ସାମ୍‌ସଙ୍ଗ୍‌ର କ୍ୟୁଏଲ୍‌ଇଡି ଟିଭିର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଟେଲିଭିଜନ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ୨୦୨୩ ନିଓ କ୍ୟୁଏଲ୍‌ଇଡି ଟିଭି ସିରିଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୫୦ ଇଞ୍ଚରୁ ୯୮ ଇଞ୍ଚ ସାଇଜ ବର୍ଗରେ ସାମ୍‌ସଙ୍ଗ୍‌ ଅଲ୍‌ଟ୍ରା ପ୍ରିମିୟମ ୨୦୨୩ ନିଓ କ୍ୟୁଏଲ୍‌ଇଡି ୮କେ ଟିଭି ଏବଂ ନିଓ କ୍ୟୁଏଲ୍‌ଇଡି ୪କେ ଟିଭିର ବଜାର ପ୍ରବେଶ ମଧ୍ୟ କରାଯାଇଛିା ଏ ସମ୍ପର୍କରେ ସାମ୍‌ସଙ୍ଗ୍‌ ସାଉଥୱେଷ୍ଟ ଏସିଆର ଅଧ୍ୟକ୍ଷ ଓ ସିଇଓ ଜେ.ବି. ପାର୍କ କହିଛନ୍ତି, ୨୦୨୩ରେ ଆମେ ଉପଭୋକ୍ତାଙ୍କୁ କେବଳ ପ୍ରିମିୟମ ପିକ୍ଚର କ୍ୱାଲିଟି ନୁହେଁ ବରଂ ସେମାନେ ନିଜର କନେକ୍ଟେଡ୍‌ ଘର ପାଇଁ ଆବଶ୍ୟକ କରୁଥିବା ପ୍ରିମିୟମ ଡିଜାଇନ ଯୋଗାଇଦେବୁ। ସେହିଭଳି ଗ୍ରାହକଙ୍କୁ ଏକ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ଉଦ୍ଭାବନ ପ୍ରତିବନ୍ଧକଗୁଡିକୁ ମଧ୍ୟ ହଟାଇଛୁ। ଏପରିକି ଆମର ନୂଆ ନିଓ କ୍ୟୁଏଲ୍‌ଇଡି ଟିଭିଗୁଡିକ ପୂର୍ବାପେକ୍ଷା ଅଧିକ ଉତ୍କୃଷ୍ଟ ରହିଛି। ବିଶେଷକରି ଏକ ବିଶାଳ ସ୍କ୍ରିନ୍‌, ୮କେ ରିଜୋଲ୍ୟୁଶନ, ପରବର୍ତ୍ତୀ ସ୍ତରର ଫଟୋ ଓ ସାଉଣ୍ଡ କ୍ୱାଲିଟି ସହିତ ଆମେ ନିଶ୍ଚିତ ଯେ, ନିଓ କ୍ୟୁଏଲ୍‌ଇଡି ଟିଭିଗୁଡିକ ଭାରତରେ ପ୍ରିମିୟମ ଟିଭି ବଜାରରେ ଆମର ନେତୃତ୍ୱକୁ ଅଧିକ ସୁଦୃଢ଼ କରିବ। ଏହି ଟିଭିଗୁଡ଼ିକ ସମସ୍ତ ସାମ୍‌ସଙ୍ଗ୍‌ ରିଟେଲ ଷ୍ଟୋର, ପ୍ରମୁଖ ଉପଭୋକ୍ତା ଇଲେକ୍ଟ୍ରୋନିକ ଷ୍ଟୋର ଏବଂ ସମସ୍ତ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ସମେତ ସାମ୍‌ସଙ୍ଗ୍‌ ଶପ୍‌ରେ ଉପଲବ୍ଧ । ମେ’ ୨୫ ତାରିଖ ୨୦୨୩ ସୁଦ୍ଧା ନିଓ କ୍ୟୁଏଲ୍‌ଇଡି ଟିଭି କ୍ରୟ କରୁଥିବା ଗ୍ରାହକମାନେ ବଛାବଛା ନିଓ କ୍ୟୁଏଲ୍‌ଇଡି ୮କେ ଟିଭି ସହିତ ୯୯,୯୯୦ ଟଙ୍କା ମୂଲ୍ୟର ଏକ ମାଗଣା ସାମ୍‌ସଙ୍ଗ୍‌ ସାଉଣ୍ଡବାର୍‌ ଏଚ୍‌ଡବ୍ଲ୍ୟୁ-କ୍ୟୁ୯୯୦ ଏବଂ ନିଓ କ୍ୟୁଏଲ୍‌ଇଡି ୪କେ ଟିଭି ସହିତ ୪୪,୯୯୦ଟଙ୍କା ମୂଲ୍ୟର ସାମ୍‌ସଙ୍ଗ୍‌ ସାଉଣ୍ଡବାର୍‌ ଏଚ୍‌ଡବ୍ଲ୍ୟୁ- କ୍ୟୁ୮୦୦ ମାଗଣାରେ ପାଇପାରିବେ । ଉଲ୍ଲେଖଯୋଗ୍ୟ, ନିଓ କ୍ୟୁଏଲ୍‌ଇଡି ୮କେ ଟିଭିର ମୂଲ୍ୟ ୩,୧୪,୯୯୦ଟଙ୍କାରୁ ଆରମ୍ଭ ହେଉଥିବାବେଳେ ନିଓ କ୍ୟୁଏଲ୍‌ଇଡି ୪କେ ଟିଭିର ମୂଲ୍ୟ ୧,୪୧,୯୯୦ଟଙ୍କାରୁ ଆରମ୍ଭ ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ପିଇଓ ସଙ୍ଘର କର୍ମକର୍ତ୍ତା ଚୟନ, ଦାୟିତ୍ୱ ନେଲେ ପଦାଧିକାରୀ

କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri