ଫେଲ୍‌ ମାରିଛି ପଲିଥିନ୍‌ କଟକଣା

ଭଞ୍ଜନଗର,୧୨।୧୨(ଡି.ଏନ.ଏ): ୨୦୧୮ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ୬ଟି ମହାନଗର ନିଗମରେ ପ୍ଲାଷ୍ଟିକ୍‌ ଏବଂ ପଲିଥିନ ବ୍ୟବହାର ଉପରେ ସରକାର ପ୍ରତିବନ୍ଧକ ଲଗାଇଥିଲେ। ପରେ ୨୦୧୯ ଅକ୍ଟୋବର ୨ରୁ ସାରା ରାଜ୍ୟରେ ଏହି କଟକଣା ଲାଗୁ କରାଯାଇଥିଲା। ପ୍ରଥମେ ୫୦ ମାଇକ୍ରନରୁ କମ୍‌ ପଲିଥିନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ବର୍ତ୍ତମାନ ତାହାକୁ ୭୫କୁ ବୃଦ୍ଧି କରାଯାଇଛି। ପ୍ରତିବନ୍ଧକ ଲଗାଯିବା ପରେ ବେନିୟମ ପଲିଥିନ ବ୍ୟବହାର ଉପରେ ମଧ୍ୟ ଚଢ଼ାଉ ହୋଇଥିଲା। ଫଳରେ ପଲିଥିନ ଏବଂ ପ୍ଲାଷ୍ଟିକ ବ୍ୟବହାର କମି ଆସୁଥିଲା। କିନ୍ତୁ ସଚେତନତା ଓ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ବଢ଼ିଚାଲିଛି। ଫଳରେ ପରିବେଶ ପ୍ରତି ବିପଦ ମାଡ଼ି ଆସୁଛି। ପଲିଥିନ ବ୍ୟବହାର ନିୟମ ଠିକ୍‌ କାର୍ଯ୍ୟକାରୀ ହେଉ ନଥିତ୍ବାରୁ ପଲିଥିନ ବ୍ୟବହାର କମିବା ବଦଳରେ ବଢ଼ୁଛି। ଭଞ୍ଜନଗର ସହରରେ ମଧ୍ୟ ଦିନକୁ ଦିନ ପଲିଥିନ ବ୍ୟବହାର ବଢ଼ିବାରେ ଲାଗିଛି। ପଲିଥିନ କେଉଁଠାରୁ ଆସୁଛି ତାହା ଖୋଜାଯାଉ ନାହିଁ। ଡିଲରମାନଙ୍କ ଗୋଦାମରେ ମଧ୍ୟ ଚଢ଼ାଉ ହେଉନାହିଁ। କେବଳ ମଝିରେ ମଝିରେ ଦୋକାନୀମାନଙ୍କ ଉପରେ ଚଢ଼ାଉ କରାଯାଇ କିଛି ଜରିମନା ଆଦାୟ କରାଯାଉଛି। ୭୫ ମାଇକ୍ରନରୁ ଊର୍ଦ୍ଧ୍ୱ ପଲିଥିନ ବ୍ୟବହାର ଉପଯୋଗୀ ହୋଇଥିବା ବେଳେ ତାହା ଅଧିକ ପଇସା ପଡ଼ୁଥିବା ଯୋଗୁ ଦୋକାନୀମାନେ ତାହାକୁ କିଣୁନାହାନ୍ତି। ପ୍ୟାକେଟ ପାଣି ଅନେକ ଭୋଜି ଏବଂ ଉସତ୍ବରେ ବ୍ୟବହାର ହେଉଛି। ଭୋଜି ଭାତରେ ବ୍ୟବହାର ହେଉଥିବା କେତକ ପ୍ଲେଟରେ ପଲିଥିନ ବ୍ୟବହାର ହେଉଛି। ଗାଈ ଗୋରୁ ଖାଦ୍ୟ ଖାଇବାକୁ ଯାଇ ପଲିଥିନ ଖାଇ ଦେଉଛନ୍ତି। ଫଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। କିଛିଦିନ ପୂର୍ବରୁ ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଏକ ଭୋଜି ସରିବା ପରେ ଲୋକେ ପ୍ଲେଟଗୁଡ଼ିକୁ ଏଣେତେଣେ ପକାଇ ଦେଇଥିଲେ। ଉକ୍ତ ପ୍ଲେଟକୁ ଗାଈ ଖାଇବାରୁ ଗାଈ ମାଲିକ ଓ ଭୋଜି କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ୭୫ ପ୍ରତିଶତରୁ କମ୍‌ ମାଇକ୍ରନ ପଲିଥିନ ମାଟିରେ ପଡ଼ିଲେ ତାହା ମାଟିରେ ମିଶେ ନାହିଁ। ଏହାଦ୍ୱାରା ମାଟିର ଉର୍ବରତା କମିବା ସହ ଭୂତଳ ଜଳସ୍ତର ପ୍ରତି ମଧ୍ୟ ବିପଦ ହୋଇଥାଏ। ପ୍ଲାଷ୍ଟିକ ବ୍ୟବହାରର ଭୟାବହତା ସମ୍ପର୍କରେ ଲୋକଙ୍କୁ ଠିକ୍‌ ଭାବେ ସଚେତନ କରାଯାଉନାହିଁ। ଏଥିପାଇଁ ପ୍ରଶାସନ କିଛି କଡ଼ା ଆଭିମୁଖ୍ୟ ଆପଣାଇବାର ଆବଶ୍ୟକତା ରହିଛି। ଭଞ୍ଜନଗର ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କହିଛନ୍ତି, ବେନିୟମ ପଲିଥିନ ବ୍ୟବହାର ଉପରେ ନିୟମିତ ଚଢ଼ାଉ ହେଉଛି । ପୂର୍ବ ଅପେକ୍ଷା ସହରରେ ପଲିଥିନ ବ୍ୟବହାର କମିଛି । ଆଗାମୀ ଦିନରେ ଚଢ଼ାଉକୁ ଜୋରଦାର କରାଯିବ। ଚଳିତ ବର୍ଷ ଜରିମନା ବାବଦକୁ ୧୮ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରାଯାଇଛି । ଛୋଟ ବ୍ୟବସାୟୀଙ୍କ ଠାରୁ ୫ଶହ ଏବଂ ବଡ଼ ବ୍ୟବସାୟୀଙ୍କ ଠାରୁ ୧ ହଜାର ଟଙ୍କା ଜରିମନା ବ୍ୟବସ୍ଥା ଅଛି। ଜଣେ ବ୍ୟବସାୟୀ କହିଛନ୍ତି ଯେ ପଲିଥିନ ନଥିଲେ ବେପାର କମିଯାଉଛି। ଗ୍ରାହକମାନେ ବ୍ୟାଗ୍‌ ଆଣୁନାହାନ୍ତି। ୭୫ ପ୍ରତିଶତରୁ ଊର୍ଦ୍ଧ୍ୱ ମାଇକ୍ରନ ପଲିଥିନ ବ୍ୟବହାର କଲେ ଖର୍ଚ୍ଚ ବଢ଼ୁଛି। ଉପତ୍ାଦନ ବନ୍ଦ ହେଲେ ହିଁ ପଲିଥିନ ମାର୍କେଟକୁ ଆସିବା ବନ୍ଦ ହେବ। ତେଣୁ ସରକାର ବେନିୟମ ପଲିଥିନ ହେଉଥିବା କାରଖାନା ଉପରେ ପ୍ରଥମେ ଚଢ଼ାଉ କରନ୍ତୁ। ସେହିପରି ଲୋକଙ୍କୁ ବଜାରକୁ ବାହାରିଲେ କପଡ଼ା ବ୍ୟାଙ୍କ ଆଣିବା ଉପରେ ଚଚେତନ କରିବାର ଆବଶ୍ୟକତା ରହିଛି। ସମସ୍ତେ ସଚେତନ ହେଲେ ଏହାକୁ ରୋକାଯାଇପାରିବ । ପ୍ରାଣୀ ଚିକିସତ୍ା ଅଧିକାରୀ ଡ.ବିଜୟିନୀ ପଣ୍ଡା କହିଛନ୍ତି, ଗାଈ ଗୋରୁମାନେ ଭୋକରେ ଥିବା ସମୟରେ ବାଧ୍ୟ ହୋଇ ଖାଦ୍ୟ ଲୋଭରେ ପ୍ଲାଷ୍ଟିକ ଖାଇଦିଅନ୍ତି। ଏହାଦ୍ୱାରା ସେମାନେ ରୋଗାଗ୍ରସ୍ତ ହୋଇ ମୃତ୍ୟୁମୁଖରେ ପଡ଼ନ୍ତି। ତେଣୁ ପ୍ଲାଷ୍ଟିକ ଖୋଲାସ୍ଥାନରେ ପକାଇବା ଉଚିତ ନୁହେଁ। ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri