ଏଥର ପୁରୀରେ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ
ପୁରୀ ଅଫିସ,୭।୯: ଅକ୍ଟୋବର ୧୦ରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ୨ ବର୍ଷର ବ୍ୟବଧାନ ପରେ ଏଥର କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…
କେରଳର ୧୦୨ ପରଦାରେ ରିଲିଜ୍ ହେବ ‘ବ୍ରହ୍ମାସ୍ତ୍ର’
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଆଉ ୨ ଦିନ ଅର୍ଥାତ୍ ୯ରେ ରିଲିଜ୍ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ହିନ୍ଦୀ…
କୋସଲ ମହାବନ୍ଦ: ବରଗଡ଼ ଜିଲାରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ
ବରଗଡ଼ ଅଫିସ, ୭।୯: ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କୋସଲ ସେନା ପକ୍ଷରୁ ଦିଆ ଯାଇଥିବା କୋସଲ ମହାବନ୍ଦ ଡାକରାକୁ ବୁଧବାର ବରଗଡ଼ ଜିଲାରେ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି। ସକାଳ ୬ଟାରୁ ଦୋକାନ ବଜାର…
ବଲାଙ୍ଗୀରରେ କୋସଲ ମହାବନ୍ଦର ପ୍ରଭାବ
ବଲାଙ୍ଗୀର ଅଫିସ,୭।୯: କୋସଲ ସେନା ଓ କୋସଲ ମୁକ୍ତି ମୋର୍ଚ୍ଚା ଡାକରାରେ ବୁଧବାର ୧୨ ଘଣ୍ଟିଆ କୋଶଲ ମହାବନ୍ଦ ପାଳନ ଆରମ୍ଭ ହୋଇଛି । ବଲାଙ୍ଗୀର ସହରରେ ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ, ସରକାରୀ ବେସରକାରୀ ଅଫିସ ଓ ସଂସ୍ଥା…
ପଛ ଯାତ୍ରୀ ସିଟ୍ବେଲ୍ଟ ନ ବାନ୍ଧିଲେ ଦେବାକୁ ପଡିବ ଜରିମାନା…
ନୂଆଦିଲ୍ଲୀ,୭।୯: କାର୍ ପଛ ସିଟ୍ରେ ବସୁଥିବା ଯାତ୍ରୀ ଯଦି ସିଟ୍ବେଲ୍ଟ ବ୍ୟବହାର ନ କରନ୍ତି, ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ। ଖୁବ୍ଶୀଘ୍ର ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ଏହା ଘୋଷଣା…
ଆଜି ରାଜ୍ୟରେ ୩୨୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୩୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୭୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୧୯୨ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୩୬ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ଜାଡେଜାଙ୍କ ଆଣ୍ଠୁରେ ସଫଳ ଅସ୍ତ୍ରୋପଚାର
ନୂଆଦିଲ୍ଲୀ,୭।୯(ପି.ଟି.): ଭାରତର ଆଘାତପ୍ରାପ୍ତ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଡାହାଣ ଆଣ୍ଠୁରେ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ ହୋଇଛି। ସେ ଖୁବ୍ ଶୀଘ୍ର ତାଙ୍କ ରିହାବିଲିଟେଶନ ଆରମ୍ଭ କରିବେ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି। ୩୩ ବର୍ଷୀୟ ଜାଡେଜା ଏସିଆ କପ୍ ସୁପର-୪…
୨୪ଘଣ୍ଟାରେ ଘୂର୍ଣ୍ଣିବଳୟ
ଭୁବନେଶ୍ୱର,୭।୯(ବ୍ୟୁରୋ): ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ପ୍ରଭାବରେ ୮ରୁ…
ଏସିଆ କପ୍: ବିଦାୟ ପଥରେ ଭାରତ
ଦୁବାଇ, ୭।୯: ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଖରାପ ପ୍ରଦର୍ଶନ କରି ଭାରତ ଏସିଆ କପ୍ କ୍ରିକେଟର ମଙ୍ଗଳବାର ଅନୁଷ୍ଠିତ ସୁପର ଫୋର ମ୍ୟାଚରେ ଶ୍ରୀଲଙ୍କାଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଏଥିସହ ଭାରତ ଟୁର୍ନାମେଣ୍ଟରୁ ବିଦାୟ ହେବା ପଥରେ ରହିଛି।…
ଅପରାଜିତା ଭାରତୀୟ ଦଳର କୋଚ୍
ଭୁବନେଶ୍ୱର, ୭।୯(କ୍ରୀଡ଼ା ପ୍ରତିନିଧି): ଚଳିତମାସ ୧୫ରୁ ୨୮ ପର୍ଯ୍ୟନ୍ତ ଜର୍ଜିଆର ବାଟୁମିଠାରେ ହେବାକୁ ଯାଉଛି ଫିଡେ (ଆନ୍ତର୍ଜାତୀୟ ଚେସ୍ ଫେଡେରେଶନ୍) ୱାଲର୍ଡ କ୍ୟାଡେଟ୍ ଚେସ୍ ଚାମ୍ପିୟନଶିପ୍। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଓଡ଼ିଶାର କ୍ୟାଣ୍ଡିଡେଟ ମାଷ୍ଟର ତଥା ଫିଡେ ଇନ୍ଷ୍ଟ୍ରକ୍ଟର ଅପରାଜିତା…
ସପକ୍ଷବାଦୀ-ବିପକ୍ଷବାଦୀ ଛକାପଞ୍ଝା
ସମ୍ବଲପୁର,୭।୯(ବ୍ୟୁରୋ): ସମ୍ବଲପୁର ଜିଲାରେ ବନ୍ଦ ପାଳନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସେପ୍ଟେମ୍ବର ୭ରେ ଦିଆଯାଇଥିବା ମହାବନ୍ଦ ଡାକରାକୁ ବିରୋଧ କରାଯାଇଛି। ସହରର ମୁଖ୍ୟ ସ୍ଥାନରେ ସବୁ ଖୋଲା ବୋଲି…
ଚତୁର୍ଥ ରାଉଣ୍ଡରୁ ନାଡାଲ ବିଦା
ନ୍ୟୁୟର୍କ,୭।୯(ପି.ଟି.): ୟୁଏସ୍ ଓପନ ଚତୁର୍ଥ ରାଉଣ୍ଡରୁ ବିଦା ହେଲେ ସ୍ପେନର ରାଫେଲ ନାଡାଲ। ୨୨ଟି ଗ୍ରାଣ୍ଡସ୍ଲାମ ବିଜୟୀ ନାଡାଲ ପ୍ରଥମ ଥର ପାଇଁ ୟୁଏସ୍ ଓପନ କ୍ୱାର୍ଟର ଫାଇନାଲରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଏହା ସହିତ ନାଡାଲଙ୍କ କ୍ରମାଗତ ୨୨ ମ୍ୟାଚ୍…
Archives


