Posted inଖେଳ

ତୃତୀୟ ଟେଷ୍ଟ: ଅଷ୍ଟ୍ରେଲିଆ ଆଗରେ ୭୬ ରନ୍‌ର ବିଜୟ ଟାର୍ଗେଟ୍‌

ଇନ୍ଦୋର,୨।୩: ଇନ୍ଦୋର ହୋଲ୍‌କର ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ଗୁରୁବାର ଦ୍ୱିତୀୟ ଦିନରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତ ପ୍ରଥମ ଇନିଂସରେ ୧୦୯ ରନ୍‌ରେ ଅଲ୍‌ଆଉଟ ହୋଇଥିବା ବେଳେ ଦ୍ୱିତୀୟ ଇନିଂସରେ ୧୬୩ ରନ୍‌ କରି ଅଲ୍‌ଆଉଟ ହୋଇ ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭ ରନ୍‌ କରିଥିଲା। ଫଳରେ ଅଷ୍ଟ୍ରେଲିଆ ଆଗରେ ୭୬ ରନ୍‌ର ବିଜୟ ଟାର୍ଗେଟ ରଖିଛି ଭାରତ।

ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ୧୫୬ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ହେଲେ ଅଷ୍ଟ୍ରେଲିଆ ୪୧ ରନ୍‌ ଯୋଡି ଅଲ୍‌ଆଉଟ ହୋଇଯାଇଥିଲା। ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ପ୍ରଥମରୁ ଦୁଇ ଓପନର ରୋହିତ ଶର୍ମା ଏବଂ ଶୁଭମନ ଗିଲ୍‌ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆର ନାଥନ ଲିଅନଙ୍କ ଦମ୍‌ଦାର ବୋଲିଂ ବଳରେ ଭାରତର ଗୋଟିଏ ପରେ ଗୋଟିଏ ଉଇକେଟର ପତନ ଘଟିଥିଲା। ନାଥନ ସର୍ବାଧିକ ୮ ଉଇକେଟ ନେଇଥିଲେ। ଅନ୍ୟପକ୍ଷେ ଚେତେଶ୍ବର ପୂଜାରା ଅର୍ଦ୍ଧଶତକ କରିବାେ ସଫଳ ହୋଇଥିଲେ। ଚେତେଶ୍ବର ୫୯ ରନ୍‌ କରିଥିବା ବେଳେ ଶ୍ରେୟସ ଆସର ୨୬ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଓଡ଼ିଶା ମହିଳା, ପୁରୁଷ ଦଳର ଅଭିଯାନ

ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ଜାତୀୟ ସିନିୟର ପେନ୍‌ଚାକ ସିଲାଟ ଚାମ୍ପିୟନଶିପ୍‌ (ମହିଳା ଓ ପୁରୁଷ)ର ଦ୍ୱାଦଶ ସଂସ୍କରଣ ମଙ୍ଗଳବାର କିଟ୍‌ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ...

ନ୍ୟୁୟର୍କରେ ଇଣ୍ଡିଆ ବନାମ ମିନି ଇଣ୍ଡିଆ

ନ୍ୟୁୟର୍କ, ୧୨ା୬ (ପି.ଟି.): ଟି୨୦ ବିଶ୍ୱକପ୍‌ରେ ବୁଧବାର ଆମେରିକା ବିପକ୍ଷରେ ଭାରତ ଏହାର ତୃତୀୟ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌କୁ ଇଣ୍ଡିଆ ବନାମ ମିନି ଇଣ୍ଡିଆ...

ଦ୍ୱିତୀୟ ଦିବସରେ ଓଡ଼ିଶାକୁ ୬ ପଦକ

ଭୁବନେଶ୍ୱର, ୧୨।୬ (ତପନ ସ୍ବାଇଁ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଆକ୍ୱାଟିକ୍‌ ସେଣ୍ଟରେ ଚାଲିଥିବା ୨ୟ ନ୍ୟାଶନାଲ ସୁଇମିଂ ର଼୍ୟାଙ୍କିଙ୍ଗ୍‌ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ...

ବୁ୍‌ମ୍‌ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରୀତ ବୁମ୍‌ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍‌ରେ ବିଜୟୀ କରାଇଥିଲେ। ଏହି...

ଟି-୨୦ ବିଶ୍ୱକପ୍‌ରୁ ବିଦା ହେଲା ଏହି ଦଳ: ସୁପର୍‌-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା

ଆଣ୍ଟିଗୁଆ,୧୦।୬: ଟି-୨୦ ବିଶ୍ୱକପ ୨୦୨୪ରୁ ପ୍ରଥମ ଦଳ ଭାବେ ବାଦ୍‌ ପଡିଛି ଓମାନ। ଗ୍ରୁପ ପର୍ଯ୍ୟାୟର ୨୦ତମ ମ୍ୟାଚ ଓମାନ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିଲା।...

ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ

ନ୍ୟୁୟର୍କ,୧୦।୬: ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଦଳକୁ ୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ...

ପାକିସ୍ତାନ ବିପକ୍ଷରେ ଚମକପ୍ରଦ ବିଜୟ ପରେ ବି ଖୁସି ନାହାନ୍ତି ରୋହିତ ଶର୍ମା

ନ୍ୟୁୟର୍କ,୧୦।୬: ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ପାକିସ୍ତାନକୁ ପରାସ୍ତ କରିଛି। ଉଭୟଙ୍କ ମଧ୍ୟରେ ଟୁର୍ନାମେଣ୍ଟର ୧୯ତମ ମ୍ୟାଚ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯାଇଥିଲା,...

ଟି-୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ

ନ୍ୟୁୟର୍କ,୧୦।୬: ଭାରତ ଟି-୨୦ ବିଶ୍ୱକପ ୨୦୨୪ରେ ଇତିହାସ ସୃଷ୍ଟି କରିଛି। ପାକିସ୍ତାନ ବିପକ୍ଷରେ ବିଜୟ ସହ ଟିମ ଇଣ୍ଡିଆ ଅନେକ ରେକର୍ଡ ସୃଷ୍ଟି କରିଛି। ଟି-୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri