ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪ ମୃତ
ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲା ଦାହାନୁ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏକ କାର୍ -ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ…
ଆମେରିକାରେ ତୁଷାରପାତ, ୧୦୦୦ରୁ ଅଧିକ ଉଡାଣ ବାତିଲ
ୱାଶିଂଟନ,୩୧ ।୧: ଆମେରିକାରେ ବରଫ ଝଡ଼ ଫଳରେ ବିମାନ ସେବା ଖୁବ୍ ପ୍ରଭାବିତ ହୋଇଛି । ଏଥିପାଇଁ ୧୦୦୦ରୁ ଅଧିକ ବିମାନ ଉଡାଣ ଉପରେ ଖରାପ ପ୍ରଭାବ ପଡିଛି । ଆମେରିକା ଏୟାର ଲାଇନ୍ସ ୱିଣ୍ଟର ଷ୍ଟର୍ମ ଯୋଗୁ ସୋମବାର ୩୦…
ଅସୁସ୍ଥ ଅଛନ୍ତି ଇଲିଆନା
ମୁମ୍ବାଇ: ବଲିଉଡରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଭିନେତ୍ରୀ ହସ୍ପିଟାଲରୁ ସାଲାଇନ ବେଳେ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ପ୍ରଶଂସକଙ୍କୁ ଚିନ୍ତିତ କରିଦେଇଛି। ପ୍ରଶଂସକମାନେ ତାଙ୍କର…
ଆମେରିକାରେ ପୁଣି ଗୁଳିକାଣ୍ଡ
ନ୍ୟୁୟର୍କ,୩୧।୧: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଏଠାରେ ବିଭିନ୍ନ ସହରରୁ ଏଭଳି ଘଟଣା କ୍ରମାଗତ ଘଟୁଛି। ଏଥର ଫ୍ଲୋରିଡା ସହରରେ କିଛି ଦୁର୍ବୃତ୍ତ ଚଳନ୍ତା ଗାଡିରୁ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇବାରୁ ୧୦ ଜଣ ଆହତ ହୋଇଛନ୍ତି। ଏଥିମଧ୍ୟରୁ…
ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା
ରାଉରକେଲା ଅଫିସ,୩୧।୧: ରାଉରକେଲା ସରକାରୀ ମେଡିକାଲ (ଆର୍ଜିଏଚ୍)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ୪ଶହ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ପ୍ରତିଦିନ ୫ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଉଛି। ତେବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ରୋଗୀସେବାରେ ବାଧା ସୃଷ୍ଟି ହେଉଥିବାରୁ ଜନସାଧାରଣରେ ଅସନ୍ତୋଷ…
ଟାଇଁସର ୫ ଟି ହାଇସ୍କୁଲ ନିର୍ମାଣରେ ଅନିୟମିତତା
କୁଚିଣ୍ଡା,୩୧ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଟାଇଁସର ପଞ୍ଚାୟତର ଟାଇଁସର ତ୍ରିଲୋଚନ ପଦ୍ମାବତୀ ହାଇସ୍କୁଲ ୫ଟି ଯୋଜନାରେ ଚାଲିଥିବା ରୂପାନ୍ତରିକରଣରେ ଅନିୟମିତତା ଅଭିଯୋଗ ହୋଇଛି। ଯୋଜନାର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଠିକାଦାର ଓ ଅଧିକାରୀଙ୍କ ଭିତିରି ବୁଝାମଣା ଯୋଗୁ…
ଯାଞ୍ଚରେ ବିଳମ୍ବ, ବାହାରିପାରୁନି ଚୂଡ଼ାନ୍ତ ତାଲିକା
ସମ୍ବଲପୁର,୩୧ା୧୧(ବ୍ୟୁରୋ): ଦୀର୍ଘ ୫ବର୍ଷ ମିଆଦି ସରିବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ ଜିଲାର ପ୍ରାୟ ୨ହଜାର ଅଯୋଗ୍ୟ ହିତଧିକାରୀଙ୍କ ନାମ ରହିଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ପାଇଁ ଗଠନ ହୋଇଥିବା ଟିମ୍…
ମୂଳ ଡାକ୍ତର ପଦର ୫୩ ଭାଗ ଖାଲି
ସୋନପୁର,୩୧।୧(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଥିବା ବେଳେ ସୁବର୍ଣ୍ଣପୁର ଜିଲାରେ ଏବେ ଡାକ୍ତର ସଙ୍କଟ ଦେଖାଦେଇଛି। ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟରୁ ଡାକ୍ତର ବାହାରୁଥିଲେ ମଧ୍ୟ ପଦ ପୂରଣ ହୋଇ ପାରୁନାହିଁ। ମଞ୍ଜୁରୀପ୍ରାପ୍ତ ମୂଳପଦବୀରୁ…
ଆବୁ-ଧାବି-ମୁମ୍ବାଇ ଫ୍ଲାଇଟରେ ହାଇଡ୍ରାମା
ମୁମ୍ବାଇ/ଆବୁଧାବି,୩୧ ।୧: ବିମାନରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଛି । ଏଥର ଏୟାର ଭିସ୍ତାରାର ଆବୁ-ଧାବିରୁ ମୁମ୍ବାଇ ଆସୁଥିବା ଏକ ଫ୍ଲାଇଟରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ଇଟାଲୀର ଜଣେ ମହିଳା ପ୍ରଥମେ ଫ୍ଲାଇଟର କ୍ର୍ୟୁ…
ବ୍ରିଜ୍ ତଳକୁ ଖସିଲା ଅଟୋ, ୧୦ ଛାତ୍ରୀଛାତ୍ର ଆହତ
ମୁରିବାହାଲ, ୩୧ା୧(ଡ଼ି. ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ସ୍କୁଲ ଯାଉଥଇବା ଏକ ଅଟୋ ସୋମବାର ଗୁଡିଘାଟ ନିକଟରେ ଥିବା ଏକ ବ୍ରିଜ ତଳକୁ ଭାରସାମ୍ୟ ହରାଇ ଖସି ପଡିଥିଲା। ଫଳରେ ଏଥିରେ ଥିବା ୧୦ଛାତ୍ରୀଛାତ୍ର ଗୁରୁତର…
ପୁଣି ଗ୍ରାମସଭା ବର୍ଜନ କଲେ ୩୧୭ ସରପଞ୍ଚ
ବଲାଙ୍ଗୀର ଅଫିସ, ୩୧ା୧: ଗତ ୨୬ ତାରିଖରେ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ କରିବା ପରେ ସୋମବାର ପୁଣି ଥରେ ବଲାଙ୍ଗୀର ଜିଲାର ୩୧୭ ସରପଞ୍ଚ ଆବାସ ଯୋଜନା ପାଇଁ ଆୟୋଜିତ ହେବାକୁ ଥିବା ଗ୍ରାମସଭା ବର୍ଜନ କରିଛନ୍ତି। ଫଳରେ ପ୍ରଧାନମନ୍ତ୍ରୀ ଆବାସ…
ଥରିଲା ଆଣ୍ଡାମାନ
ପୋର୍ଟ ବ୍ଲେୟାର୍,୩୧।୧: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଆଣ୍ଡାମାନ ସାଗର ନିକଟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୋର ପ୍ରାୟ ୩.୪୦ ସମୟରେ ଏହି…
Archives


