Posted inଜାତୀୟ

‘ଟିପୁଙ୍କ ସମର୍ଥକ ନୁହେଁ, ରାମ ଭଜନ ଗାଉଥିବା ଲୋକ ହିଁ ଏଠି ରହିବେ’

ବେଙ୍ଗାଲୁରୁ,୧୫।୨: କର୍ନାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଛି। କର୍ନାଟକ ରାଜନୀତିରେ ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନ ଏକ ବଡ଼ ପ୍ରସଙ୍ଗ। ଏବେ ଭାଜପାର ରାଜ୍ୟ ସଭାପତି ନାଲିନ କୁମାର କେଟେଲ ଟିପୁ ସୁଲତାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଟିପୁ ସୁଲତାନଙ୍କ ଅନୁଗାମୀମାନେ ଜୀବିତ ରହିବା ଉଚିତ୍‌ ନୁହେଁ। କେବଳ ଏତିକି ନୁହେଁ, ଟିପୁ ସୁଲତାନଙ୍କ ବଂଶଧରଙ୍କୁ ଜଙ୍ଗଲକୁ ପଠାଯିବା ଉଚିତ ବୋଲି ସେ କହିଛନ୍ତି।
ଏକ ସାଧାରଣ ସଭାରେ ନାଲିନ କହିଛନ୍ତି, ଆମେ ଭଗବାନ ରାମ ଏବଂ ହନୁମାନଙ୍କ ଭକ୍ତ। ଆମେ ଟିପୁଙ୍କ ବଂଶଧରଙ୍କୁ ଆମେ ଜଙ୍ଗଲ ପଠାଇଦେଇଛୁ। ତେଣୁ ମୁଁ ଲୋକଙ୍କୁ ପଚାରିବାକୁ ଚାହେଁ, ସେମାନେ ହନୁମାନଙ୍କୁ ପୂଜା କରିବେ ନା ଟିପୁ ସୁଲତାନଙ୍କ ଭଜନ ଗାଇବେ?
କେଟେଲ କହିଛନ୍ତି, କର୍ନାଟକବାସୀ ଭାବିବା ଉଚିତ ଯେ, ସେମାନେ ଭଗବାନ ରାମ ଏବଂ ହନୁମାନଙ୍କ ଭକ୍ତ କିମ୍ବା ଟିପୁଙ୍କ ବଂଶଧର ଚାହୁଁଛନ୍ତି। ମୁଁ ଭଗବାନ ହନୁମାନଙ୍କ ମାଟିରୁ ଚ୍ୟାଲେଞ୍ଜ ଦେଉଛି, ଯେଉଁମାନେ ଟିପୁକୁ ଭଲ ପାଆନ୍ତି ସେମାନେ ଏଠାରେ ରହିବେ ନାହିଁ। ଯେଉଁମାନେ ପ୍ରଭୁ ରାମଙ୍କ ଭଜନ ଗାନ କରନ୍ତି ଏବଂ ପ୍ରଭୁ ହନୁମାନଙ୍କ ସମର୍ଥକ ସେମାନେ କେବଳ ଏଠାରେ ରହିବା ଉଚିତ୍‌।
ଭାଜପା ଟିପୁ ସୁଲତାନଙ୍କ ଉପରେ ହଜାର ହଜାର ଲୋକଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ କରିଆସିଛି। ପୂର୍ବତନ ସିଦ୍ଦରମୈୟା ସରକାର କ୍ରମାଗତ ଦୁଇଥର ଟିପୁ ସୁଲତାନଙ୍କ ଜନ୍ମ ବାର୍ଷିକୀ ପାଳନ କରିଥିଲେ। ଏନେଇ ଭାଜପା କ୍ରମାଗତ ଭାବେ ପ୍ରଶ୍ନ ଉଠାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri