Posted inଜାତୀୟ

‘ପାର୍ଲାମେଣ୍ଟରେ ନାରାବାଜି କରି ନୁହେଁ, ଆଲୋଚନା ଦ୍ୱାରା ଜଣେ ହୁଅନ୍ତି ନେତା’

ନୂଆଦିଲ୍ଲୀ,୧୫।୨: ପାର୍ଲାମେଣ୍ଟରେ ହୋଇଥିବା ହଙ୍ଗାମାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୁଧବାର ଗୁଜରାଟ ବିଧାନସଭା ନିର୍ବାଚିତ ସଦସ୍ୟଙ୍କ ପାଇଁ ଦୁଇ ଦିନିଆ ଆଭିମୁଖ୍ୟ କାର୍ଯ୍ୟକ୍ରମ ଉଦ୍‌ଘାଟନ କରି ସେ କହିଛନ୍ତି, ଆଜିକାଲି ପାର୍ଲାମେଣ୍ଟରେ ହେଉଥିବା ପ୍ରତିବାଦ ଶୈଳୀ ଦେଶର ସାମ୍ବିଧାନିକ ଗଣତନ୍ତ୍ର ପାଇଁ ଉପଯୁକ୍ତ ନୁହେଁ। ଗଣତନ୍ତ୍ରକୁ ‘ଜୀବନ୍ତ ଏବଂ ସକ୍ରିୟ’ କରିବା ପାଇଁ ଗୃହରେ ଗଠନମୂଳକ ବିତର୍କ ଏବଂ ଆଲୋଚନା ହେବା ଉଚିତ୍‌। ଏହି ସମୟରେ ଲୋକ ସଭା ବାଚସ୍ପତି ଜଣେ ଭଲ ନେତା ହେବାର କୌଶଳ ମଧ୍ୟ କହିଥିଲେ।
ଲୋକ ସଭା ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି, ଗଣତନ୍ତ୍ରରେ ସମାଲୋଚନା ହେଉଛି ‘ଶୁଦ୍ଧ ଯଜ୍ଞ’ (ଶୁଦ୍ଧ ରୀତିନୀତି)। ଆବଶ୍ୟକ ସ୍ଥଳେ ବିରୋଧୀ ସରକାରଙ୍କ ନୀତିକୁ ସମାଲୋଚନା କରି ଗଠନମୂଳକ ପରାମର୍ଶ ଦେବା ଉଚିତ। ସମାଲୋଚନା ପରିବର୍ତ୍ତେ ଅଭିଯୋଗ ଏବଂ ପ୍ରତିବାଦର ଏକ ନୂଆ ପରମ୍ପରା ଦେଖାଯାଉଛି। ଦେଶର ସାମ୍ବିଧାନିକ ଗଣତନ୍ତ୍ର ପାଇଁ ଏହା ଠିକ୍‌ ନୁହେଁ। ରାଷ୍ଟ୍ରପତିଙ୍କ ଭାଷଣରେ ବାଧା ଦେବା ସାମ୍ବିଧାନିକ ଗଣତନ୍ତ୍ରରେ ଭଲ ଅଭ୍ୟାସ ନୁହେଁ। ଯେତେବେଳେ ଜଣେ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ଭାଷଣ ଦିଅନ୍ତି, ସେ ସାମ୍ବିଧାନିକ ଭାବରେ ଉନ୍ନତ ଅଟନ୍ତି। ତେଣୁ ଆମେ ଆମର ପରମ୍ପରାକୁ ଅନୁସରଣ କରିବା ଉଚିତ।
ପାର୍ଲାମେଣ୍ଟରେ ବ୍ୟାଘାତ ସୃଷ୍ଟି କରି ନୁହେଁ, ବରଂ ଆଲୋଚନା, ବିତର୍କ ଏବଂ ସଂଳାପ ଦ୍ୱାରା ଜଣେ ନେତା ହୁଅନ୍ତି। ଗଣତନ୍ତ୍ରକୁ ଜୀବନ୍ତ ତଥା ସକ୍ରିୟ କରିବା ପାଇଁ ଆଲୋଚନା, ବିତର୍କ ଏବଂ ଆଇନ ପ୍ରଣୟନରେ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ରହିଛି ବୋଲି ବାଚସ୍ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri