ସ୍ଲୁଇସ୍‌ଗେଟ୍‌ ଆବଶ୍ୟକ: ଚାଲିଛି ସଫେଇ କାର୍ଯ୍ୟ

ନାଉଗାଁ ,୮ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଓଷକଣା ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳାନଦୀ ବାହାରିଛି। ଏହା ଗାରୋଇସ୍ଥିତ ଦେବୀନଦୀରେ ମିଶିଛି। ଚଳିତ ବର୍ଷ ଜଳସେଚନ ବିଭାଗ ତରଫରୁ ଗୋଳାନଦୀର ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ଏହି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୨୦୨୧ରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନାଉଗାଁ ବ୍ଲକ ଗସ୍ତରେ ଆସିଥିବା ସମୟରେ ଉକ୍ତ ନଦୀରେ ଏକ ସ୍ଲ୍ଳୁଇସ୍‌ଗେଟ ନିର୍ମାଣ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ ପ୍ରସ୍ତବା ରଖିଥିଲେ। କିନ୍ତୁ ସ୍ଲୁଇସ୍‌୍‌ଗେଟ ପରିବର୍ତ୍ତେ ବିଭାଗ ପକ୍ଷରୁ ସଫେଇ କାର୍ଯ୍ୟ କରାଯାଉଛି। ବିଭାଗର ନିୟମାନୁସାରେ ନଦୀ ସଫେଇରେ ଶତକଡ଼ା ୬୦ ଭାଗ ମାଟି କାର୍ଯ୍ୟ ରହିଥିବା ବେଳେ ଶତକଡା ୪୦ ଭାଗ ଷ୍ଟ୍ରକ୍‌ଚର କାର୍ଯ୍ୟ ରହିବା କଥା। କିନ୍ତୁ ଉକ୍ତ ନଦୀରେ ସଫେଇ ବ୍ୟତୀତ ଅନ୍ୟ କିଛି ନିର୍ମାଣ କାର୍ଯ୍ୟ ହେଉନାହିଁ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଅଙ୍ଗେଶ୍ୱରପଡାଠାରୁ ଗାରୋଇ ପର୍ଯ୍ୟନ୍ତ ଉକ୍ତ ନଦୀର ଦୈର୍ଘ୍ୟ ୩ରୁ ୪ କି.ମି. ମଧ୍ୟରେ ହେବ। କିନ୍ତୁ ବିଭାଗ ପକ୍ଷରୁ ଏହା ୬ କି.ମି. ଦୈର୍ଘ ବୋଲି ଦର୍ଶାଯାଇଛି। ଉକ୍ତ ନଦୀର ତଳ ଭାଗରେ ଦେବୀନଦୀ ରହିଛି। ସେଥିରେ ଆବଶ୍ୟକ ସମୟରେ ଜଳ ରହୁ ନ ଥିବା ବେଳେ ଏହା ଦେବୀନଦୀକୁ ନିଷ୍କାସିତ ହୋଇଥାଏ। ସ୍ଲୁଇସ୍‌ଗେଟ ନିର୍ମାଣ ଫଳରେ ଏହି ନଦୀରେ ଜଳ ସଂରକ୍ଷିତ ରହିବା ସହ ଆବଶ୍ୟକ ସମୟରେ ଚାଷୀମାନେ ଏହି ଜଳକୁ ଚାଷ କାର୍ଯ୍ୟରେ ଲଗାଇ ପାରିବେ। କିନ୍ତୁ ସଫେଇ କରାଯିବା ଫଳରେ ନଦୀରେ ଜଳ ରହିବ ନାହିଁ କି ଆବଶ୍ୟକ ସମୟରେ ଚାଷୀଙ୍କ କାର୍ଯ୍ୟରେ ଲାଗିବ ନାହିଁ ବୋଲି ଓଷକଣା ପଞ୍ଚାୟତର କ୍ଷେତ୍ରମୋହନ ବିଶ୍ୱାଳ, ନଟବର ପରିଡ଼ା, ପରେଶ ସ୍ବାଇଁ ପ୍ରମୁଖ ମତବ୍ୟକ୍ତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନଦୀ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନାହିଁ। ଠିକାଦାର ମନମୁଖି ଭାବେ ସଫେଇ କାର୍ଯ୍ୟ କରୁଥିବା ଜଣାଯାଇଛି। ବର୍ତ୍ତମାନ ସଫେଇ କାର୍ଯ୍ୟ ଚାଲୁ ରହିଥିବାବେଳେ ନଦୀରେ ପାଣି ରହିଛି। ନିଯୁକ୍ତ ଠିକାଦାର ନଦୀର ଉଭୟ ପାର୍ଶ୍ୱରୁ ପଙ୍କ ଉଠାଇ ଏହା ନିକଟରେ ପକାଉଛି। ଅସରାଏ ବର୍ଷା ହେଲେ ପୁନର୍ବାର ଉକ୍ତ ପଙ୍କ ନଦୀରେ ପଶିବାର ଆଶଙ୍କା ରହିଛି। ଏହି ନଦୀ ଦେଇ ଓଷକଣା, ଅଙ୍ଗେଶ୍ୱରପଡା, ଭଟଣା, ନୟାସିଙ୍ଗଡା ପ୍ରମୁଖ ଚାଷୀଙ୍କ ଜମିରେ ଜଳ ନିଷ୍କାସନ ହୋଇଥାଏ। ଖରାଦିନେ ପ୍ରାୟତଃ ନଦୀରେ ବେଶି ଜଳ ରହି ନ ଥାଏ। ସଫେଇ ଅପେକ୍ଷା ଉକ୍ତ ନଦୀରେ ସ୍ଲୁଇସ୍‌୍‌ଗେଟ ନିର୍ମାଣ କରାଗଲେ ଆବଶ୍ୟକ ପରିମାଣରେ ଜଳ ସଂରକ୍ଷିତ ହୋଇ ରହିପାରିବ ବୋଲି ସ୍ଥାନୀୟ ଚାଷୀ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜଳ ନିକାସ ବିଭାଗର ସହକାରୀ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତ କହିଛନ୍ତି, ବର୍ତ୍ତମାନ ଉକ୍ତ ନଦୀର ସଫେଇ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ୧ କୋଟି ୮୮ ଲକ୍ଷ ୮୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। କାର୍ଯ୍ୟ କରୁଥିବା ଠିକାଦାର ଅଳ୍ପ ଦିନ ହେବ କାର୍ଯ୍ୟ ଆରମ୍ଭ କରିଛି। ସେଠାରେ ସୂଚନା ଫଳକ ଲଗାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?