Posted inଖେଳ

ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌: ବାଲେଶ୍ବର ଚାମ୍ପିୟନ

ଭୁବନେଶ୍ୱର,୧୨ା୧୨(ସ୍ପୋଟର୍‌ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେଟି ଗ୍ଲୋବାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ଦୁଇଦିନିଆ ରାଜ୍ୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ବାଲେଶ୍ୱର। ବାଲେଶ୍ବର ଦଳ ପ୍ରଥମ ସେମିଫାଇନାଲରେ ଲୁଇସ୍‌ ବ୍ରେଲ୍‌କୁ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସେମିଫାଇନାଲରେ ଭଦ୍ରକକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ୧୧ ରନ୍‌ରେ ପରାସ୍ତ କରି ବାଲେଶ୍ବର ଚାମ୍ପିୟନ୍‌ ହୋଇଥିଲା। ବାଲେଶ୍ୱର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ କୌଣସି ଉଇକେଟ ନ ହରାଇ ୭୦ ରନ୍‌ କରିଥିଲା। ଫୁଲ ସୋରେନ୍‌ ୪୧ ଏବଂ ପାର୍ବତୀ ମାର୍ଡି ୨୩ ରନ୍‌ କରିଥିଲେ। ଜବାବରେ ରମାଦେବୀ ୧୦ ଓଭରରେ ୨ଟି ଉଇକେଟ ହରାଇ ୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ରମାଦେବୀ ପକ୍ଷରୁ ଯମୁନାରାଣୀ ଟୁଡୁ ୨୨, ବାସନ୍ତୀ ହାଁସଦା ୧୭ ରନ୍‌ କରିଥିଲେ। ବାଲେଶ୍ବରର ଫୁଲ ସୋରେନ୍‌ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଥିଲେ। ଏହି ଟୁର୍ନାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବି୧ ବର୍ଗରେ ଯମୁନାରାଣୀ ଟୁଡୁ, ବି୨ ବର୍ଗରେ ବାସନ୍ତି ହାଁସଦା ଏବଂ ବି୩ ବର୍ଗରେ ଫୁଲ ସୋରେନ୍‌ଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା।

ଉଦ୍‌ଯାପନୀ ଉତ୍ସବରେ କେଟି ଗ୍ଲୋବାଲ ସ୍କୁଲ୍‌ର ଟ୍ରଷ୍ଟି ସୋମଦତ୍ତ ବେହୁରା, ଏମ୍‌ଓଏସ୍‌ଏଫ୍‌ର ସମ୍ପାଦକ ଚିନ୍ମୟ ପ୍ରଧାନ, କେଟି ଗ୍ଲୋବାଲ ସ୍କୁଲ୍‌ର ସମ୍ପାଦକ ପୂର୍ଣ୍ଣାଶିଷ ରଥ, ଆଇଆଇଜି ସ୍ପୋର୍ଟସ୍‌ ଏକାଡେମୀର ସମ୍ପାଦକ ପ୍ରଶାନ୍ତ ପୁହାଣ, ଜିଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ପୁଷ୍ପମିତ୍ରା ମିଶ୍ର, ଏୱାଇଜେଏନ୍‌ଆଇଏସ୍‌ଏଚ୍‌ଡିର ସାଙ୍କେତିକ ଭାଷା ଅଧ୍ୟାପିକା ବିଶ୍ୱାମିତ୍ର ମିଶ୍ର, ସିଡବ୍ଲୁୃ୍ୟଡିଏସ୍‌ର ଅଧ୍ୟକ୍ଷା ଡକ୍ଟର ମେଜର କଳ୍ପନା ଦାସ, ଉତ୍କଳ ଦୃଷ୍ଟିହୀନ ସଂଘର ସଭାପତି ସନ୍ନ୍ୟାସୀ କୁମାର ବେହେରା ଏବଂ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘ ସଭାପତି ତଥା ଆନ୍ତର୍ଜାତିକ କ୍ରିକେଟ୍‌ ତାରକା ମହମ୍ମଦ ଜାଫର ଇକ୍‌ବାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାରାଗୁଏଠାରୁ ହାରିଲା ବଲିଭିଆ

ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ...

ଜେଭ୍‌ରେଭ୍‌ଙ୍କ ସଂଘର୍ଷପୂର୍ଣ୍ଣ ବିଜୟ

ପ୍ୟାରିସ, ୨୯ା୫ (ଏଏଫ୍‌ପି)- ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୫ମ ସିଡ୍‌ ତଥା ଜର୍ମାନ ଖେଳାଳି ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ସଂଘର୍ଷପୂର୍ଣ୍ଣ ବିଜୟ ସହ ଦ୍ୱିତୀୟ...

ଅବସର ପ୍ଲାନ୍‌ ଘୋଷଣା କଲେ ସେରେନା

ନ୍ୟୁୟର୍କ,୧୦ା୮(ପି.ଟି): ୨୩ଟି ଗ୍ରାଣ୍ଡସ୍ଳାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଟେନିସ୍‌ ଛାଡିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ଅବସର ସମ୍ପର୍କରେ ସିଧାସଳଖ ସୂଚନା ଦେଇ ନଥିଲେ ହେଁ...

୧୩୨ରେ ଅଟକିଲା ନାମ୍ବିଆ

ଦୁବାଇ,୮।୧୧: ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ନାମ୍ବିଆ ବିପକ୍ଷ ମ୍ୟାଚରେ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ନାମ୍ବିଆ ବ୍ୟାଟିଂ...

ଏହି ମହିଳା ରଚିଲେ ଇତିହାସ, ପୁରୁଷ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ମହିଳା ଭାବେ କଲେ ଅମ୍ପାୟାରିଂ

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ କ୍ଲେର୍‌ ପୋଲୋସାକ ଅମ୍ପାୟାର୍‌ ହୋଇଛନ୍ତି। ଏହା ସହ ସେ...

ଏଥର ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଦେଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୫।୩: ବେଙ୍ଗାଲୁରୁରେ ଖେଳାଯାଇଥିବା ପିଙ୍କ-ବଲ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବ୍ଜା କରିଛି। ତୃତୀୟ ଦିନରେ ଭାରତ...

ଫିଫା ବିଶ୍ୱକପ୍‌ କ୍ୱାଲିଫାଇଂ: ବ୍ରାଜିଲ, ଆର୍ଜେଣ୍ଟିନା ଅଗ୍ରଣୀ

ସାଓ ପାଓଲୋ,୧୫।୧୦(ଏପି): ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରେ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରି ଅଗ୍ରଣୀ ବଜାୟ...

ଅଷ୍ଟ୍ରେଲିଆନ ଓପନ୍‌: ମେର୍ଟେନ୍ସ- ସାବାଲେଙ୍କା ମହିଳା ଡବଲ୍ସ ଚାମ୍ପିୟନ

ମେଲବୋର୍ନ,୨୦।୨(ଏପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ଦ୍ୱିତୀୟ ସିଡ୍‌ ମାନ୍ୟତାପ୍ରାପ୍ତ ଯୋଡି ଏଲିସ ମେର୍ଟେନ୍ସ ଓ ଅରିନା ସାବାଲେଙ୍କା ମହିଳା ଡବଲ୍ସ ଟାଇଟଲ...

Advertisement
Archives

Model This Week