ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’ର କଳାକୃତି ନିର୍ମାଣ କଲେ ଛତ୍ରପୁର ଆଇଟିଆଇ ଛାତ୍ରୀଛାତ୍ର

ଛତ୍ରପୁର,୨ା୩(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପ୍ରିୟ ବିମାନ ଡାକୋଟାକୁ ବିଭିନ୍ନ ଅଦରକାରୀ ଲୁହା ସାମଗ୍ରୀରେ ନିର୍ମାଣ କରିଛନ୍ତି
ଗଞ୍ଜାମ ଜିଲା ଛତ୍ରପୁର ଆଇଟିଆଇର ଛାତ୍ରୀଛାତ୍ର। ଦୀର୍ଘ କିଛି ଦିନ ହେଲା ଏହି ଦୁଇଟି କଳାକୃତିରେ ଲାଗି ପଡ଼ିଛନ୍ତି ଛାତ୍ରୀଛାତ୍ର। ବିଜୁ ପଟ୍ଟନାୟକଙ୍କ କଳାକୃତିଟି ୬ ଫୁଟ ୫ ଇଞ୍ଚ ହୋଇଥିବା ବେଳେ ଡାକୋଟା ବିମାନର ଲମ୍ବ ରହିଛି ୨୦ ଫୁଟ ଓ ଉଚ୍ଚତା ୭ ଫୁଟ ରହିଛି। ଏହି ଦୁଇଟି କଳାକୃତିକୁ ଆସନ୍ତା ୫ ତାରିଖରେ ଉନ୍ମୋଚନ କରାଯିବ। ଏହି ଦୁଇଟି କଳାକୃତି ବିଭିନ୍ନ ପ୍ରକାରର ଅଦରକାରୀ ଲୁହା ସାମଗ୍ରୀ ଓ ଘରୋଇକରଣ ସାମଗ୍ରୀରେ ନିର୍ମାଣ କରାଯାଇଛି। ଏହି ଦୁଇଟି କଳାକୃତିକୁ ଆସନ୍ତା ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଉନ୍ମୋଚିନ କରାଯିବ। ଆଇଟିଆଇ ପରିସର ମଧ୍ୟରେ ଏହାକୁ ସ୍ଥାପିତ କରାଯିବ। ଯାହାଫଳରେ ଆଇଟିଆଇର ଛାତ୍ରୀଛାତ୍ରଙ୍କ କଳାକୃତିକୁ ଲୋକେ ଦେଖିବା ସହ ପ୍ରଶଂସା କରିପାରିବେ।

ଏନେଇ ଛାତ୍ରୀଛାତ୍ର କୁହନ୍ତି, ପୂର୍ବରୁ କେବଳ ଶ୍ରେଣୀ ଗୃହରେ ପାଠ ପଢ଼ିବା ସହ ଅଳ୍ପ କିଛି ସମୟ ପ୍ରାକ୍ଟିକାଲ କରୁଥିଲୁ। କିନ୍ତୁ ପ୍ରଥମ ଥର ଭାବେ ଏଭଳି ଦୁଇଟି ସୁଉଚ୍ଚ କଳାକୃତି ନିର୍ମାଣ କରିପାରିଛୁ। ଏହି ଦୁଇଟି କଳାକୃତି ନିର୍ମାଣ କରି ଅନେକ ବିଷୟ ସମ୍ପର୍କରେ ଶିକ୍ଷା ମିଳିପାରିଛି। ଯାହାକି ଆଗାମୀ ଦିନରେ ବେଶ୍‌ ଲାଭଦାୟକ ହେବ। ଏହି ଦୁଇଟି କଳାକୃତି କରିବାରେ ବିଭିନ୍ନ ବିଭାଗ ସାମିଲ ହୋଇଥିବା ଯୋଗୁ କେଉଁ ବିଭାଗର ଛାତ୍ରୀଛାତ୍ର କିଭଳି ତାଙ୍କର କାର୍ଯ୍ୟ ରହିଛି ସେ ନେଇ ଜାଣିବାକୁ ମିଳିଛି। ଏହି ଦୁଇଟି କଳାକୃତି ନିର୍ମାଣ କରି ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ସମ୍ମାନ ଜଣାଇବା ସହ ତାଙ୍କର ସ୍ମୃତି ଚାରଣରେ ମଧ୍ୟ ଏହା ସହାୟକ ହୋଇପାରିବ ବୋଲି କହିଛନ୍ତି ଆଇଟିଆଇର ଛାତ୍ରୀଛାତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଆଲୁମିନା CSR ପ୍ରତାରଣା ଅଭିଯୋଗ: ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଖଣି ପ୍ରଭାବିତ ଅଞ୍ଚଳବାସୀ

ଥୁଆମୂଳ ରାମପୁର, ୭।୭ (ଦୁର୍ଗା କୀର୍ତ୍ତି): ଉତ୍କଳ ଆଲୁମିନା କମ୍ପାନୀର ସାମାଜିକ ଦାୟିତ୍ୱବୋଧ (CSR) କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଓ ପ୍ରତିଶ୍ରୁତି ଖିଲାପ ପ୍ରତିବାଦରେ ଆଜି କଳାହାଣ୍ଡି…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri