Advertisement
Posted inଖେଳ

ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର: ବାରମ୍ବାର ଭେଟିବାକୁ ନ ଯିବାକୁ ଡିଡିସିଏର ଅପିଲ୍‌

ନୂଆଦିଲ୍ଲୀ,୧।୧: ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କାର ଦୁର୍ଘଟଣା ଶିକାର ହେବାପରେ ଡେରାଡୁନ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଙ୍କୁ ଭେଟିବା ପାଇଁ ଘରକୁ ଯାଉଥିବାବେଳେ ତାଙ୍କ କାର ଡିଭାଇଡରକୁ ଧକ୍କା ଦେଇଥିଲା। ଫଳରେ ତାଙ୍କ କାର୍‌ ସମ୍ପୂର୍ଣ୍ଣ ଜଳିଯାଇଥିଲା। ପନ୍ତଙ୍କୁ କିଛି ସ୍ଥାନୀୟ ବ୍ୟକ୍ତି କାର୍‌ ଉଦ୍ଧାର କରିଥିଲେ। ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ସମୟରେ ପନ୍ତଙ୍କୁ ଭେଟିବାକୁ ଡାକ୍ତରଖାନା ନ ଯିବାକୁ ଡିଡିସିଏ ସମସ୍ତଙ୍କୁ ନିବେଦନ କରିଛି। ଦିଲ୍ଲୀ ଜିଲା କ୍ରିକେଟ ଆସୋସିଏସନ ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ଯେଉଁମାନେ ପନ୍ତଙ୍କୁ ଭେଟିବାକୁ ଯାଉଛନ୍ତି ସେମାନେ ଏଥିରୁ ଦୂରେଇ ରହିବା ଉଚିତ, କାରଣ ସଂକ୍ରମଣ ହେବାର ସମ୍ଭାବନା ଅଛି। ସେ ସ୍ଥିର ଅଛନ୍ତି ଏବଂ ସୁସ୍ଥ ଅଛନ୍ତି। ବିସିସିଆଇ ଡାକ୍ତରମାନେ ଏଠାରେ ଥିବା ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି। ଜୟ ଶାହା ଏହାକୁ ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନର ଏହି ଖେଳାଳିଙ୍କ ପ୍ରଶଂସାରେ ଶତମୁଖ ହେଲେ ଅଶ୍ୱିନ; ଭାଇରାଲ ହେଉଛି ବୟାନ

ନୂଆଦିଲ୍ଲୀ,୨୧।୧୧: ଭାରତର ଅନୁଭବୀ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପାକିସ୍ତାନର ଜଣେ ଖେଳାଳିଙ୍କ ପ୍ରଶଂସା କରିଛନ୍ତି। ତାଙ୍କର ଏଭଳି ବୟାନ ଏବେ ଭାଇରାଲ ହେଉଛି। ପାକିସ୍ତାନ...

ଅଷ୍ଟ୍ରେଲିଆନ୍‌ ଓପନ ବ୍ୟାଡ୍‌ମିଣ୍ଟନ:ଭାରତର ଅଭିଯାନ ଶେଷ

ସିଡ୍‌ନୀ, ୬।୬(ପିଟି)- ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ଭାରତୀୟ ପ୍ରତିଦ୍ୱନ୍ଦ୍ୱିତାର ଶେଷ ହୋଇଛି। ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ...

କୋହଲି ଆଇସିସି ଟ୍ରଫି ଜିତିବେ, ଏହାର ଗ୍ୟାରେଣ୍ଟି ନାହିଁ; ଜାଣନ୍ତୁ ଏପରି କାହିଁକି କହିଲେ ପୂର୍ବ କୋଚ୍‌

ନୂଆଦିଲ୍ଲୀ,୫।୮: ଭାରତ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବୁଧବାରଠାରୁ ନଟିଂହାମରେ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ...

ବାଂଲାଦେଶ ବିପକ୍ଷରେ ଖେଳି ନ ପାରନ୍ତି କାର୍ତ୍ତିକ

ଆଡିଲେଡ୍‌, ୧ା୧୧:ଭାରତୀୟ କ୍ରିକେଟ୍‌ ଦଳର ସିନିୟର ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କ ପିଠି ମାଂସପେଶୀରେ ସମସ୍ୟା ଦେଖା ଦେଇଛି। ଫଳରେ ତାଙ୍କର ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌...

ବଲାଙ୍ଗୀରରେ ଏଆଇଏଫ୍‌ଏଫ୍‌ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ

ଭୁବନେଶ୍ୱର, ୧୩।୧୨(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ବଲାଙ୍ଗୀର ସଦାଇପାଲିର ଏସ୍‌ଆଇଟିଇ କ୍ୟାମ୍ପସରେ ଶନିବାରଠାରୁ ଡି’ ଡିପ୍ଲୋମା କୋଚିଂ କୋର୍ସ ଆରମ୍ଭ ହୋଇଛି।...

ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ

ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ...

ବୋଲ୍ଟଙ୍କ ହେଲ୍‌ମେଟ୍‌ରେ ଅଟକିଲା ବଲ , କ୍ୟାଚ୍‌ ପାଇଁ ଗୋଡ଼ାଇଲେ ଫିଲ୍ଡର

ଗାଲେ,୧୭।୮- ଏଠାରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ କୌତୂହଳପୂର୍ଣ୍ଣ ଘଟଣା ଘଟିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ...

‘ପୁଅରେ, ତୁ ଏବେ ଯାଏ ମୋ ରାଗ ଦେଖିନାହୁଁ’: ଖରାପ ବଲ୍‌ ଫିଙ୍ଗିବାକୁ ନେଇ ଏହି ଖେଳାଳିଙ୍କ ଉପରେ ରାଗି ଯାଇଥିଲେ ଧୋନୀ

ନୂଆଦିଲ୍ଲୀ,୧୭।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଶାନ୍ତ ସ୍ବଭାବ ପାଇଁ ସମସ୍ତେ ଜାଣନ୍ତି। ଏହାକୁ ନେଇ ତାଙ୍କୁ କ୍ୟାପଟେନ୍‌...

Advertisement
Archives

Model This Week