Home Left

ଜନସେବା କେନ୍ଦ୍ର ଖୋଲି ଠକେଇ: ବନ୍ଧାହେଲେ ଯୁବକ

ଚିତ୍ରକୋଣ୍ଡା,୧୩।୧୧: ଜନସେବା କେନ୍ଦ୍ର ଖୋଲି ଟଙ୍କା ଠକେଇ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଅଧୀନ ବଡ଼ ପଞ୍ଚାୟତ ଜାନବାଇ ଗ୍ରାମର ତରୁଣ ସାହା(୨୦)। ମିଳିଥିବା ସୂଚନା…

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌

ରାଉରକେଲା ଅଫିସ,୧୩।୧୧: ରାଉରକେଲା ସେକ୍ଟର-୩ ଥାନା ଅଧୀନ ସିଡବ୍ଲ୍ୟୁଏସ୍‌ ହସ୍ପିଟାଲ ସମ୍ମୁଖରେ ରବିବାର ଭାରସାମ୍ୟ ହରାଇ ଏକ ବାଇକ୍‌ ରାସ୍ତାକଡ଼ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଇ. ଲକ୍ଷ୍ମୀ ସୁରେଶ ବାବୁ।…

ମୁମ୍ବାଇ ବିମାନବନ୍ଦରରେ ୬୧ କିଲୋ ସୁନା ଜବତ

ମୁମ୍ବାଇ,୧୩।୧୧:ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୀମାଶୁଳ୍କ ଅଧିକାରୀମାନେ ୬୧ କିଲୋଗ୍ରାମ ସୁନା ଜବତ କରିଛନ୍ତି, ଯାହାର ମୂଲ୍ୟ ୩୨ କୋଟି ଟଙ୍କା। ବିମାନବନ୍ଦରରେ ଗୋଟିଏ ଦିନରେ ଏହା ସର୍ବାଧିକ ସୁନା ଜବତ ବୋଲି ରବିବାର ଜଣେ ଅଧିକାରୀ କହିଛନ୍ତି।…

ଖବରଦାତାଙ୍କ ଫୋନ ଛଡାଇଲେ ମନ୍ତ୍ରୀ

କୋଲକାତା,୧୩।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ଆଦିବାସୀ ସମାଜର ଲୋକେ ମଧ୍ୟ ଅଖିଳ ଗିରିଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ରବିବାର ବହୁ ଆଦିବାସୀ…

ନ୍ମଦିନ ପାର୍ଟିରେ ପଡ଼ି ମ୍ୟାକ୍ସଓ୍ବେଲ ଆହତ

ମେଲ୍‌ବୋର୍ନ,୧୩ା୧୧: ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏକ ଜନ୍ମଦିନ ପାର୍ଟିରେ ପଡ଼ିଯିବାରୁ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିରେ ଗୋଡ଼ ଫ୍ରାକ୍‌ଚର ହୋଇଥିବା ବେଳେ ୨୦୨୩ ଭାରତ ଗସ୍ତରୁ ସେ ବାଦ୍‌ ପଡ଼ିବା ପ୍ରାୟ ସମ୍ଭାବନା ରହିଛି।…

ପ୍ରିୟଙ୍କାଙ୍କୁ ପ୍ରଶଂସା କଲେ ନଳିନୀ

ନୂଆଦିଲ୍ଲୀ,୧୩।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୧ ବର୍ଷ ହେଲା ଜେଲରେ ଥିବା ସମସ୍ତ ୬ ଅପରାଧୀ ନଳିନୀ ଶ୍ରୀହରନ, ତାଙ୍କ ସ୍ବାମୀ ମୁରୁଗାନ୍‌, ସନ୍ଥନ୍‌, ରବର୍ଟ ପୟାସ, ଜୟକୁମାର ଏବଂ ରବିଚନ୍ଦ୍ରନଙ୍କୁ ମୁକ୍ତ କରାଯାଇଛି। ନଳିନୀ ଏବଂ…

ବରାଫାବୃତ ପାହାଡ ଉପରେ କାଲା ଚଷମା ଗୀତରେ ଝୁମିଲେ ଯବାନ

ଶ୍ରୀନଗର,୧୩।୧୧: ବଲିଉଡର ପ୍ରସିଦ୍ଧ ଡ୍ୟାନ୍ସ ନମ୍ବର ‘ମେନୁ କାଲା ଚଷମା ଜଞ୍ଚତା ରେ’ର ଲୋକପ୍ରିୟତା ଢେର ଅଧିକ। ଏହି ଗୀତରେ ଝୁମିବାକୁ ସମସ୍ତେ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ଭାରତୀୟ ସୈନିକମାନଙ୍କର ଏକ ଭିଡିଓ ଭାଇରାଲ ହେଉଛ। ଭିଡିଓରେ ସୈନିକମାନେ ଅଭିନେତା…

ସ୍ବାଭିମାନ ଅଞ୍ଚଳରେ ଶିଶୁ ମୃତ୍ୟୁହାର ରୋକିବାକୁ ପ୍ରୟାସ

ଚିତ୍ରକୋଣ୍ଡା,୧୩।୧୧: ଓଡ଼ିଶାରେ ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ ହେଉଛି ନିମୋନିଆ। ଯାହା ମାଲକାନଗିରି ଜିଲାର ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି। ବିଗତ ଦିନରେ ଉକ୍ତ ଜିଲାରେ ମ୍ୟାଲେରିଆ ରୋକିବାକୁ ସ୍ବାସ୍ଥ୍ୟ ବିଭାଗକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ବିଶେଷକରି ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ…

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ପରଲୋକ

ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେଙ୍କର ଏକ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। କଲ୍ୟାଣୀ ମୋଟରସାଇକେଲରେ ଯାଉଥିବାବେଳେ ତାଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଏଥିରେ ସେ ପ୍ରାଣ ହରାଇଥିଲେ। କଲ୍ୟାଣୀ କୁରେଲେ ଅନେକ…

ତୁର୍କୀରେ ବିସ୍ଫୋରଣ: ୪ ମୃତ, ୧୧ ଆହତ

ଇସ୍ତାନବୁଲ,୧୩।୧୧: ତୁର୍କୀର ରାଜଧାନୀ ଇସ୍ତାନବୁଲର ତାକ୍ସିମ ସ୍କୋୟାରରେ ଏକ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ ୧୧ ଜଣ ଆହତ ହୋଇଛନ୍ତି। ରବିବାର ଇସ୍ତାନବୁଲର ବହୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣବେଳେ ସେଠାରେ…

ପାକିସ୍ତାନର ପରାଜୟ ପରେ ଅଖତରଙ୍କୁ କଡ଼ା ଜବାବ ଦେଲେ ଶାମି

ନୂଆଦିଲ୍ଲୀ,୧୩।୧୧: ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଛି। ଭାରତ ସେମିଫାଇନାଲରୁ ବାଦ୍‌ ପଡିବା ପରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଅନେକ ବିବୃତ୍ତି ଦେଇ ଭାରତକୁ ଅପମାନିତ କରିଥିଲେ। ଏବେ…

ଯୁବକଙ୍କୁ ଅପହରଣ ପରେ ହତ୍ୟା: ପୁଣି ୩ଜଣଙ୍କୁ ଧରିଲା ପୋଲିସ

ସମ୍ବଲପୁର,୧୩।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ବିଷ୍ଣୁପଡ଼ାର ରାମଚନ୍ଦ୍ର ମେହେର(୨୫)ଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହତାବ ନଗରର ଅଜୟ ବନଛୋର, ବିଶାଳ କୁମ୍ଭାର, ଶିବ କୁମ୍ଭାର। ପୂର୍ବରୁ ମୁଖ୍ୟ ଅଭିଯୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri