ଡ୍ରେନେଜ୍‌ ସମସ୍ୟା ଦୂର କରିବ ଅଳକା ଖନନ

ଜଗତ୍‌ସିଂହପୁର ଅଫିସ,୮ା୫: ଦିନ ଥିଲା ଅଳକା ସୁଗଭୀର ଥିଲା। ଏଥିରେ ଜାହାଜ ଯାତାୟାତ କରିପାରୁଥିଲା। ତେଣୁ ତତ୍କାଳୀନ ହରିହରପୁର ତଥା ବର୍ତ୍ତମାନର ଜଗତ୍‌ସିଂହପୁରରେ ଇଂରେଜମାନେ ବ୍ୟବସାୟ କେନ୍ଦ୍ର ଅର୍ଥାତ୍‌ ବାଣିଜ୍ୟ କୋଠି କରିବାକୁ ସକ୍ଷମ ହୋଇଥିଲେ। ସମୟ ଚକ୍ରରେ ଅଳକା ସ୍ଥିତି ହଜାଇବାକୁ ବସିଛି। ମୃତପ୍ରାୟ ଏହି ନଦୀ ଖନନ ପାଇଁ ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବୋରିକିନା ନିକଟ ଅଶିଲୋଠାରୁ ବୀରବରପାଟଣା ପର୍ଯ୍ୟନ୍ତ ୫୨.୩୯ କିଲୋମିଟର ଦୌର୍ଘ୍ୟବିଶିଷ୍ଟ ଏହି ମୃତନଦୀକୁ ୩ ଭାଗରେ ବିଭକ୍ତ କରାଯାଇଛି । ଏଥିମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ ପାଇଁ ଟିଏସି (ଟେକ୍ନିକାଲ ଆଡଭାଇଜରି କମିଟି) ଓ ପ୍ରଶାସନିକ ଅନୁମୋଦନ ପରେ ଟେଣ୍ଡର କାମ ସରିଛି। ଏଥିମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ଭାଗ କାମ ଚାଲିଥିବାବେଳେ ନୂଆକରି ତୃତୀୟ ଭାଗ କାମ ମଧ୍ୟ ଆରମ୍ଭ ହୋଇଛି। ଅଳକା ଖନନ ସଫଳ ହେଲେ ଜିଲାରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ଜଳ ନିଷ୍କାସନ ସମସ୍ୟା ଦୂର ହୋଇପାରିବ। ଅନ୍ୟପଟେ ଅଳକା ପୁନରୁଦ୍ଧାର ପରେ ସେଥିରେ ମତ୍ସ୍ୟ ଚାଷ କରାଯିବ ବୋଲି ପୂର୍ବରୁ ରାଜ୍ୟ ସରକାର ଯୋଜନା କରିଥିଲେ ସୁଦ୍ଧା ଏହା କେବେ ବାସ୍ତର ରୂପ ନେଉଛି ତାହା ସମୟ କହିବ। ଅଳକା ଉପରେ ଜମି ମାଫିଆଙ୍କ ଲୋଲୁପଦୃଷ୍ଟି କାରଣରୁ ଆଜି ତା’ର ସ୍ବରୂପ ବଦଳିଯାଇଛି। ଅନେକ ଏହି ଜମିକୁ ଅସାଧୁ ରାଜସ୍ବ କର୍ମଚାରୀଙ୍କ ସହଯୋଗରେ ନିଜ ନାଁରେ କରିସାରିଛନ୍ତି। ଏହାର ଓସାର ସବୁସ୍ଥାନରେ ସମାନ ନାହିଁ। କିଛି ସ୍ଥାନରେ ନଦୀ ଶଯ୍ୟା ପୋତିହୋଇ ଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଏହାଦ୍ୱାରା ବର୍ଷାଦିନେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଚାଷ ବିଶେଷ ଭାବରେ ପ୍ରଭାବିତ ହେଉଛି । ଏହାର ସମାଧାନ ପାଇଁ ରାଜ୍ୟ ସରକାର ୨୦୧୬ ମସିହାରେ ଚିନ୍ତା କରିଥିଲେ । ଜଳ ନିଷ୍କାସନ ସହ ବିଶେଷକରି ମୃତ ନଦୀ ଗର୍ଭରେ ମତ୍ସ୍ୟ ଚାଷ ପାଇଁ ଏହି ବର୍ଷ ଜିଲା ମତ୍ସ୍ୟ ବିଭାଗ ପକ୍ଷରୁ ଡିପିଆର୍‌ (ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ କରାଯାଇଥିଲା । ୨୦୧୮ ଫେବୃୟାରୀରେ କେନ୍ଦ୍ରୀୟ ଆନ୍ତଃସ୍ଥଳୀୟ ମତ୍ସ୍ୟ ଗବେଷଣା ସଂସ୍ଥା (ସିଆଇଏଫ୍‌ଆର୍‌ଆଇ) ପକ୍ଷରୁ ଏକ ଟିମ୍‌ ୪ ଦିନିଆ ଜଗତ୍‌ସିଂହପୁର ଗସ୍ତ କରି ଅନୁଧ୍ୟାନ କରିବା ସହ ଅନୁକୂଳ ମତ ଦେଇଥିଲେ। ସେତେବେଳେ ମୃତ ଅଳକାର ବିରିଡ଼ି, ଜଗତ୍‌ସିଂହପୁର ଓ ନାଉଗାଁ ବ୍ଲକ ଅଞ୍ଚଳରେ ସର୍ବେକ୍ଷଣ କରାଯାଇଥିଲା । ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ପାଖାପାଖି ୧୫୦ ହେକ୍ଟର ନଦୀ ଶଯ୍ୟାରେ ମାଛ ଚାଷ ସମ୍ଭବ। ଏହାଦ୍ୱାରା ବାର୍ଷିକ ପାଖାପାଖି ୭ କୋଟିରୁ ଅଧିକ ଟଙ୍କାର ଅର୍ଥାତ୍‌ ୬୦୦ ଟନ୍‌ ମତ୍ସ୍ୟ ଉତ୍ପାଦନ ହୋଇପାରିବ। ଶତାଧିକ ବେକାର ଯୁବକ ଆତ୍ମ ନିର୍ଭରଶୀଳ ହୋଇପାରିବେ। ସ୍ବୟଂ ସହାୟକ ଗୋଷ୍ଠୀ, ପିଏସ୍‌ସିଏସ୍‌ ଓ ଉଦ୍ୟୋଗୀମାନେ ଉପକୃତ ହୋଇପାରିବେ । ଜିଲା ପାଇଁ ଆବଶ୍ୟକ ମାଛ ପରିମାଣ କମିଯିବ। ଆଗକୁ ସରକାର ଅଧିକ ପରିମାଣ ଜମି ହାତକୁ ନେଇ ଜିଲା ବିକାଶରେ ସହାୟକ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଯୋଜନା ଅଧାରେ ଅଟକିଛି। ତେବେ ଅଳକା ଖନନ ନେଇ ଜିଲା ପ୍ରାଶାସନ ଓ ଜଗତ୍‌ସିଂହପୁର ଡ୍ରେନେଜ୍‌ ଡିଭିଜନ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଅଳକା ବାଲିକୁଦା ବ୍ଲକ ଅଞ୍ଚଳର ଅଶିଲୋ ଗ୍ରାମ ନିକଟରେ ସମୁଦ୍ରରେ ମିଶିଛି। ଏହି ସ୍ଥାନରୁ ୧୫ କିଲୋମିଟର ଉପର ମୁଣ୍ଡ ପର୍ଯ୍ୟନ୍ତ ଖନନ ନେଇ ପାଖାପାଖି ୪ କୋଟି, ୧୫ରୁ ୩୨ କିଲୋମିଟର ଅର୍ଥାତ୍‌ ପାଖାପାଖି ଓଡ଼ିଶୋ ପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଓ ୩୨ରୁ ୫୨.୩୯ କିଲୋମିଟର ଅର୍ଥାତ୍‌ ବୀରବରପାଟଣା ପର୍ଯ୍ୟନ୍ତ ତୃତୀୟ ଭାଗ କାମ ପାଇଁ ୨.୮୫ କୋଟି ଟଙ୍କା ବ୍ୟୟ ବ୍ୟବସ୍ଥା କରାଯାଇଛି। କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । କିନ୍ତୁ ଅନେକ ସ୍ଥାନରେ ଜବରଦଖଲ ସମସ୍ୟା ସୃଷ୍ଟି କରୁଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଡ୍ରେନେଜ୍‌ ଅଧିକ୍ଷଣ ଯନ୍ତ୍ରୀ ହରେକୃଷ୍ଣ ବେହେରା କହିଛନ୍ତି ଏଥିମଧ୍ୟରେ ତଳ ମୁଣ୍ଡରୁ ଅନେକ କାମ ସରିଥିବାବେଳେ ବର୍ଷାଦିନ ପୂର୍ବରୁ ଅବଶିଷ୍ଟ ସାରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତା’ ଭିତରେ ନ ସରିଲେ ବର୍ଷାଦିନ ପରେ ଅର୍ଥାତ୍‌ ମାର୍ଚ୍ଚ/ଏପ୍ରିଲରୁ ଖନନ କାମ ଆରମ୍ଭ ହୋଇ ଯଥାଶୀଘ୍ର ସରିବ। ଯେଉଁସବୁ ସ୍ଥାନରେ ଜବରଦଖଲ ଅଛି ସେଗୁଡିକୁ ମୁକ୍ତ କରିବା ପାଇଁ ତହସିଲଦାରମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିବା ବେହେରା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?