Posted inଖେଳ

ସୁଇମିଂ ପୁଲ୍‌ରେ ଓଡ଼ିଶା ସୁଇମରଙ୍କ ଚମକ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଏସଏଫ୍‌ଆଇ (ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ) ଜୋନାଲ କ୍ୱାଲିଫାୟର ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଏଥିରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର ଆଦି ୫ଟି ରାଜ୍ୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିବସ ପରି ଦ୍ୱିତୀୟ ଦିବସରେ ମଧ୍ୟ ଓଡ଼ିଶା ସନ୍ତରଣକାରୀମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ଅର୍ପିତା ସାହୁ ୧୦୦ ମିଟର ବଟରଫ୍ଲାଇରେ ସ୍ବର୍ଣ୍ଣ, ମନ୍ନତା ମିଶ୍ର ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ ଓ ୨୦୦ ମିଟର ବ୍ୟକ୍ତିଗତ ମିଡ୍‌ଲେରେ ସ୍ବର୍ଣ୍ଣ, ଅମିୟ ପ୍ରଧାନ ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ, ସୋନିଆ ପଟେଲ ୫୦ ମିଟର ଫ୍ରିଷ୍ଟାଇଲ, ୫୦ ମିଟର ବଟରଫ୍ଲାଇ ଓ ୧୦୦ ମିଟର ଫ୍ରିଷ୍ଟାଇଲରେ ସ୍ବର୍ଣ୍ଣ ଏବଂ ପ୍ରତ୍ୟାଶା ରାୟ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ସେହିପରି ଜାଡୁ ବୁଡେକ ୧୦୦ ମିଟର ବଟରଫ୍ଲାଇ, ୫୦ ମିଟର ବଟରଫ୍ଲାଇ ଓ ୧୦୦ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ଏବଂ ବିକାଶ ହରିପାଲ ୨୦୦ ମିଟର ଫ୍ରିଷ୍ଟାଇଲ ଓ ୮୦୦ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି।

ଛତିଶଗଡ଼ର ଆୟାନ ଅଲୀ ଖା ୧୫୦୦ ମିଟର ଓ ୮୦୦ ମିଟର ଫ୍ରିଷ୍ଟାଇଲ ଏବଂ ଛତିଶଗଡ଼ର ରୁଦ୍ରାକେଶ ସାହୁ ୨୦୦ ମିଟର ଫ୍ରିଷ୍ଟାଇଲ, ୧୦୦ ମିଟର ବଟରଫ୍ଲାଇ, ୨୦୦ ମିଟର ବ୍ୟକ୍ତିଗତ ମିଡ୍‌ଲେ ଓ ୧୦୦ ମିଟର ଫ୍ରିଷ୍ଟାଇଲରେ ସ୍ବର୍ଣ୍ଣ ପଦକ ପାଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ସିନିୟର ସୁଇମିଂ କୋଚ୍‌ ସୁରେନ୍ଦ୍ର ନାଏକ, ସୁଇମିଂ ଆସୋସିଏଶନ ସଭାପତି ପ୍ରଦୀପ କୁମାର ପାଢ଼ୀ, କାର୍ଯ୍ୟକାରୀ ସଭାପତି ସୋମା ମିଶ୍ର, ଉପସଭାପତି ଅମର ରଞ୍ଜନ ମହାନ୍ତି, ରବୀନ୍ଦ୍ର ରାଉତ, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀଚନ୍ଦ୍ର ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟର୍‌ମାନେ ‘ଶୂନ’ରେ ଆଉଟ୍‌ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା

କ୍ରିକେଟର୍‌ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍‌ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ...

ବେଜିଂ ଅଲିମ୍ପିକ୍ସର କୂଟନୈତିକ ବହିଷ୍କାର କଲା ଆମେରିକା…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଏକ ବଡ ଘୋଷଣା କରିଛନ୍ତି। ଚାଇନାରେ ୨୦୨୨ରେ ହେବାକୁୂଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ବହିଷ୍କାର...

୨୩ତମ ଓଭରରେ ୨୩ ସେକେଣ୍ଡ

ଲର୍ଡସ,୩।୬: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପୂର୍ବତନ ସ୍ପିନର ଶେନ ଓ୍ବର୍ନ ଆଉ ନାହାନ୍ତି ସତ, ହେଲେ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରଶଂସକମାନେ ମନେ ପକାଉଛନ୍ତି।...

ୟୁଏଇ କଣ୍ଡିଶନ ସହ ଅଭ୍ୟସ୍ତ ହେବା ବଡ଼ ଚ୍ୟାଲେଞ୍ଜ: ବୋଲ୍ଟ

ଦୁବାଇ, ୧୫ା୯ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆର୍ଦ୍ର ଓ ଉତ୍ତାପ କଣ୍ଡିଶନ ସହ ଅଭ୍ୟସ୍ତ ହେବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସମସ୍ତ ଦଳ...

ସାଧାରଣ ପରିଷଦ ବୈଠକ ନେଇ ସିଓଏର ନୋଟିସ୍‌

ନୂଆଦିଲ୍ଲୀ, ୩।୧୦(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ସାଧାରଣ ପରିଷଦ ବୈଠକ ନେଇ ପ୍ରଶାସକ କମିଟି (ସିଓଏ) ବୁଧବାର ନୋଟିସ ଜାରି କରିଛି।...

ଖେଳାଳିଙ୍କୁ ମହଙ୍ଗା ପଡ଼ିଲା ହୋଟେଲ ବାହାରେ ଧୂମପାନ କରିବା

କଲମ୍ବୋ,୩୦।୬: ବିଶୃଙ୍ଖଳାଗତ କାରଣରୁ ଇଂଲଣ୍ଡ ଗସ୍ତ ମଧ୍ୟରୁ ସ୍ବଦେଶ ଫେରିଛନ୍ତି ଶ୍ରୀଲଙ୍କା ଦଳର ଉପ ଅଧିନାୟକ କୁସାଲ ମେଣ୍ଡିସ, ଦନୁଷ୍କା ଗୁଣଥିଲକା ଓ ଉଇକେଟକିପର ନିରୋଶାନ...

୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଲା ପାକିସ୍ତାନ

ଇସ୍‌ଲାମାବାଦ୍‌/ନୂଆଦିଲ୍ଲୀ,୨୮ା୭: ଚେନ୍ନାଇରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଯାଇଛି ପାକିସ୍ତାନ। ଜମ୍ମୁ-କଶ୍ମୀର ବାଟ ଦେଇ ପ୍ରତିଯୋଗିତାର ଟର୍ଚ୍ଚ ରିଲେ ଯାଇଥିବାରୁ ପ୍ରତିବାଦ ସ୍ବରୂପ...

ପଞ୍ଚମ ଆଧାର କାର୍ଡ଼ କ୍ରିକେଟ: ସୁଆଙ୍ଗ ଚାମ୍ପିୟନ

ପୁରୁଣା ଭୁବନେଶ୍ୱର,୨୦ା୩ (ଡିଏନ୍‌ଏ): ସ୍ଥାନୀୟ ସୁଆଙ୍ଗ ସ୍ଥିତ ଚ୍ୟାଲେଞ୍ଜ କ୍ରିକେଟ ଆସୋସିଏସନ ଆନୂକୁଲ୍ୟରେ ଅନୁଷ୍ଠିତ ୫ମ ଅଧାରକାର୍ଡ଼ କ୍ରିକେଟ ଟୁର୍ନାମେଣ୍ଟରେ ଆୟୋଜକ ସୁଆଙ୍ଗ ଚାମ୍ପିୟନ ହୋଇଛି।...

Advertisement
Archives

Model This Week