Posted inଖେଳ

ଭାଲେଣ୍ଟିନା, ମଧୁପ୍ରିୟା ପ୍ରସ୍ତୁତ

ଭୁବନେଶ୍ୱର, ୧୨।୧୨ (କ୍ରୀଡ଼ା ପ୍ରତିନିଧି): ରଉଜ୍‌ବେକିସ୍ତାନର ଡାସ୍କଟାଠାରେ ଚଳିତ ମାସ ୧୩ରୁ ୨୦ ପର୍ଯ୍ୟନ୍ତ ଏସୀୟ କରାଟେ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଓଡ଼ିଶାରୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେକା ଭାଲେନା ଭାଲେଣ୍ଟିନା ଓ ପ୍ରତିଭାସମ୍ପନ୍ନ ମଧୁପ୍ରିୟା ବାଇ ଅଂଶଗ୍ରହଣ କରିବେ। ଗତ ଜୁନ୍‌ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଉଭୟ ନିଜ ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଏବଂ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଅନୁଷ୍ଠିତ ଦକ୍ଷିଣ ଏସୀୟ କରାଟେ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଉଭୟ ଭାଲେଣ୍ଟିନା ଓ ମଧୁପ୍ରିୟା ଏସିଆନ ଚାମ୍ପିୟନଶିପ୍‌ ଟିକେଟ ପାଇଛନ୍ତି। କରାଟେ ଇଣ୍ଡିଆ ଅର୍ଗାନାଇଜେଶନ (କେଆଇଓ) ପକ୍ଷରୁ ଏହି ଦୁଇ ଓଡ଼ିଆ ପ୍ରତିଯୋଗୀଙ୍କୁ ଭାରତୀୟ ଦଳ ପାଇଁ ମନୋନୟନ କରାଯାଇଛି। ଭାଲେଣ୍ଟିନା ସିନିୟର ମହିଳା ବ୍ୟକ୍ତିଗତ କାଟା ଏବଂ ମଧୁପ୍ରିୟା କ୍ୟାଡେଟ ବ୍ୟକ୍ତିଗତ ମହିଳା କାଟାରେ ଭାରତର ପ୍ରତିନିଧିତ୍ୱ କରିବେ। ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଯାଉଥିବା ଓଡ଼ିଶାର ଏହି ଦୁଇ ପ୍ରତିଯୋଗୀଙ୍କ ସମସ୍ତ ଖର୍ଚ୍ଚ ଏଥର ରାଜ୍ୟ ସରକାର ବହନ କରୁଛନ୍ତି। ତେଣୁ ଓଡ଼ିଶା ରାଜ୍ୟ କରାଟେ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ରବିବାର ଉତ୍କଳ କରାଟେ ସ୍କୁଲ ପରିସରରେ ରାଜ୍ୟ ସଂଘ ପକ୍ଷରୁ ଏକ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସଂଘର ସମ୍ପାଦକ ଗୌରୀ ମହାନ୍ତି, କୋଚ୍‌ ହରିପ୍ରସାଦ ପଟ୍ଟନାୟକ, ଅନ୍ୟ କର୍ମକର୍ତ୍ତା ଏବଂ କରାଟେକାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ‘ଧରିତ୍ରୀ’ ସହ କଥା ହେବାବେଳେ ଉଭୟ ଭାଲେଣ୍ଟିନା ଓ ମଧୁପ୍ରିୟା ଆଗାମୀ ଏସୀୟ ପ୍ରତିଯୋଗିତାର ଗୁରୁତ୍ୱ ଏବଂ ନିଜ ପ୍ରସ୍ତୁତି ସମ୍ପର୍କରେ ପ୍ରକାଶ କରିଛନ୍ତି।
୨ଟି ଇଭେଣ୍ଟରେ ଭାଗନେବେ ଭାଲେଣ୍ଟିନା

କୋଭିଡ୍‌ ପୂର୍ବରୁ ମୋର ଏସିଆନ୍‌ ର଼୍ୟାଙ୍କିଙ୍ଗ୍‌ ୬-୭ ଆସୁଥିଲା। ଏଥରର ସିଷ୍ଟମ ଅନୁସାରେ ଆମେ ଯଦି ଏସୀୟ ର଼୍ୟାଙ୍କିଙ୍ଗ୍‌ର ୭-୮ ଭିତରେ ରହିପାରିବୁ ତେବେ ଆମକୁ ଏସିଆନ ଗେମ୍ସର ସୁଯୋଗ ମିଳିବ। ଏଥର ଆମର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବାରୁ ଆମେ ସୁସ୍ଥ ମସ୍ତିସ୍କରେ ଆଗାମୀ ପ୍ରତିଯୋଗିତା ଖେଳିବାକୁ ଯାଉଛୁ। ସେନ୍‌ସେଇ ହରିପ୍ରସାଦ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଛି। ରାଜ୍ୟ ଆସୋସିଏଶନର ସମର୍ଥନ ମଧ୍ୟ ଖୁବ୍‌ ଭଲ ଅଛି। ତେଣୁ ଏଥର ଏସିଆନ ଚାମ୍ପିୟନଶିପ୍‌ ମୋର ଭଲ ଯିବ ବୋଲି ଆଶା ରଖିଛି। ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌ରେ ଆମେ ମାତ୍ର ୭ଟି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାଉ। ଏଥିରୁ ଗୋଟିଏ କିମ୍ବା ୨ଟି ଦେଶ ଭାଗ ନେଇପାରି ନ ଥାନ୍ତି। ମାତ୍ର ଏସୀୟ ପ୍ରତିଯୋଗିତାରେ କଡ଼ା ମୁକାବିଲା ହୋଇଥାଏ। ସେଠାରେ ଚାଇନା, ଜାପାନ, ଚାଇନିଜ୍‌ ତାଇପେ, ହଂକଂ, ଭିଏତ୍‌ନାମ, ଜୋର୍ଡାନ, ଇରାନ, ମାଲେସିଆ ଆଦି ଦେଶର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀମାନେ ଥାଆନ୍ତି। ତେଣୁ ମୁକାବିଲା ବହୁ ଉଚ୍ଚସ୍ତରର ହୋଇଥାଏ। ବିଶେଷକରି ଚାଇନିଜ୍‌ ଏବଂ ମୁସ୍‌ଲିମ୍‌ ଦେଶଗୁଡ଼ିକର ଖେଳାଳିମାନେ ବହୁ ଉଚ୍ଚମାନର ପ୍ରଦର୍ଶନ କରିଥାନ୍ତି। ଆଗାମୀ ପ୍ରତିଯୋଗିତାରେ ମୁଁ ବ୍ୟକ୍ତିଗତ ମହିଳା କାଟା ଏବଂ ଟିମ୍‌ କାଟାରେ ଅଂଶଗ୍ରହଣ କରିବି। ୧୮ ତାରିଖରେ ବ୍ୟକ୍ତିଗତ କାଟା ଏବଂ ୧୯ରେ ଟିମ୍‌ କାଟା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାଲେଣ୍ଟିନା ପ୍ରକାଶ କରିଛନ୍ତି।

ପ୍ରଥମ ଅଭିଜ୍ଞତା

ମୁଁ ପ୍ରଥମଥର ପାଇଁ ଏସିଆନ ଚାମ୍ପିୟନଶିପ୍‌ରେ ଭାଗନେବାକୁ ଯାଉଛି। ପୂର୍ବରୁ ମୁଁ ନ୍ୟାଶନାଲ, ସାଉଥ୍‌ ଏସିଆନ ଏବଂ ରାଜ୍ୟ ଚାମ୍ପିୟନଶିପ୍‌ରେ ଭାଗ ନେଇଥିଲି। ସାଉଥ୍‌ ଏସିଆନରେ ମୁଁ ବ୍ରୋଞ୍ଜ ପଦକ ପାଇଥିଲି। ପ୍ରଥମଥର ପାଇଁ ଭାଗନେବାକୁ ଯାଉଥିଲେ ହେଁ ମନରେ ସେମିତି କିଛି ଭୟ ନାହିଁ। ଚେଷ୍ଟା କରିବି ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ। ଏସିଆନ ଚାମ୍ପିୟନଶିପ୍‌କୁ ସମସ୍ତ କରାଟେକା ଭଲଭାବେ ପ୍ରସ୍ତୁତ ହୋଇ ଆସିଥାନ୍ତି। ମୁଁ ମଧ୍ୟ ଉତ୍କଳ କରାଟେ ସ୍କୁଲରେ ନିଜକୁ ଏଥିପାଇଁ ପ୍ରସ୍ତୁତ କରିଛି। କରାଟେ ସ୍କୁଲ୍‌ରେ ମୁଁ ୨୦୧୪ରୁ ଟ୍ରେନିଂ ନେଇଆସୁଛି, ଯେତେବେଳେ ମୋତେ ୭ ବର୍ଷ ହୋଇଥିଲା। କରାଟେରେ ବହୁ ଉପରକୁ ଯିବାକୁ ଲକ୍ଷ୍ୟ ରଖିଛି ବୋଲି ପ୍ରକାଶ କରିଛନ୍ତି ଭୁବନେଶ୍ୱର ବାସିନ୍ଦା ଲକ୍ଷ୍ମୀପ୍ରିୟା ଓ ସୁରେଶ ଚନ୍ଦ୍ର ବାଇଙ୍କ କନ୍ୟା ମଧୁପ୍ରିୟା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ରୋଜଗାରକୁ ଏହିଭଳି ଭାବେ ଖର୍ଚ୍ଚ କରିଥିଲେ ଭୁବନେଶ୍ୱର

ନୂଆଦିଲ୍ଲୀ, ୧୩।୭: ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ସହ ଅନ୍ତର୍ଜାତୀୟ କ୍ରିକେଟ୍‌ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଭାରତରେ ଖେଳ ପରିସ୍ଥିତି ଏବେ ମଧ୍ୟ...

ନୂଆ ଲୁକ୍‌ରେ କ୍ୟାପଟେନ୍‌ କୁଲ୍‌

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କ୍ରିକେଟ ଜଗତରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆରେ ସେ ବେଶ୍‌...

ଭାରତର ଶ୍ରୀଲଙ୍କା ଟୁର୍‌: ଅଧିନାୟକ ହୋଇପାରନ୍ତି ଧାଓ୍ବନ କିମ୍ବା ପାଣ୍ଡ୍ୟା

ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ-ବଲ୍‌ ଟୁର୍‌ ପାଇଁ ଶ୍ରେୟାସ ଆୟାର ଯଦି ଫିଟ୍‌ ନ ରୁହନ୍ତି ତେବେ ଭେଟେରାନ ଓପନର ଶିଖର ଧାଓ୍ବନ...

ସୋସିଆଲ ମିଡିଆରେ ଅର୍ଶଦୀପଙ୍କୁ ଆକ୍ଷେପ

ନୂଆଦିଲ୍ଲୀ, ୬ା୯ (ପି.ଟି.):୩୬ବର୍ଷ ପୂର୍ବେ ଚେତନ ଶର୍ମାଙ୍କର ଯାହା ଘଟିଥିଲା ଏବେ ଅର୍ଶଦୀପ ସିଂଙ୍କ କ୍ଷେତ୍ରରେ ତାହା ଦେଖିବାକୁ ମିଳିଛି। ସମାନ ଦଳ ପାକିସ୍ତାନ ବିପକ୍ଷରେ...

ଭ୍ୟାକ୍ସିନ ବିନା ଅଲିମ୍ପିକ୍ସ ଅବାସ୍ତବ

ଟୋକିଓ, ୨୯ା୪ (ଏପି): ଫଳପ୍ରଦ କରୋନା ଭାଇରସ ଭ୍ୟାକ୍ସିନ ନ ବାହାରିବା ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଚିନ୍ତା କରିବା ଅବାସ୍ତବ। ଜାପାନ ମେଡିକାଲ ଆସୋସିଏଶନ...

ଏସିଆନ ଜୁନିୟର ଟିଟି: ଦକ୍ଷିଣ କୋରିଆକୁ ହରାଇ ଭାରତ ଫାଇନାଲରେ

ଉଳାନବତାର, ୪ା୯(ପି.ଟି.)-ଭାରତର ଜୁନିୟର ବାଳକ ଦଳ ଏଠାରେ ଚାଲିଥିବା ୨୨ତମ ଏସିଆନ ଜୁନିୟର ଓ କ୍ୟାଡେଟ୍‌ ଟେବୁଲ ଟେନିସ (ଟିଟି) ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି।...

କୋହଲିଙ୍କ ଦ୍ୱିଶତକ

ପୁଣେ,୧୧।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ଲଗାଇଛନ୍ତି। ପୂର୍ବ ଦିନ ୬୩ ରନ୍‌ କରି...

ମୋଦିଙ୍କୁ ସୈତାନ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୬।୩: ପାକିସ୍ତାନ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଶେହଓ୍ବାଜ୍‌ ସରକାର ଋଣ...

Advertisement
Archives

Model This Week