Posted inଖେଳ

ସ୍କୁଲ୍ସ ଓପନ ଚେସ୍‌: ଶୁକ ମୁର୍ମୁ ଚାମ୍ପିୟନ

ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ସମର ବିଜୟ ମହାନ୍ତି ମେମୋରିଆଲ ସ୍କୁଲ୍ସ ଓପନ ଚେସ୍‌ରେ କଟକ ସାଇ ଇଣ୍ଟିଗ୍ରେଟେଡ୍‌ ପବ୍ଲିକ୍‌ ସ୍କୁଲ୍‌ର ଶୁକ ମୁର୍ମୁ ଚାମ୍ପିୟନ ହୋଇଛନ୍ତି। ସେ ୬ ରାଉଣ୍ଡବିଶିଷ୍ଟ ଟୁର୍ନାମେଣ୍ଟରେ ପୂରା ୬ ପଏଣ୍ଟ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରତ୍ୟାଂଶୁ ନାୟକ, ତ୍ରିଦେବ ତୀର୍ଥଙ୍କର, ନମସ୍ୟ ନଳିନୀ, ସାଇ ଅଂଶୁମାନ ସିଂ, ଆୟୁଷ ପରିଡ଼ା, ସଂକଳ୍ପ ଶ୍ରୀକୁମାର ସିଂ, ଅଂଶୁମାନ ପତି, ସାର୍ଥକ ମହାନ୍ତି, ଦୀପ୍ତିରଞ୍ଜନ ସାହୁ ଟପ୍‌-୧୦ ଫିନିଶ୍‌ କରିଛନ୍ତି।

ଏହାବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ଖେଳାଳିଙ୍କୁ ଏଜ୍‌ ଗ୍ରୁପ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ୬ ଖେଳାଳି ସ୍ବତନ୍ତ୍ର ପୁରସ୍କାର ପାଇଥିଲେ। ଅନନ୍ୟା ମିଶ୍ର (୪ ବର୍ଷ, ୪ ମାସ)ଥିଲେ ଟୁର୍ନାମେଣ୍ଟର ସର୍ବକନିଷ୍ଠ ଖେଳାଳି। ରାଜ୍ୟ ଗୋଇନ୍ଦା ବିଭାଗ ଇନ୍‌ସ୍ପେକ୍ଟର ପ୍ରିୟଦର୍ଶିନୀ ନାୟକ ଏବଂ ସହକାରୀ ଯନ୍ତ୍ରୀ (ରୁରାଲ ଓ୍ବର୍କ୍ସ) ରୂପାମ୍ବିକା ନାୟକ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ସାଇ ବୀଣାପାଣି ଜ୍ଞାନମନ୍ଦିରର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର, ଶିକ୍ଷୟିତ୍ରୀ ସୁଚେତା ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିତାଙ୍କ ଶେଷ ଇଚ୍ଛା ପୂରଣ କଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ମେଲବୋର୍ନରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ବୋଲର୍‌ ମହମ୍ମଦ ସିରାଜ୍‌ ଡେବ୍ୟୁ...

ପ୍ରଥମରୁ ବିପର୍ଯ୍ୟୟ

ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓପନର ପାଥୁମ ନିଶାଙ୍କାଙ୍କ ୫୩ ବଲ୍‌ରୁ...

୪୨ ବଲରୁ ବିସ୍ଫୋରକ ୭୫ ରନର ଇନିଂସ ଖେଳି ଖାସ୍‌ ରେକର୍ଡ ହାସଲ କଲେ ଏବି. ଡିଲିୟର୍ସ

ମୁମ୍ବାଇ,୨୮।୪: ଆଇପିଏଲର ୨୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟ...

୧୯୮୩ ବିଶ୍ବକପ୍‌ ହିରୋ ଯଶପାଲଙ୍କ ଜୀବନର ବଡ଼ ଦୁଃଖ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ୧୯୮୩ ବିଶ୍ବକପ୍‌ ଏହି ହିରୋଙ୍କ...

ପୂର୍ବତନ ଫୁଟ୍‌ବଲ ଅଧିନାୟକ ଚାପମ୍ୟାନଙ୍କ ପରଲୋକ

ନୂଆଦିଲ୍ଲୀ, ୧୩ା୧୦ (ପି.ଟି.)-ଭାରତର ପୂର୍ବତନ ଫୁଟ୍‌ବଲ ଅଧିନାୟକ ଓ ମିଡ୍‌ଫିଲ୍‌ଡର ଚାର୍ଲଟନ ଚାପମ୍ୟାନଙ୍କର ହୃଦ୍‌ଘାତରେ ବାଙ୍ଗାଲୋରରେ ପରଲୋକ ହୋଇଯାଇଛି। ତାଙ୍କୁ ୪୯ବର୍ଷ ବୟସ ହୋଇଥିଲା। ୧୯୯୦...

ଆଉ ଗୋଟିଏ ଶତକ ମାରିଲେ ବିଶ୍ୱ ରେକର୍ଡ ଭାଙ୍ଗିବେ କୋହଲି

ଅହମ୍ମଦାବାଦ,୨।୩: ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଇଂଳଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ...

ଫେସବୁକ୍‌ରୁ ପ୍ରେମ ବିବାହ, ଇନ୍‌ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ

ଭାରତୀୟ ଓପନର୍‌ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ...

ବିଜ୍‌ନେସ ଓମ୍ୟାନ ଅଫ୍‌ ଦି ଇୟର ନର୍ମାନଙ୍କୁ ହକି ଇଣ୍ଡିଆର ଅଭିନନ୍ଦନ

ନୂଆଦିଲ୍ଲୀ,୧୨।୧୦- ଇଣ୍ଡିଆ ଅଷ୍ଟ୍ରେଲିଆ ବିଜ୍‌ନେସ ଓ କମ୍ୟୁନିଟି ଆଓ୍ବଡର୍‌ସ (ଆଇଏବିସିଏ)ରେ ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏଲିନା ନର୍ମାନଙ୍କୁ ବିଜ୍‌ନେସ ଓମ୍ୟାନ ଅଫ୍‌ ଦି...

Advertisement
Archives

Model This Week