Home Left

ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି

ନୂଆଦିଲ୍ଲୀ,୨୮।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ଦଳର ମୁଖ୍ୟ କରିବାକୁ ଦାବି କରାଯାଇଛି। ଆସାମର କଂଗ୍ରେସ ଏମ୍‌ପି ଅବଦୁଲ ଖାଲେକ ପ୍ରିୟଙ୍କାଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ଦାବି କରିଛନ୍ତି। ଖାଲେକ ଯୁକ୍ତି କରିଛନ୍ତି,…

୧୬୦ କୋଟିର ଡ୍ରଗ୍ସ ଜବତ: ୬ ଗିରଫ

ଗୁଆହାଟୀ, ୨୮ା୯: ଆସାମର କାଚର ଜିଲାରୁ ପୋଲିସ ୧୬୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ୟାବା ଟାବ୍‌ଲେଟ୍‌ ନେଇ ମିଜୋରାମରୁ ଆସାମକୁ ଯାଉଥିବା ଏକ ଗାଡ଼ିକୁ ସିଲଚର୍‌-ଆଇଜଲ୍‌…

ଆଉ ମାତ୍ର ଦୁଇଦିନ ବାକି, ପୁଣି ବଦଳିଯିବ ଅନ୍‌ଲାଇନ୍‌ ପେମେଣ୍ଟର ପଦ୍ଧତି; ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଶେଷ ହେବାକୁ ଯାଉଛି ସେପ୍ଟେମ୍ବର। ଅକ୍ଟୋବର ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଦ୍ୱାରା ପେମେଣ୍ଟ କରନ୍ତି ତେବେ ଆପଣଙ୍କର ଦେୟ ମୋଡ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ…

‘ଇଣ୍ଡିଆନ୍‌ ଆଇଡଲ୍‌ ୧୩’ ର ବାସ୍ତବିକତା: ଶୋ’ରୁ ବାଦ୍‌ ପଡ଼ିବା ପରେ ରିତୋ କହିଲେ…

ବମ୍ବେ: ବିବାଦରେ ଟେଲି ପରଦାର ସବୁଠାରୁ ବଡ଼ ଏବଂ ହିଟ୍‌ ସିଂଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ ୧୩। ଚଳିତ ବର୍ଷ ଏହାର ଅଡିଶନ୍‌ ରାଉଣ୍ଡରେ ପ୍ରତିଯୋଗୀ ରିତୋ ରିବାଙ୍କୁ ବାହାର କରିବାକୁ ନେଇ ବିବାଦ ଦେଖାଦେଇଛି। ପରିସ୍ଥିତି ଏଭଳି ଯେ…

ଟସ୍‌ ଜିତିଲା ଭାରତ

ଥିରୁଭାନନ୍ତପୁରମ୍‌,୨୮।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଥିରୁଭାନନ୍ତପୁରମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି। ଟି-୨୦ ବିଶ୍ୱକପ…

ପାକିସ୍ତାନରେ ଚାଇନା ନାଗରିକଙ୍କୁ ଗୁଳି ମାରି ହତ୍ୟା: ୨ ଆହତ

କରାଚି,୨୮।୯: ପାକିସ୍ତାନର କରାଚିରେ ବୁଧବାର ଜଣେ ଚାଇନା ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। କରାଚିର ସଦର ଅଞ୍ଚଳରେ ଥିବା ଏକ କ୍ଲିନିକରେ ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳି ବିନିମୟରେ ଚାଇନା ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।…

ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ

ବମ୍ବେ: ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ ସନା ଅମିନ ଶେଖ। ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର କେ ଐସେ ଭି’ ଫେମ୍‌ ସନା ନିର୍ଦ୍ଦେଶକ ଏଜାଜ୍‌ ଶେଖଙ୍କୁ ବିବାହ କରିଥିଲେ। ହେଲେ ବିବାହକୁ ନେଇ…

ଜୁହି ଚାଓ୍ବାଲାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ଜୁହି ଚାୱଲା ଅନ୍ୟତମ। ସେ ୧୯୮୬ରେ ଫିଲ୍ମ ‘ସୁଲତାନତ’ ସହିତ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ସେ ଏକରୁ ଅଧିକ ସୁପରହିଟ ଫିଲ୍ମ କରିଥିଲେ। ବଲିଉଡରେ ଖ୍ୟାତି ଠାରୁ ଧନ ପର୍ଯ୍ୟନ୍ତ…

ଭାଜପାରେ ଯୋଗ ଦେଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି

ଶିମ୍‌ଲା,୨୮।୯: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଦେଇଛି। ହିମାଚଳ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହର୍ଷ ମହାଜନ ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡା ଏବଂ…

ପାକିସ୍ତାନକୁ ବଡ ଝଟ୍‌କା: ଫୁସଫୁସ୍‌ ସଂକ୍ରମଣକୁ ନେଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଏହି ଷ୍ଟାର ବୋଲର୍‌

ଲାହୋର,୨୮।୯: ପାକିସ୍ତାନ କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା। ଦଳର ତାରକା ଦ୍ରୁତ ବୋଲର୍‌ ନସିମ ଶାହ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ କିଛି ଦିନ ଧରି ପ୍ରବଳ ଜ୍ୱର ହୋଇଥିଲା। ଏପରିକି ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ତାଙ୍କର ଡେଙ୍ଗୁ…

ଦିଅରଙ୍କୁ ଆଶୀର୍ବାଦ ଦେଲେ କ୍ୟାଟ୍ରିନା

ଅଭିନେତା ବିକି କୌଶଲଙ୍କ ଭାଇ ସନ୍ନି ଆଜି ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସନ୍ନି ମଧ୍ୟ ତାଙ୍କ ଭାଇଙ୍କ ପରି ଜଣେ ଅଭିନେତା, ଯିଏ ଖୁବ କମ ସମୟ ମଧ୍ୟରେ ଲୋକଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଲାଗି ଦଳରେ ବଡ଼ ପରିବର୍ତ୍ତନ କଲା ଟିମ୍‌ ଇଣ୍ଡିଆ

ଥିରୁଭାନନ୍ତପୁରମ୍‌,୨୮।୯: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଲାଗି ଦଳରେ ପ୍ରମୁଖ ପରିବର୍ତ୍ତନ କରିଛି ଟିମ୍‌ ଇଣ୍ଡିଆ। ଉମେଶ ଯାଦବ, ଶାହାବାଜ ଅହମ୍ମଦ ଏବଂ ଶ୍ରେୟାସ ଆୟରଙ୍କୁ ଭାରତୀୟ ସ୍କ୍ବାର୍ଡରେ ସାମିଲ କରାଯାଇଛି। ଦୀପକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri