Posted inଜାତୀୟ

‘ପାର୍ଲାମେଣ୍ଟରେ ନାରାବାଜି କରି ନୁହେଁ, ଆଲୋଚନା ଦ୍ୱାରା ଜଣେ ହୁଅନ୍ତି ନେତା’

ନୂଆଦିଲ୍ଲୀ,୧୫।୨: ପାର୍ଲାମେଣ୍ଟରେ ହୋଇଥିବା ହଙ୍ଗାମାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୁଧବାର ଗୁଜରାଟ ବିଧାନସଭା ନିର୍ବାଚିତ ସଦସ୍ୟଙ୍କ ପାଇଁ ଦୁଇ ଦିନିଆ ଆଭିମୁଖ୍ୟ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ସେ କହିଛନ୍ତି, ଆଜିକାଲି ପାର୍ଲାମେଣ୍ଟରେ ହେଉଥିବା ପ୍ରତିବାଦ ଶୈଳୀ ଦେଶର ସାମ୍ବିଧାନିକ ଗଣତନ୍ତ୍ର ପାଇଁ ଉପଯୁକ୍ତ ନୁହେଁ। ଗଣତନ୍ତ୍ରକୁ ‘ଜୀବନ୍ତ ଏବଂ ସକ୍ରିୟ’ କରିବା ପାଇଁ ଗୃହରେ ଗଠନମୂଳକ ବିତର୍କ ଏବଂ ଆଲୋଚନା ହେବା ଉଚିତ୍‌। ଏହି ସମୟରେ ଲୋକ ସଭା ବାଚସ୍ପତି ଜଣେ ଭଲ ନେତା ହେବାର କୌଶଳ ମଧ୍ୟ କହିଥିଲେ।
ଲୋକ ସଭା ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି, ଗଣତନ୍ତ୍ରରେ ସମାଲୋଚନା ହେଉଛି ‘ଶୁଦ୍ଧ ଯଜ୍ଞ’ (ଶୁଦ୍ଧ ରୀତିନୀତି)। ଆବଶ୍ୟକ ସ୍ଥଳେ ବିରୋଧୀ ସରକାରଙ୍କ ନୀତିକୁ ସମାଲୋଚନା କରି ଗଠନମୂଳକ ପରାମର୍ଶ ଦେବା ଉଚିତ। ସମାଲୋଚନା ପରିବର୍ତ୍ତେ ଅଭିଯୋଗ ଏବଂ ପ୍ରତିବାଦର ଏକ ନୂଆ ପରମ୍ପରା ଦେଖାଯାଉଛି। ଦେଶର ସାମ୍ବିଧାନିକ ଗଣତନ୍ତ୍ର ପାଇଁ ଏହା ଠିକ୍‌ ନୁହେଁ। ରାଷ୍ଟ୍ରପତିଙ୍କ ଭାଷଣରେ ବାଧା ଦେବା ସାମ୍ବିଧାନିକ ଗଣତନ୍ତ୍ରରେ ଭଲ ଅଭ୍ୟାସ ନୁହେଁ। ଯେତେବେଳେ ଜଣେ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ଭାଷଣ ଦିଅନ୍ତି, ସେ ସାମ୍ବିଧାନିକ ଭାବରେ ଉନ୍ନତ ଅଟନ୍ତି। ତେଣୁ ଆମେ ଆମର ପରମ୍ପରାକୁ ଅନୁସରଣ କରିବା ଉଚିତ।
ପାର୍ଲାମେଣ୍ଟରେ ବ୍ୟାଘାତ ସୃଷ୍ଟି କରି ନୁହେଁ, ବରଂ ଆଲୋଚନା, ବିତର୍କ ଏବଂ ସଂଳାପ ଦ୍ୱାରା ଜଣେ ନେତା ହୁଅନ୍ତି। ଗଣତନ୍ତ୍ରକୁ ଜୀବନ୍ତ ତଥା ସକ୍ରିୟ କରିବା ପାଇଁ ଆଲୋଚନା, ବିତର୍କ ଏବଂ ଆଇନ ପ୍ରଣୟନରେ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ରହିଛି ବୋଲି ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗର ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କଂଗ୍ରେସ ନେତୃତ୍ୱାଧୀନ କର୍ଣ୍ଣାଟକ ସରକାରଙ୍କ ମୁସଲିମ ସମ୍ପ୍ରଦାୟକୁ ରାଜ୍ୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତିକୁ ସମାଲୋଚନା କରି...

ଏହି ଆସନରେ ନିଜର ପ୍ରାର୍ଥୀଙ୍କୁ ଭୋଟ୍‌ ନଦେବାକୁ ନିବେଦନ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୨୪ା୪: ଦେଶରେ ଜାରି ରହିଥିବା ସାଧାରଣ ନିର୍ବାଚନକୁ ନେଇ ନାନା ରୋଚକ ଖବରମାନ ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ରାଜସ୍ଥାନରେ କଂଗ୍ରେସ ଏହାର ଏକ ପ୍ରାର୍ଥିଙ୍କୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri