୯ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା: ସ୍କୁଲ୍, କଲେଜ ବନ୍ଦ
ବେଙ୍ଗାଲୁରୁ,୭।୯: କର୍ନାଟକର ରାଜଧାନୀ ବେଙ୍ଗାଲୁରୁ ତିନି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ରାସ୍ତା, ଘର ଏବେ ବି ପାଣି ଘେରରେ ରହିଛି। ତେବେ ସିଲିକନ ସିଟି ଏବଂ କର୍ନାଟକର ଅନ୍ୟାନ୍ୟ ଅଞ୍ଚଳରେ…
ଖତ ହେଉଛି ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ଶାଖା ଗାଡ଼ି
ମାଲକାନଗିରି, ୭।୯(ଡି.ଏନ୍.ଏ.): ମାଲକାନଗିରି ଜିଲାରେ କୃଷକମାନଙ୍କ ବିଭିନ୍ନ ସମସ୍ୟା ଦୂରକରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ କୃଷକମାନେ ଯେପରି ନିଜ ଗ୍ରାମରେ ଥାଇ ଚାଷ ସମ୍ପର୍କିତ ସମସ୍ତ ସୁବିଧା ପାଇପାରିବେ ସେଥିପାଇଁ ନାବାର୍ଡ ମାଧ୍ୟମରେ କୋରାପୁଟ…
କିଣା ଆଓ୍ବାର୍ଡ: ଭାଜପା
ଭୁବନେଶ୍ବର,୭।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ପରେ ସେ ଭୁବନେଶ୍ୱର ଫେରିଛନ୍ତି। ତାଙ୍କୁ ସ୍ବାଗତ କରିବା ଲାଗି ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଭୁବନେଶ୍ୱରରେ ଛାଉଣି ହୋଇଯାଇଛନ୍ତି। ହେଲେ ଏହାକୁ କଡ଼ା ଭାଷାରେ ବିରୋଧୀ ସମାଲୋଚନା…
ଫସଲ, ରୋଗ ଦାଉରୁ ସୁରକ୍ଷା ପାଇଁ ପୂଜା
ଟିକିରି,୭।୯(ଡି.ଏନ୍.ଏ.): ପ୍ରକୃତି ଓ ପରମ୍ପରାର ଉପାସକ ହେଲେ ଆଦିମ ଆଦିବାସୀ। ଭିନ୍ନ ଭିନ୍ନ ଋତୁରେ ବିଭିନ୍ନ ପୂଜା ପାଳନ କରିଥାନ୍ତି। ଚଇତି ପର୍ବ, ମାଣ୍ଡିଆରାଣୀ, ନୂଆଁଖାଇ ଆଦି ପର୍ବ ପାଳନ କରିଥାନ୍ତି ସେମାନେ। ଏବେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ…
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ମିଳିଲାନି ନିଃଶୁଳ୍କ ଔଷଧ
ଢେଙ୍କାନାଳ ଅଫିସ, ୭।୯: ସରକାରୀ ଡାକ୍ତରଖାନାରେ ଯୋଗାଇ ଦିଆଯାଉଛି ନିଃଶୁଳ୍କ ଔଷଧ। ସାଧାରଣ ଥଣ୍ଡା, ଜ୍ୱରଠାରୁ ଆରମ୍ଭ କରି ଦୁର୍ଘଟଣାଗ୍ରସ୍ତ ରୋଗୀ ଯେପରି ଉତ୍ତମ ଚିକିତ୍ସା ସୁବିଧା ପାଆନ୍ତି, ସେଥିଲାଗି କରାଯାଇଛି ସମସ୍ତ ବ୍ୟବସ୍ଥା। ହେଲେ ଗ୍ରାମଞ୍ଚଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଲୋକଙ୍କ…
ଦୂର ହେଉନି ଦମକଳ ଦ୍ୱନ୍ଦ୍ୱ
ବଇଣ୍ଡା,୭।୯: ନିଆଁ ଗିଳୁଛି ଘର। ଆଖି ଆଗରେ ଜଳିଯାଉଛି ବର୍ଷ ବର୍ଷର ସମ୍ପତ୍ତି। ପ୍ରତିବର୍ଷ ସର୍ବସ୍ବାନ୍ତ ହେଉଛନ୍ତି ୫୦ରୁ ଊର୍ଦ୍ଧ୍ୱ ପରିବାର। ନିକଟରେ ଅଗ୍ନିଶମ କେନ୍ଦ୍ରଟିଏ ନ ଥିବାରୁ ଏହି ବିପତ୍ତିରୁ ମିଳିପାରୁନି ଆଶ୍ୱସ୍ତି। ଏ ନେଇ ଦୀର୍ଘ ୨୪ବର୍ଷ ହେଲା…
ଦୁର୍ଘଟଣାପ୍ରବଣ ସ୍ଥାନ ଚି଼ହ୍ନଟ ନିର୍ଦ୍ଦେଶ
ଛତ୍ରପୁର,୭।୯(ଡିଏନଏ ): ଗଞ୍ଜାମ ଜିଲାପାଳଙ୍କ ସଦଭାବନା ଗୃହରେ ମଙ୍ଗଳବାର ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ ଯେ, ସଡ଼କ ଦୁର୍ଘଟଣାକୁ ରୋକିବାକୁ ହେଲେ…
କମ୍ ବୟସରୁ କେଶ ପାଚୁଛି କି ?
ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ କେଶ ସମସ୍ୟାକୁ ନେଇ ଚିନ୍ତିତ। କମ ବୟସରେ କେଶ ଧଳା ହୋଇ ଝଡିବା ଏକ ମୁଖ୍ୟ ସମସ୍ୟା। ଆଧୁନିକ ଜୀବନଶୈଳୀ ସହ କେମିକାଲରେ ନିର୍ମିତ ସାମ୍ପୁ, କଣ୍ଡିଶନର, ତେଲ ଆଦି…
ମନ୍ତ୍ରୀ ଉମେଶ କଟ୍ଟିଙ୍କ ପରଲୋକ
ବଙ୍ଗାଲୁରୁ,୭।୯: କର୍ନାଟକର ମନ୍ତ୍ରୀ ଉମେଶ କଟ୍ଟିଙ୍କ ହୃଦ୍ଘାତରେ ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସେ କର୍ନାଟକ ସରକାରରେ ଖାଦ୍ୟ ଯୋଗାଣ ଏବଂ ଜଙ୍ଗଲ ବିଭାଗର ମନ୍ତ୍ରୀ ଥିଲେ । ତାଙ୍କ ମୃତ୍ୟୁକୁ…
ଶିଳାନ୍ୟାସରେ ସୀମିତ ବିକ୍ରମପୁର ସାଇନ୍ସ ପାର୍କ
ବ୍ରହ୍ମପୁର ଅଫିସ,୭।୯: ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିକ୍ରମପୁରରେ ପ୍ରସ୍ତାବିତ ସାଇନ୍ସ ପାର୍କ ଶିଳାନ୍ୟାସରେ ସୀମିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଭିତ୍ତିପ୍ରସ୍ତରକୁ ଏବେ ୭ ବର୍ଷ ବିତିଥିଲେ ମଧ୍ୟ କାମ ଆରମ୍ଭ ହୋଇନି। ତୁରନ୍ତ ପାର୍କ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ…
କ୍ଷୟକ୍ଷତି ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର
ଜଳେଶ୍ୱର, ୭।୯(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର ହୋଇଛି। ଏଥିରେ ଆପଦକାଳୀନ ସହାୟତା ଲାଗି ୨୦ କୋଟି ଟଙ୍କା ମଗାଯାଇଥିବା ପ୍ରାଥମିକ ସ୍ତରରେ ଜଣାଯାଇଛି। ବର୍ଷା ଓ ବନ୍ୟା ଯୋଗୁ କ୍ଷୟକ୍ଷତି ରିପୋର୍ଟ ବ୍ଲକ ପ୍ରଶାସନ…
ମା’ଙ୍କୁ ମାଡ଼ ମାରି ପୁଅ ଗିରଫ
ବନ୍ତ, ୭।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧୀନ ଆର୍.ଏନ୍.ବେତଡା ଗ୍ରାମରେ ଜଣେ ଯୁବକ ମା’ଙ୍କୁ ମାଡ ମାରି ଗିରଫ ହୋଇଥିବା ଜଣାଯାଇଛି। ଗିରଫ ଯୁବକ ହେଲେ ଅନନ୍ତ ମଲ୍ଲିକ। ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଉକ୍ତ ଗ୍ରାମର…
Archives


