‘ନାଟୁ ନାଟୁ’ ଗୀତର ଲାଇଭ୍‌ ପରଫର୍ମାନ୍ସକୁ ଷ୍ଟାଣ୍ଡିଂ ଓବେଶନ୍‌

ମୁମ୍ବାଇ: ଆମେରିକାର ଲସ୍‌ଏଞ୍ଜେଲ୍‌ସର ଡଲ୍‌ବି ଥିଏଟରରେ ୯୫ତମ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆରମ୍ଭ ହୋଇଯାଇଛି। ଏହି ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଭାରତ ଇତିହାସ ସୃଷ୍ଟି କରିଛି। ଏସ୍‌ଏସ୍‌ ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଶ୍ରେଷ୍ଠ ଅରିଜିନାଲ ଗୀତ ବର୍ଗରେ ପୁରସ୍କୃତ ହୋଇଛି। ଏହି ଗୀତ ପ୍ରଥମ ଭାରତୀୟ ସଙ୍ଗୀତ ଏବଂ ‘ଆର୍‌ଆର୍‌ଆର୍‌’ ପ୍ରଥମ ଭାରତୀୟ ଫିଲ୍ମ ଭାବେ ଓସ୍କାର ଷ୍ଟେଜ୍‌ରେ ପୁରସ୍କୃତ ହୋଇଛି। ବ୍ରିଟିଶ୍‌ ସରକାରଙ୍କ କବଳରେ ଫସିଥିବା ଜଣେ ଛୋଟ ଝିଅକୁ ବଞ୍ଚାଇବାକୁ ଯାଇ ଜୁନିୟର ଏନ୍‌ଟିଆର୍‌ ଏବଂ ରାମଚରଣଙ୍କ ମଧ୍ୟରେ ବନ୍ଧୁତା ପରେ ରାମଚରଣ ବ୍ରିଟିଶ ସରକାରଙ୍କ ଚାପରେ ଆସି ସାଙ୍ଗକୁ ଧୋକା ଦେଇଥିଲେ। ପରେ ଛୋଟ ଝିଅକୁ ସାଙ୍ଗ ସହ ମିଳି ଉଦ୍ଧାର କରିଥିଲେ। ଅନ୍ୟପଟେ ନିଜ ଗ୍ରାମକୁ ବ୍ରିଟିଶ ସରକାରଙ୍କ କବଳରୁ ଉଦ୍ଧାର କରିବାକୁ ଜୁନିୟର ଏନ୍‌ଟିଆର୍‌ ତାଙ୍କ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଥିବା ସେଥିରେ ଦର୍ଶାଯାଇଛି।
ଅନ୍ୟପଟେ ଡକ୍ୟୁମେଣ୍ଟାରି ଶର୍ଟ ଫିଲ୍ମ ବର୍ଗରେ ୩୯ ମିନିଟ୍‌ର ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ‘ଏଲିଫ୍ୟାଣ୍ଟ ହୁଇସ୍‌ପରର୍ସ’ ଓସ୍କାର ବିଜୟୀ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଥିବା କାର୍ତ୍ତିକି ଗୋନସାଲଭେସ୍‌ ଏବଂ ଗୁନିତ୍‌ ମୁଙ୍ଗା ପୁରସ୍କାର ଗ୍ରହଣ କରିଥିଲେ। ଜଙ୍ଗଲରେ ଏକ ପରିତ୍ୟକ୍ତ ହାତୀ ଶାବକ ଓ ଏକ ଦମ୍ପତିଙ୍କ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ତାମିଲ ଭାଷାରେ ନିର୍ମିତ ହୋଇଥିଲା। ସେଥିରେ ଭାରତୀୟ ଜଙ୍ଗଲର ମନୋରମ ପରିବେଶ ଓ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ତେବେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ନାଟୁ ନାଟୁ ଗୀତକୁ ନେଇ ଓସ୍କାର ପୁରସ୍କାର ସମାରୋହରେ ଉତ୍ସାହ ଦେଖିବାକୁ ମିଳିଥିଲା। ଅଭିନେତା ରାମଚରଣ ଓ ଜୁନିୟର ଏନ୍‌ଟିଆର୍‌ ଦୁହେ ଭାବବିହ୍ବଳ ହୋଇ ଦୁହିଙ୍କୁ କୁଣ୍ଢାଇଥିଲେ। ପରେ ଗାୟକମାନେ ସେହି ଗୀତର ଲାଇଭ୍‌ ପରଫର୍ମାନ୍ସ କରି ଦର୍ଶକଙ୍କୁ ବିଭୋର କରିଥିଲେ। ଏଥିରେ ଦର୍ଶକ ଆନନ୍ଦିତ ହେବାସହ ଠିଆହୋଇ କରତାଳିରେ ସମ୍ବର୍ଦ୍ଧନା ଦେଇଥିଲେ। ଏହି ପୁରସ୍କାର ଘୋଷଣା ସମୟରେ ଉପସ୍ଥାପିକା ଦୀପିକା ପାଦୁକୋନ ଖୁସିରେ କାନ୍ଦି ପକାଇଥିଇଲେ। ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମିଚେଲି ୟୋହ, ଶ୍ରେଷ୍ଠ ଅଭିନେତା ଭାବେ ବ୍ରେଣ୍ଡନ ଫ୍ରାସର, ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଜାମି ଲି କର୍ଟିସ୍‌, ଶ୍ରେଷ୍ଠ ସହାୟକ ଅଭିନେତା ଭାବେ କେ ହ୍ୟୁ କ୍ୱାନ୍‌, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଡାନିଏଲ୍‌ କ୍ୱାନ ଏବଂ ଡାନିଏଲ୍‌ ସିନେରେଟ୍‌, ଶ୍ରେଷ୍ଠ ଆନିମେଟେଡ୍‌ ଫିଚର ଫିଲ୍ମ ଭାବେ ଗୁଇଲେରମୋ ଡେଲ ତୋରୋସ୍‌ ପିନୋଚିଓ, ଶ୍ରେଷ୍ଠ ସିନେମାଟୋଗ୍ରାଫି ଏବଂ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଏବଂ ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ୍‌ ଭାବେ ଅଲ୍‌ କୁଇଟ୍‌ ଅନ୍‌ ଦି ୱେଷ୍ଟର୍ନ ଫ୍ରଣ୍ଟ, ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ଫିଲ୍ମ ଭାବେ ନାଭାଲନିକୁ ପୁରସ୍କୃତ କରାଯାଇଛି। ତେବେ କଷ୍ଟମ ଡିଜାଇନର ଭାନୁ ଆଥିଆ, କମ୍ପୋଜର ଏଆର୍‌ ରେହମାନ୍‌, ଲିରିସିଷ୍ଟ ଗୁଲଜାର, ସାଉଣ୍ଡ ଇଞ୍ଜିନିୟର ରିସୁଲ ପୋକୁଟି ଏବଂ ଲିଜେଣ୍ଡାରି ଫିଲ୍ମ ମେକର ସତ୍ୟଜିତ୍‌ ରାୟ ଭାରତୀୟ ଭାବେ ପୂର୍ବରୁ ଓସ୍କାର ପୁରସ୍କାର ଜିଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri