେ
ଓଡ଼ିଶାରେ ରାଗିଂ ୨୦୦୦ ପରଠାରୁ ଊଣାଅଧିକେ ବୃଦ୍ଧି ପାଇଛି। ରାଗିଂ ଘଟାଉଥିବା ବିଦ୍ୟାର୍ଥୀମାନେ ମୁଖ୍ୟତଃ ଅପରିପକ୍ୱ ବୟସରେ ଥାଆନ୍ତି, ଏଣୁ ଏଭଳି ମାନସିକତା ରହିବା ସ୍ବାଭାବିକ। ଅପରିପକ୍ୱ ବୟସରେ ପିଲାଙ୍କୁ ଉପଯୁକ୍ତ ପରାମର୍ଶ ମିଳିବା ନିହାତି ଆବଶ୍ୟକ। ରାଗିଂ ଭଳି ଗୁରୁତର ଅପରାଧକୁ ପିଲାମାନେ ମଜା ଭାବି କରୁଛନ୍ତି। ଏଥିନିମନ୍ତେ ସେମାନଙ୍କ ପାରିବାରିକ ପରିବେଶ ବିଶେଷ ଭାବେ ଦାୟୀ। ଅନ୍ୟପଟେ ରାଗିଂ ରୋକିବା ନିମନ୍ତେ ମଧ୍ୟ ପ୍ରତ୍ୟେକ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ବିଦ୍ୟାର୍ଥୀ କଲେଜରେ ଆଡ୍‌ମିଶନ ନେବା ସମୟରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କୁ ରାଗିଂରୁ ଦୂରେଇ ରଖିବା ନିମନ୍ତେ ପରାମର୍ଶ ଦେବା ଆବଶ୍ୟକ। ରାଗିଂ ପରବର୍ତ୍ତୀ ଭୟାବହ କରୁଣ ପରିଣତି ଓ ଆଇନର କଠୋର ଦଣ୍ଡବିଧାନ ସମ୍ପର୍କରେ ପୂର୍ବରୁ ଜଣାଇଲେ ପିଲାମାନେ ଏଥିରୁ ନିବୃତ୍ତ ରହିବେ। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଘଟଣା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଉଚିତ ଶିକ୍ଷା।
ଡ. ଜୟନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ କୁଳପତି
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ଶୃଙ୍ଖଳା କମିଟି ସକ୍ରିୟ ହେବା ଆବଶ୍ୟକ
ବାରମ୍ବାର ରାଗିଂ ଘଟଣା ସାମ୍ନାକୁ ଆସିବା ପରଠାରୁ ଦକ୍ଷିଣାଞ୍ଚଳର ସମସ୍ତ ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହ ବୈଠକ ହୋଇଛି। ଏଥିରେ କ୍ୟାମ୍ପସ ପରିସରକୁ ସିସିଟିଭି ଦ୍ୱାରା ଆବଦ୍ଧ ମଧ୍ୟରେ ରଖାଯିବାକୁ ନିର୍ଦ୍ଦେଶ ହୋଇଛି। ବିଶୃଙ୍ଖଳିତ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଆଚାର ବ୍ୟବହାର ଉପରେ ନଜର ରଖିବା ଆବଶ୍ୟକ। ଆଣ୍ଟିରାଗିଂ ସେଲ୍‌, ଶୃଙ୍ଖଳା କମିଟି ସକ୍ରିୟ ଭାବେ କାର୍ଯ୍ୟ କରିବା ନିହାତି ଆବଶ୍ୟକ। ଏହିସବୁ ପଦକ୍ଷେପ ଦ୍ୱାରା ରାଗିଂ ରୋକାଯାଇପାରିବ।
ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ,
ଦକ୍ଷିଣାଞ୍ଚଳ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ
ନାମକୁମାତ୍ର ଆଣ୍ଟିରାଗିଂ କମିଟି
କଲେଜ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବା ଓ ଶାସକ ଦଳ କଳେଜ ପରିସରରେ ନିଜ ଦଳୀୟ ସମର୍ଥକଙ୍କ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେବା ରାଗିଂ ବୃଦ୍ଧିର ମୁଖ୍ୟ କାରଣ। ଶିକ୍ଷାନୁଷ୍ଠାନଗୁଡିକରେ ରାଜନୈତିକ ନେତାଙ୍କ ଫଟୋ ଲଗାଇ ଦଳୀୟ ରାଜନୀତିକୁ କେତେକ ନିଦ୍ଧିଷ୍ଟ ଛାତ୍ରଙ୍କୁ ଟଣାଯାଉଛି। ଅନ୍ୟ ଛାତ୍ର ସଂଗଠନଗୁଡିକୁ କାମ କରିବାକୁ ଦିଆଯାଉନାହଁ। ନାମକୁମାତ୍ର ଆଣ୍ଟିରାଗିଂ କମିଟି ରହିଛି। ଅଭିଭାବକ, ଶିକ୍ଷକ ବୈଠକ ନ ହେବା ଓ ଛାତ୍ର ସଂଘ ନିର୍ବାଚନ ନ କରାଇବା ହେଉଛି ରାଗିଂ ବୃଦ୍ଧିର ମୁଖ୍ୟ କାରଣ।
ପୀତବାସ ପଣ୍ଡା, ପିସିସି ସଦସ୍ୟ,
ପୂର୍ବତନ ଛାତ୍ରନେତା ତଥା ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?