Posted inଜାତୀୟ

ଟୁଇଟରରେ ଭାରତର ଭୁଲ୍‌ ମାନଚିତ୍ର, ପ୍ରତିବାଦ ପରେ ହଟାଇଲା

ନୂଆଦିଲ୍ଲୀ,୧।୧: ଟୁଇଟର ହ୍ୟାଣ୍ଡଲରେ ଭାରତର ଭୁଲ୍‌ ମାନଚିତ୍ର ପ୍ରକାଶ ପାଇଥିଲା। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶନିବାର ଏନେଇ ଉକ୍ତ ମେସେଜିଂ ପ୍ଲାଟ୍‌ଫର୍ମକୁ ଚେତାବନୀ ଦେବା ପରେ ଉକ୍ତ ଫଟୋକୁ ହଟାଇ ଦିଆଯାଇଛି। ଟୁଇଟର ଭୁଲ୍‌ ମ୍ୟାପ୍‌ ପୋଷ୍ଟ କରିଥିବାରୁ ଏଥିପାଇଁ କ୍ଷମା ମାଗିଛି। ଟୁଇଟରରେ ପୋଷ୍ଟ ହୋଇଥିବା ଭାରତ ମାନଚିତ୍ରରେ ପାକ୍‌ ଅଧିକୃତକୁ ବାଦ୍‌ ଦିଆଯିବା ସହ କେତେକ ଭାରତୀୟ ଅଞ୍ଚଳକୁ ଚାଇନାରେ ଥିବା ଦର୍ଶାଯାଇଥିଲା। ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଚେତାବନୀରେ କୁହାଯାଇଥିଲା, ଯଦି ଭାରତରେ ରହି ବ୍ୟବସାୟ କରିବାକୁ ଚାହାନ୍ତି, ତେବେ ସମସ୍ତ ପ୍ଲାଟ୍‌ଫର୍ମ ଠିକ୍‌ ମ୍ୟାପ୍‌ ବ୍ୟବହାର କରନ୍ତୁ। ଆଇଟି ମନ୍ତ୍ରୀ ତାଙ୍କ ଚେତାବନୀରେ ହ୍ବାଟ୍ସଆପ୍‌, ଫେସ୍ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମର ମୂଳ କମ୍ପାନୀ ମେଟାକୁ ଯୋଡ଼ିଥିଲେ। ଉକ୍ତ ମ୍ୟାପ୍‌କୁ ହ୍ବାଟ୍ସଆପ୍‌ ସଙ୍ଗେ ସଙ୍ଗେ ଡିଲିଟ୍‌ କରିବା ସହ ଭୁଲ୍‌ ଦର୍ଶାଇଥିବାରୁ ଆଇଟି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ଓ କ୍ଷମା ମାଗିଛି। ଭବିଷ୍ୟତରେ ହ୍ବାଟ୍ସଆପ୍‌ ଏଥିପ୍ରତି ସତର୍କ ରହିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମହିଳା ୧୦ ବର୍ଷରେ ୧୦ ଜଣ ପୁରୁଷଙ୍କ ନାଁରେ ଆଣିଛନ୍ତି ବଳାତ୍କାର-ନିର୍ଯ୍ୟାତନା ଅଭିଯୋଗ, କୋର୍ଟ ଦେଲେ ବଡ ନିର୍ଦ୍ଦେଶ

ବେଙ୍ଗାଲୁରୁ,୧୨।୯: କର୍ନାଟକର ଜଣେ ବହିଳା ୧୦ଜଣ ପୁରୁଷଙ୍କ ବିରୋଧରେ ପୃଥକ ପୃଥକ ଅପରାଧିକ ମାମଲା ଦାୟର କରିଥିବା ବେଳେ ଏବେ ଏହି ମହିଳାଙ୍କ ବିଷୟରେ ସୂଚନା...

ଚନ୍ଦ୍ରଚୂଡଙ୍କ ଘରକୁ ମୋଦି ଯିବା ଘଟଣା: ବିରୋଧୀ କହିଲେ, ଜଷ୍ଟିସ Chandrachud ଙ୍କ ଉପରେ ସନ୍ଦେହ ହେଉଛି…

ନୂଆଦିଲ୍ଲୀ,୧୨।୯: ଚନ୍ଦ୍ରଚୂଡଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଭେଟିଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଭାଜପା-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ତେବେ ଏହି ଫଟୋରେ...

ଆର୍‌ଜି କର ମେଡିକାଲ କଲେଜ ପରିସରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌, ବୋମା ଥିବା ସନ୍ଦେହ କରି…

କୋଲକାତା,୧୨ା୯:  କୋଲକାତାର ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପିଛା ଛାଡୁନି ବିବାଦ। ଗୁରୁବାର ଏଠାରୁ ଏକ ସନ୍ଦିଗ୍ଧ ପରିତ୍ୟକ୍ତ ବ୍ୟାଗ ମିଳିଛି। ଏଥିରେ...

ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦରଘାରେ ଦିଆଯିବ ୪ହଜାର କିଲୋର ନିରାମିଷ ଭୋଜନ

ନୂଆଦିଲ୍ଲୀ,୧୨।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟମ୍ବର ୧୭ରେ ନିଜର ୭୪ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ଉପଲକ୍ଷେ ରାଜସ୍ଥାନର ଏକ ଲୋକପ୍ରିୟ ଦରଘା ୪ହଜାର...

ଘରେ ଫ୍ରିଜ୍‌ ଥିଲେ ବି ହେବନାହିଁ କାର୍ଡ, ଜାଣନ୍ତୁ କେଉଁମାନଙ୍କୁ ମିଳିବନି ଆୟୁଷ୍ମାନ ଯୋଜନାର ଲାଭ

ନୂଆଦିଲ୍ଲୀ,୧୨।୯: ମୋଦି ସରକାରଙ୍କ ଅନ୍ୟତମ ଯୋଜନା ଆୟୁଷ୍ମାନ ଭାରତ ପୁଣିଥରେ ଏହି ଖବରରେ ସ୍ଥାନ ପାଇଛି। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର...

ଆପଣଙ୍କ ଘର ହାଇଓ୍ବେ ଉପରେ କି? ମିଳିବ ଏତେ ସୁବିଧା, ମାଗଣାରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୧୨।୯: ଦେଶରେ ଟୋଲ୍‌ପ୍ଲାଜାରେ ଟୋଲ୍‌ ଆଦାୟ କରିବାକୁ ନେଇ ନୂଆ ସିଷ୍ଟମ ଆରମ୍ଭ ହୋଇଛି। ଏହି ସିଷ୍ଟମ ସିଧା ସାଟେଲାଇଟ୍‌ରୁ କାମ କରିବ। ଯେଉଁ ଗାଡିରେ...

ଖାଦ୍ୟ-ପାନୀୟ ସାମଗ୍ରୀ ଠାରୁ ଦେଶରେ ବଡୁଛି ଶିକ୍ଷା ପାଇଁ ଖର୍ଚ୍ଚ, ରିପୋର୍ଟରେ ନୂଆ ଖୁଲାସା

ନୂଆଦିଲ୍ଲୀ,୧୨।୯: ଶିକ୍ଷା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣେ ବୋଲି କେହି ଅସ୍ବୀକାର କରିପାରିବେ ନାହିଁ। ଏହାର କାରଣ ହେଉଛି ଭାରତୟମାନେ ଶିକ୍ଷା କ୍ଷେତ୍ରରେ ଭଲ ପୁଞ୍ଜି...

ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ

ନୂଆଦିଲ୍ଲୀ,୧୨।୯: ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦି ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri