ପୂର୍ବ ଶତ୍ରୁତାକୁ ନେଇ ଗୁଳି, ବୋମାମାଡ଼
ପିପିଲି,୨୬।୧୦(ଡି.ଏନ୍.ଏ./ସ୍ବ.ପ୍ର.): ପୁରୀ ଜିଲା ପିପିଲି ଅଞ୍ଚଳରେ ସୋମବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଓ ବୋମାମାଡ଼ ହୋଇଛି। ପ୍ରଥମେ ପିପିଲି ଏନ୍ଏସି ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବାବେଳେ ଏଥିରେ ସ୍ଥାନୀୟ ଉଜାଣିପଡା ଗ୍ରାମର ସନାତନ ପ୍ରଧାନ ଓରଫ ସାନୁ ଗୁରୁତର…
ଅରୁଣାଚଳ ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୭ଶହ ଦୋକାନ
ଗୁଆହାଟୀ, ୨୬ା୧୦: ଅରୁଣାଚଳ ପ୍ରଦେଶର ଇଟାନଗର ନିକଟ ନହରଲାଗୁନ୍ ମାର୍କେଟରେ ମଙ୍ଗଳବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ଶହରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅଗ୍ନିକାଣ୍ଡର…
ମାଓବାଦୀ-ଯବାନ ଗୁଳି ବିନିମୟ
ନୂଆପଡ଼ା ଅଫିସ,୨୬।୧୦: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ମଧ୍ୟରେ ୨ ଥର ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି। ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ…
ମୃତ ଗାଈକୁ ଘୋଷାଡ଼ିଲା ଏନ୍ଏଚ୍ଏଆଇ ଗାଡ଼ି
ଛତ୍ରପୁର,୨୬ା୧୦(ଡି.ଏନ୍.ଏ.): ହିନ୍ଦୁ ଧର୍ମରେ ଗୋମାତାଙ୍କୁ ପୂଜା କରାଯାଉଥିବା ବେଳେ ଏକ ମୃତ ଗାଈକୁ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ି ନିଆଯିବା ଦୃଶ୍ୟ ଆଘାତ ଦେଇଛି। ଗଞ୍ଜାମ ଜିଲା ଛତ୍ରପୁର ବାଇପାସ୍ ଜାତୀୟ ରାଜପଥରେ ଏପରି ଦୃଶ୍ୟ ଦେଖାଯାଇଛି। ଏହାର ଭିଡିଓ ପାଇବା…
ପ୍ରାର୍ଥୀଙ୍କୁ ଭୋଟର ତାଲିକା ଯୋଗାଣ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ,୨୬।୧୦: ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନ ଭୋଟର ତାଲିକାର ଦୁଇଟି କପି ଯୋଗାଇବା ବ୍ୟବସ୍ଥା ଭୋଟର ପଞ୍ଜିକରଣ ନିୟମାବଳୀ, ୧୯୬୦ରେ ରହିଛି। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଏହା ଉପରେ କେନ୍ଦ୍ର ଓ ଅନ୍ୟ ପକ୍ଷଙ୍କୁ…
ଜଣେ ଫାର୍ମାସିଷ୍ଟ, ଏକାଧିକ ଦୋକାନ
ଯାଜପୁର ଅଫିସ,୨୬ା୧୦: ଡ୍ରଗ୍ସ ଏବଂ କସ୍ମେଟିକ୍ସ ଆକ୍ଟ-୧୯୪୦ର ଧାରା ୬୫(୨), ୬୩(୩)(୧) ଏବଂ ୬୫(୯)(ଏ)ର ଉଲ୍ଲଂଘନ କରି କେତେଜଣ ଖୁଚୁରା ଏବଂ ହୋଲ୍ସେଲର ଔଷଧ ବିକ୍ରି କରୁଛନ୍ତି। ଏଥିରେ ସମ୍ପୃକ୍ତ ଡ୍ରଗ୍ସ ଇନ୍ସପେକ୍ଟରମାନେ ଜାଣିଶୁଣି ହାତବାନ୍ଧି ବସିଛନ୍ତି। ଏପରି କି ଫାର୍ମାସିଷ୍ଟମାନଙ୍କ…
ମାଆ ସାମ୍ନାରେ ଶିଶୁକୁ ଝାମ୍ପିନେଲା ବାଘ: ଚିକିତ୍ସାଧୀନ ଅବସ୍ଥାରେ ମୃତ
ମୁମ୍ବାଇ,୨୬।୧୦: ମୁମ୍ବାଇର ଆରେ କଲୋନିରେ ସୋମବାର ଏକ କଲରାପତରିଆ ବାଘ ଆକ୍ରମଣରେ ଜଣେ ୧୬ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଇତିକା ଲୋଟ୍ ନାମ୍ନୀ ଶିଶୁଟି ତାଙ୍କ ମାଆଙ୍କ ସହ ମନ୍ଦିର ଯାଉଥିବା ବେଳେ ବାଘ ଆକ୍ରମଣରେ ଗୁରୁତର ହୋଇଥିଲେ। ହସ୍ପିଟାଲରେ…
ପଟିଆମାଳ ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ
ଟାଙ୍ଗୀ(ଖୋର୍ଦ୍ଧା)/ନିରାକାରପୁର,: ୨୬ା୧୦(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ରେଞ୍ଜ୍ ଅଧୀନ ପଟିଆମାଳ ଜଙ୍ଗଲରେ ସୋମବାର ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବନ ବିଭାଗର ଏକ ଟିମ୍ ଓ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ପହଞ୍ଚିଥିଲେ। ହାତୀର ବ୍ୟବଚ୍ଛେଦ ପରେ ଉକ୍ତ…
ଏକ୍ସପ୍ରେସ୍ଓ୍ବେ ରାସ୍ତା ମରାମତିରେ ଦୁଇ ବର୍ଷ ବିଳମ୍ବ: କମ୍ପାନୀ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ, ୨୬।୧୦: ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସ୍ଓ୍ବେ ମରାମତିରେ ଦୁଇ ବର୍ଷ ବିଳମ୍ବ ହେବାରୁ କମ୍ପାନୀ ବିରୋଧରେ ନୋଏଡା ଅଥରିଟି ୧ କୋଟି ଟଙ୍କା ଜରିମାନା ଲଗାଯାଇଛି। ୭୦ କୋଟି ଟଙ୍କାର ରାସ୍ତା ମରାମତି ପ୍ରକଳ୍ପ ସମ୍ପୃକ୍ତ କମ୍ପାନୀକୁ ୨୦୧୯ରେ ଦିଆଯାଇଥିଲା। ଚୁକ୍ତି…
୩୦ କୋଟିର ହିସାବ ଦେବେ ଅର୍ଚ୍ଚନା-ଜଗବନ୍ଧୁ
ଭୁବନେଶ୍ୱର,୨୬ା୧୦(ବ୍ୟୁରୋ): ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ବ୍ୟବସାୟୀ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ମାୟାଜାଲରେ ଫସାଇ ଟଙ୍କା ହଡ଼ପ କରିଥିବା ବହୁଚର୍ଚ୍ଚିତ ମହିଳା ବ୍ଲାକ୍ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବେ ଝାରପଡ଼ା ଜେଲରେ ଥିବା ବେଳେ ଏହି…
ଆଜି ଦାୟିତ୍ୱ ନେବେ ଖାର୍ଗେ
ନୂଆଦିଲ୍ଲୀ,୨୬।୧୦ (ପି.ଟି.): ନବନିର୍ବାଚିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଉତ୍ସବ ଲାଗି ଏଆଇସିସି ମୁଖ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ ସର୍ବପୁରାତନ ଦଳର ନେତୃତ୍ୱ…
ସହାୟତା ମାଗିଲେ ବଳାତ୍କାର ପୀଡ଼ିତା, ଭିଡିଓ କଲେ ଦେଖଣାହାରୀ
କନୌଜ,୨୬।୧୦: ଉତ୍ତରପ୍ରଦେଶର କନୌଜରେ ଜଣେ ୧୨ ବର୍ଷର ବାଳିକା ବଳାତ୍କାରର ଶିକାର ହୋଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସହାୟତା ପାଇଁ ଚିତ୍କାର କରୁଥିବାବେଳେ ସେଠାରେ ଉପସ୍ଥିତ ଲୋକେ ସାହାଯ୍ୟର ହାତ ବଢ଼ାଇବା ପରିବର୍ତ୍ତେ ତାଙ୍କର ଭିଡିଓ ଶୁଟିଂ କରିବା ଭଳି ସମ୍ବେଦନଶୀଳ…
Archives


