ରାଗିଂକୁ ନେଇ ଚିନ୍ତାରେ ଛାତ୍ରୀଛାତ୍ର, ଅଭିଭାବକ

ବ୍ରହ୍ମପୁର ଅଫିସ,୨୧।୧୧: କଲେଜରେ ରାଗିଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲିଦେଇଛି। ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ କଲେଜଗୁଡ଼ିକରେ ରାଗିଂ ଓ ଅସଦାଚରଣ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ଏଭଳି ଘଟଣା ଯୋଗୁ ଏବେ ବିଦ୍ୟାର୍ଥୀମାନେ ଅସୁରକ୍ଷିତ ମନେ କରୁଛନ୍ତି। ବେଳେବେଳେ ଅସଦାଚରଣ ଓ ରାଗିଂର ଶିକାର ହେଉଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଓ ଅଧ୍ୟାପିକା ପରିସ୍ଥିତିକୁ ଚାପି ରଖୁଛନ୍ତି ତ ଅନ୍ୟ କେହି ଆତ୍ମହତ୍ୟା କରୁଥିବା ମଧ୍ୟ ନଜିର ରହିଛି। ଶିକ୍ଷାନୁଷ୍ଠାନଗୁଡିକରେ ଥିବା ଆଣ୍ଟିରାଗିଂ ସେଲର କାର୍ଯ୍ୟକାରିତା ଧର୍ମକୁ ଆଖିଠାର ଭଳି ଘଟଣାର ତଦନ୍ତ କରି ନିଜର ଦାୟିତ୍ୱ ଖସାଇ ଦେଇ ଚୁପ୍‌ ରହୁଛନ୍ତି। ରାଗିଂ ରୋକାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ଏହି ସମସ୍ୟା ଆଗକୁ ଭୟଙ୍କର ରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଗତ କିଛି ଦିନ ମଧ୍ୟରେ ଦୁଇ ଦୁଇଟି ପ୍ରତିଷ୍ଠିତ ମହାବିଦ୍ୟାଳୟରେ ଏଭଳି ରାଗିଂ ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ନିଜ ଉପରୁ ଦାୟିତ୍ୱ ହଠାଇ ଚୁପ୍‌ ହୋଇ ବସିଥିବା କଲେଜ କର୍ତ୍ତୃପକ୍ଷ ଏବେ ସକ୍ରିୟ ହୋଇ ଉଠିଛନ୍ତି। ଜିଲାରେ ଏକ ସରକାରୀ ମହାବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କ ସହ ଅସଦାଚରଣ, ରାଗିଂ ଭିଡିଓ ଭାଇରାଲ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣାର ଚର୍ଚ୍ଚା ଥମିବା ପୂର୍ବରୁ ଶନିବାର ପୁଣି ଥରେ ବ୍ରହ୍ମପୁର ସହର ତଥା ଦକ୍ଷିଣ ଓଡ଼ିଶାର ବହୁ ପୁରାତନ ଖ୍ୟାତିସମ୍ପନ୍ନ (ଖଲ୍ଲିକୋଟ ଜୁନିୟର କଲେଜ) ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁଣିଥରେ ଏଭଳି ଅଭିଯୋଗ ହୋଇଛି। ଏଭଳି ଘଟଣା ପରେ କ୍ୟାମ୍ପସ ପରିସର ଅଶାନ୍ତ ହୋଇପଡ଼ିଛି। ଏହା ପରେ ବିଦ୍ୟାର୍ଥୀଙ୍କ ମନରେ ଭବିଷ୍ୟତକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଗୋଟିଏ ପଟେ ଛାତ୍ରୀଛାତ୍ର ଭବିଷ୍ୟତକୁ ନେଇ ସନ୍ଦେହରେ ରହିଥିବା ବେଳେ ଅନ୍ୟପଟେ ଅଭିଭାବକ ମହଲ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

ବିଶୃଙ୍ଖଳିତ ଛାତ୍ରୀଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜରୁରୀ
ରାଗିଂ ରୋକିବା ନିମନ୍ତେ ଶିକ୍ଷାବିଭାଗ ପକ୍ଷରୁ ୨୦୦୯ରୁ ଜାତୀୟ ଓ ରାଜ୍ୟସ୍ତରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଣ୍ଟିରାଗିଂ ସେଲ୍‌, ଶୃଙ୍ଖଳା କମିଟି ଓ ଆଣ୍ଟି ହାରାସ୍‌ମେଣ୍ଟ ସେଲ୍‌ ଗଠନ ହୋଇଛି। ଏହି ସେଲ୍‌ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ବିଶୃଙ୍ଖଳିତ ଛାତ୍ରୀଛାତ୍ରଙ୍କ ବିରୋଧରେ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିହାତି ଜରୁରୀ। ଏହାଦ୍ୱାରା ରାଗିଂ ମନୋଭାବ ରଖୁଥିବା ଛାତ୍ରୀଛାତ୍ରଙ୍କୁ ଆୟତ୍ତ କରାଯାଇପାରିବ। ଏହା ସହ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଙ୍କୁ ଆତ୍ମସୁରକ୍ଷା ତାଲିମ ମଧ୍ୟ ଦିଆଯାଉଛି। ଛାତ୍ରୀମାନେ ଭୟଭୀତ ନ ହୋଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ନିଜ ସମସ୍ୟା ରଖିପାରିବେ।
ଡ. କୁଳମଣି ଓଝା, ଉପ ସଚିବ
ଦକ୍ଷିଣାଞ୍ଚଳ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ
ଦଣ୍ଡ ସମ୍ପର୍କରେ ଜାଣିଲେ ପିଲାମାନେ ଏଥିରୁ ନିବୃତ୍ତ ରହିବେ
ଓଡ଼ିଶାରେ ରାଗିଂ ୨୦୦୦ ପରଠାରୁ ଊଣାଅଧିକେ ବୃଦ୍ଧି ପାଇଛି। ରାଗିଂ ଘଟାଉଥିବା ବିଦ୍ୟାର୍ଥୀମାନେ ମୁଖ୍ୟତଃ ଅପରିପକ୍ୱ ବୟସରେ ଥାଆନ୍ତି, ଏଣୁ ଏଭଳି ମାନସିକତା ରହିବା ସ୍ବାଭାବିକ। ଅପରିପକ୍ୱ ବୟସରେ ପିଲାଙ୍କୁ ଉପଯୁକ୍ତ ପରାମର୍ଶ ମିଳିବା ନିହାତି ଆବଶ୍ୟକ। ରାଗିଂ ଭଳି ଗୁରୁତର ଅପରାଧକୁ ପିଲାମାନେ ମଜା ଭାବି କରୁଛନ୍ତି। ଏଥିନିମନ୍ତେ ସେମାନଙ୍କ ପାରିବାରିକ ପରିବେଶ ବିଶେଷ ଭାବେ ଦାୟୀ। ଅନ୍ୟପଟେ ରାଗିଂ ରୋକିବା ନିମନ୍ତେ ମଧ୍ୟ ପ୍ରତ୍ୟେକ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ବିଦ୍ୟାର୍ଥୀ କଲେଜରେ ଆଡ୍‌ମିଶନ ନେବା ସମୟରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କୁ ରାଗିଂରୁ ଦୂରେଇ ରଖିବା ନିମନ୍ତେ ପରାମର୍ଶ ଦେବା ଆବଶ୍ୟକ। ରାଗିଂ ପରବର୍ତ୍ତୀ ଭୟାବହ କରୁଣ ପରିଣତି ଓ ଆଇନର କଠୋର ଦଣ୍ଡବିଧାନ ସମ୍ପର୍କରେ ପୂର୍ବରୁ ଜଣାଇଲେ ପିଲାମାନେ ଏଥିରୁ ନିବୃତ୍ତ ରହିବେ। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଘଟଣା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଉଚିତ ଶିକ୍ଷା।
ଡ. ଜୟନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ କୁଳପତି
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ଶୃଙ୍ଖଳା କମିଟି ସକ୍ରିୟ ହେବା ଆବଶ୍ୟକ
ବାରମ୍ବାର ରାଗିଂ ଘଟଣା ସାମ୍ନାକୁ ଆସିବା ପରଠାରୁ ଦକ୍ଷିଣାଞ୍ଚଳର ସମସ୍ତ ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହ ବୈଠକ ହୋଇଛି। ଏଥିରେ କ୍ୟାମ୍ପସ ପରିସରକୁ ସିସିଟିଭି ଦ୍ୱାରା ଆବଦ୍ଧ ମଧ୍ୟରେ ରଖାଯିବାକୁ ନିର୍ଦ୍ଦେଶ ହୋଇଛି। ବିଶୃଙ୍ଖଳିତ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଆଚାର ବ୍ୟବହାର ଉପରେ ନଜର ରଖିବା ଆବଶ୍ୟକ। ଆଣ୍ଟିରାଗିଂ ସେଲ୍‌, ଶୃଙ୍ଖଳା କମିଟି ସକ୍ରିୟ ଭାବେ କାର୍ଯ୍ୟ କରିବା ନିହାତି ଆବଶ୍ୟକ। ଏହିସବୁ ପଦକ୍ଷେପ ଦ୍ୱାରା ରାଗିଂ ରୋକାଯାଇପାରିବ।
ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ,
ଦକ୍ଷିଣାଞ୍ଚଳ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ
ନାମକୁମାତ୍ର ଆଣ୍ଟିରାଗିଂ କମିଟି
କଲେଜ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବା ଓ ଶାସକ ଦଳ କଳେଜ ପରିସରରେ ନିଜ ଦଳୀୟ ସମର୍ଥକଙ୍କ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେବା ରାଗିଂ ବୃଦ୍ଧିର ମୁଖ୍ୟ କାରଣ। ଶିକ୍ଷାନୁଷ୍ଠାନଗୁଡିକରେ ରାଜନୈତିକ ନେତାଙ୍କ ଫଟୋ ଲଗାଇ ଦଳୀୟ ରାଜନୀତିକୁ କେତେକ ନିଦ୍ଧିଷ୍ଟ ଛାତ୍ରଙ୍କୁ ଟଣାଯାଉଛି। ଅନ୍ୟ ଛାତ୍ର ସଂଗଠନଗୁଡିକୁ କାମ କରିବାକୁ ଦିଆଯାଉନାହଁ। ନାମକୁମାତ୍ର ଆଣ୍ଟିରାଗିଂ କମିଟି ରହିଛି। ଅଭିଭାବକ, ଶିକ୍ଷକ ବୈଠକ ନ ହେବା ଓ ଛାତ୍ର ସଂଘ ନିର୍ବାଚନ ନ କରାଇବା ହେଉଛି ରାଗିଂ ବୃଦ୍ଧିର ମୁଖ୍ୟ କାରଣ।
ପୀତବାସ ପଣ୍ଡା, ପିସିସି ସଦସ୍ୟ,
ପୂର୍ବତନ ଛାତ୍ରନେତା ତଥା ଆଇନଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri