‘ଭୂମି ନାହିଁ ତ ଭୋଟ ନାହିଁ’

ଭୁବନେଶ୍ୱର,୧୪ା୩(ବ୍ୟୁରୋ):‘ଭୂମି ନାହିଁ ତ ଭୋଟ ନାହିଁ’ ନାରାବାଜିରେ ସୋମବାର ଭୁବନେଶ୍ୱର ଗାନ୍ଧୀମାର୍ଗ କମ୍ପିଛି। ଭୂମି ଅଧିକାର ପ୍ରମାଣପତ୍ର ସହ ପକ୍କାଘର ପ୍ରଦାନ ଦାବିରେ ବିଭିନ୍ନ ସହରରୁ ଆସିଥିତ୍ବା ବସ୍ତିବାସିନ୍ଦା ଏପରି ନାରାବାଜି କରି ଦାବି ଉପସ୍ଥାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବସ୍ତି ଏକତା ମଞ୍ଚ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ଧାରଣାସ୍ଥଳରେ ପହଞ୍ଚତ୍ଥିଲା। ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ମଞ୍ଚର ରାଜ୍ୟ ସଭାପତି ଶେଖ୍‌ ଅବଦୁଲ୍ଲା ସଭାପତିତ୍ୱ କରି କହିଲେ, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ମିଳିବା କଥା। ହେଲେ ତାହା ହୋଇନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷଣାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ‘ପଟ୍ଟା’ ସମ୍ପର୍କିତ ଆଇନ ପାସ୍‌ କରିବା ଦାବି ରହିଥିତ୍ବା ମଞ୍ଚର ସାଧାରଣ ସମ୍ପାଦକ ହେମେନ୍ଦ୍ର ସାମଲ କହିଛନ୍ତି। ତେବେ ଦାବି ପୂରଣ ନ ହେଲେ ବସ୍ତିବାସିନ୍ଦା ଆସନ୍ତା ନିର୍ବାଚନରେ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। କଟକ ସହରରୁ ବିଭିନ୍ନ ବସ୍ତି ଉଚ୍ଛେଦ କରାଯାଇ ସେମାନଙ୍କୁ କାଠଯୋଡ଼ି ଓ ମହାନଦୀ କୂଳରେ ଥଇଥାନ କରାଯାଉଛି। ସେମାନଙ୍କ ଧନଜୀବନ ସୁରକ୍ଷା ପାଇଁ ଘେରିବନ୍ଧର ଆବଶ୍ୟକତା ରହିଥିତ୍ବା ମଞ୍ଚ ପକ୍ଷରୁ କୁହାଯାଇଛି। କଟକର ଅନ୍ୟାନ୍ୟ ବସ୍ତିରେ ଲାଗିରହିଥିତ୍ବା ସମସ୍ୟାର ତୁରନ୍ତ ସମାଧାନ ସହ ରାଉରକେଲା, ବାଲେଶ୍ୱର, ବାରିପଦା, ଭଦ୍ରକ, ସମ୍ବଲପୁର, ଅନୁଗୁଳ, ପୁରୀ, ଭୁବନେଶ୍ୱର ଓ କେନ୍ଦ୍ରାପଡ଼ା ଆଦି ସହରର ଭୂମିହୀନଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ ସହ ପକ୍କାଘର ପ୍ରଦାନ ପାଇଁ ଦାବି କରାଯାଇଛି। ବିକ୍ଷୋଭ ପରେ ମଞ୍ଚର ସଭାପତିଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ରାଜସ୍ବମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମ ବିଲ୍‌କୁ ବିଜେଡିର ସମର୍ଥନ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ବିଜୁ ଜନତା ଦଳ(ବିଜେଡି) ମଙ୍ଗଳବାର ଲୋକ ସଭାରେ ଆଗତ କରାଯାଇଥିବା ଶ୍ରମିକ ସମ୍ବନ୍ଧୀୟ ୩ଟି ବିଲ୍‌କୁ ସମର୍ଥନ ଦେଇଛି। ସେହି ବିଲ୍‌ଗୁଡିକ ହେଲା ଅକୁପେଶନାଲ...

କାର୍‌ରେ କୋଭିଡ-୧୯ ପାସ୍‌ ଲଗାଇ ମଦ ବେପାର

ଭୁବନେଶ୍ୱର,୨୨ା୪ (ବ୍ୟୁରୋ): ରାଜଧାନୀରେ କଡ଼ା କଟକଣା ସତ୍ତ୍ୱେ ଚାଲିଛି ବେଆଇନ ମଦ ବେପାର। ଦାମୀ କାର୍‌ରେ ଛୋଟ ମଦୁଆଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କୁ ଯୋଗାଯାଉଛି ମଦ।...

ବୈଦ୍ୟୁତିକ ସମସ୍ୟାର ସମାଧାନ କରିବ ଟାଟା ପାଓ୍ବାର କଲ୍‌ ସେଣ୍ଟର

ଭୁବନେଶ୍ୱର, ୮।୮(ବ୍ୟୁରୋ): ଭୁବନେଶ୍ୱରସ୍ଥିତ କଲ୍ୟାଣୀ କମ୍ପ୍ଲେକ୍ସ ପରିସରରେ ଶୁକ୍ରବାର ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦ୍ୱାରା ଟାଟା ପାଓ୍ବାର କଲ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଛି। ଏହା ଉପଭୋକ୍ତା...

ରାଜ୍ୟବାସୀଙ୍କ ତରଫରୁ ଦ୍ରୌପଦୀଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ବର, ୨୨ା୭(ବ୍ୟୁରୋ): ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାର ଲାଗିଛି। ଦ୍ରୌପଦୀଙ୍କୁ ଏହି...

ଏକ ନମ୍ବର ମାର୍କେଟ୍‌ ବାହାରେ ପାର୍କିଂ ମନା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜଧାନୀର ଏକ ନମ୍ବର ହାଟ ବାହାରେ ଏକାଧିକ ଗାଡି ପାର୍କିଂ କରାଯାଉଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଟ୍ରାଫିକ...

ଶ୍ରୀଲିଙ୍ଗରାଜ କ୍ଷେତ୍ର ପ୍ରତି ଚରମ ଅବହେଳା

ପୁରୁଣା ଭୁବନେଶ୍ୱର,୬ା୨ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଭିନ୍ନ ସ୍ଥାନରେ ଉଚ୍ଛେଦ ଯୋଗୁ ମନ୍ଦିର ସମ୍ମୁଖ ରାସ୍ତା ବନ୍ଦ କରାଯାଇଛି। ଏହି...

ଦିଲ୍ଲୀ ଗଲେ ନବୀନ, ୧୧ରେ ମୋଦିଙ୍କୁ ଭେଟିବେ

ଭୁବନେଶ୍ୱର,୯।୬(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ବାଜିମାତ କରି ସରକାର ଗଠନ ପରେ ପ୍ରଥମ ଥର ଲାଗି ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଏକ...

ସ୍ବାମୀଙ୍କ ଘର ଆଗରେ ସ୍ତ୍ରୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୩ା୯: ଅଧିକ ଯୌତୁକ ଦାବି ନେଇ ଜଣେ ରେଲଓ୍ବେ କର୍ମଚାରୀ ତାଙ୍କ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର...

Advertisement
Archives

Model This Week