‘ନାଟୁ ନାଟୁ’ ଗୀତର ଲାଇଭ୍‌ ପରଫର୍ମାନ୍ସକୁ ଷ୍ଟାଣ୍ଡିଂ ଓବେଶନ୍‌

ମୁମ୍ବାଇ: ଆମେରିକାର ଲସ୍‌ଏଞ୍ଜେଲ୍‌ସର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଭାରତ ଇତିହାସ ସୃଷ୍ଟି କରିଛି। ଏସ୍‌ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ପୁରସ୍କୃତ ହୋଇଛି। ଏହି ଗୀତ ପ୍ରଥମ ଭାରତୀୟ ସଙ୍ଗୀତ ଏବଂ ‘ଆର୍‌ଆର୍‌ଆର୍‌’ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଓସ୍କାର ଷ୍ଟେଜ୍‌ରେ ପୁରସ୍କୃତ ହୋଇଛି। ବ୍ରିଟିଶ୍‌ ସରକାରଙ୍କ କବଳରେ ଫସିଥିବା ଜଣେ ଛୋଟ ଝିଅକୁ ବଞ୍ଚାଇବାକୁ ଯାଇ ଜୁନିୟର ଏନ୍‌ଟିଆର୍‌ ଏବଂ ରାମଚରଣଙ୍କ ମଧ୍ୟରେ ବନ୍ଧୁତା ପରେ ରାମଚରଣ ବ୍ରିଟିଶ ସରକାରଙ୍କ ଚାପରେ ଆସି ସାଙ୍ଗକୁ ଧୋକା ଦେଇଥିଲେ। ପରେ ଛୋଟ ଝିଅକୁ ସାଙ୍ଗ ସହ ମିଳି ଉଦ୍ଧାର କରିଥିଲେ। ଅନ୍ୟପଟେ ନିଜ ଗ୍ରାମକୁ ବ୍ରିଟିଶ ସରକାରଙ୍କ କବଳରୁ ଉଦ୍ଧାର କରିବାକୁ ଜୁନିୟର ଏନ୍‌ଟିଆର୍‌ ତାଙ୍କ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଥିବା ସେଥିରେ ଦର୍ଶାଯାଇଛି।
ଅନ୍ୟପଟେ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ ବର୍ଗରେ ୩୯ ମିନିଟ୍‌ର ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସ୍‌ପରର୍ସ’ ଓସ୍କାର ବିଜୟୀ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଥିବା କାର୍ତ୍ତିକି ଗୋନସାଲଭେସ୍‌ ଏବଂ ଗୁନିତ୍‌ ମୁଙ୍ଗା ପୁରସ୍କାର ଗ୍ରହଣ କରିଥିଲେ। ଜଙ୍ଗଲରେ ଏକ ପରିତ୍ୟକ୍ତ ହାତୀ ଶାବକ ଓ ଏକ ଦମ୍ପତିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ତାମିଲ ଭାଷାରେ ନିର୍ମିତ ହୋଇଥିଲା। ସେଥିରେ ଭାରତୀୟ ଜଙ୍ଗଲର ମନୋରମ ପରିବେଶ ଓ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ତେବେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତକୁ ନେଇ ଓସ୍କାର ପୁରସ୍କାର ସମାରୋହରେ ଉତ୍ସାହ ଦେଖିବାକୁ ମିଳିଥିଲା। ଅଭିନେତା ରାମଚରଣ ଓ ଜୁନିୟର ଏନ୍‌ଟିଆର୍‌ ଦୁହେ ଭାବବିହ୍ବଳ ହୋଇ ଦୁହିଙ୍କୁ କୁଣ୍ଢାଇଥିଲେ। ପରେ ଗାୟକମାନେ ସେହି ଗୀତର ଲାଇଭ୍‌ ପରଫର୍ମାନ୍ସ କରି ଦର୍ଶକଙ୍କୁ ବିଭୋର କରିଥିଲେ। ଏଥିରେ ଦର୍ଶକ ଆନନ୍ଦିତ ହେବାସହ ଠିଆହୋଇ କରତାଳିରେ ସମ୍ବର୍ଦ୍ଧନା ଦେଇଥିଲେ। ଏହି ପୁରସ୍କାର ଘୋଷଣା ସମୟରେ ଉପସ୍ଥାପିକା ଦୀପିକା ପାଦୁକୋନ ଖୁସିରେ କାନ୍ଦି ପକାଇଥିଇଲେ। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମିଚେଲି ୟୋହ, ଶ୍ରେଷ୍ଠ ଅଭିନେତା ଭାବେ ବ୍ରେଣ୍ଡନ ଫ୍ରାସର, ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଜାମି ଲି କର୍ଟିସ୍‌, ଶ୍ରେଷ୍ଠ ସହାୟକ ଅଭିନେତା ଭାବେ କେ ହ୍ୟୁ କ୍ୱାନ୍‌, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଡାନିଏଲ୍‌ କ୍ୱାନ ଏବଂ ଡାନିଏଲ୍‌ ସିନେରେଟ୍‌, ଶ୍ରେଷ୍ଠ ଆନିମେଟେଡ୍‌ ଫିଚର ଫିଲ୍ମ ଭାବେ ଗୁଇଲେରମୋ ଡେଲ ତୋରୋସ୍‌ ପିନୋଚିଓ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଏବଂ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଏବଂ ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍‌ ଭାବେ ଅଲ୍‌ କୁଇଟ୍‌ ଅନ୍‌ ଦି ୱେଷ୍ଟର୍ନ ଫ୍ରଣ୍ଟ, ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ଭାବେ ନାଭାଲନିକୁ ପୁରସ୍କୃତ କରାଯାଇଛି। ତେବେ କଷ୍ଟମ ଡିଜାଇନର ଭାନୁ ଆଥିଆ, କମ୍ପୋଜର ଏଆର୍‌ ରେହମାନ୍‌, ଲିରିସିଷ୍ଟ ଗୁଲଜାର, ସାଉଣ୍ଡ ଇଞ୍ଜିନିୟର ରିସୁଲ ପୋକୁଟି ଏବଂ ଲିଜେଣ୍ଡାରି ଫିଲ୍ମ ମେକର ସତ୍ୟଜିତ୍‌ ରାୟ ଭାରତୀୟ ଭାବେ ପୂର୍ବରୁ ଓସ୍କାର ପୁରସ୍କାର ଜିଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?