ଅଭାବ ଅନଟନରେ ବିଡ଼ି ଶ୍ରମିକ

ନୟାଗଡ଼ ଅଫିସ,୮ା୫: ନୟାଗଡ଼ ଜିଲାର ବିଡ଼ି ଶ୍ରମିକମାନେ ଆର୍ଥିକ ଅନଟନରେ ଛନ୍ଦି ହୋଇ ଦୁଃଖଦ ଜୀବନଯାପନ କରୁଛନ୍ତି। ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ଶ୍ରମ ଆଇନରେ ପରିବର୍ତ୍ତନ ପରେ ଜନକଲ୍ୟାଣ ପାଣ୍ଠିର ସହାୟତା ରାଶି ୭ ବର୍ଷ ହେଲା ବନ୍ଦ ହୋଇଯାଇଛି। ଯାହାକି ବିଡି ଶ୍ରମିକଙ୍କ ଦୁଃଖ ବଢ଼ାଇ ଚାଲିଛି। ଆର୍ଥିକ ଅନଟନରେ ରହିଥିବା ବିଡି ଶ୍ରମିକଙ୍କୁ ସହାୟତା ରାଶି ଯୋଗାଇବାକୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଶୁଣୁନାହାନ୍ତି। ବିଡି ମୋଡ଼ାରେ ସ୍ବଳ୍ପ ପାରିଶ୍ରମିକ ମିଳୁଥିଲେ ହେଁ ନିଜର ବେଉସାକୁ ଛାଡି ପାରୁନାହାନ୍ତି। ନୟାଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ବିଡି ଶ୍ରମିକ ରହିଥିଲେ ହେଁ ଖଣ୍ଡପଡ଼ା ବ୍ଲକର ୨୨ପଞ୍ଚାୟତ ଅଞ୍ଚଳରେ ଅଧିକାଂଶ ଏହି ଶ୍ରମିକଙ୍କୁ ଦେଖିବାକୁ ମିଳେ। ଏହି ବ୍ଲକର ସିଦ୍ଧାମୂଳା, ବାଣପୁର, ସିଂଘାପଡ଼ା, ବୋଦସା, ଖଳିସାହି, ବେଣାଗାଡିଆ, ହରିଚନ୍ଦନପୁର, ଚାଉପଲ୍ଲୀ, ମର୍ଦ୍ଦରାଜପୁର, ଗିରିଡ଼ିପାଟଣା, ବରକୋଳି, ଢୋଲମରା, କିଆଝର ଅଞ୍ଚଳର ବିଡ଼ି ଶ୍ରମିକମାନଙ୍କୁ ଦେଖିଲେ ସେମାନେ କିପରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବି ଏହି କାମ ଛାଡ଼ି ପାରୁ ନ ଥିବା ଦେଖିବାକୁ ମିଳୁଛି। ବିଡ଼ିରେ ବ୍ୟବହୃତ ରାସାୟନିକ ଦ୍ରବ୍ୟର ପ୍ରଭାବ ଦ୍ୱାରା କ୍ରମାଗତ କାଶ, ଯକ୍ଷ୍ମା, ଜ୍ୱର, ଶ୍ୱାସ ଆଦି ସମସ୍ୟା ଦେଖାଯାଉଥିଲେ ମଧ୍ୟ ଶ୍ରମିକଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ସେହିପରି ଅଣସଙ୍ଗଠିତ ହୋଇଥିବାରୁ ଶ୍ରମିକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସରକାରୀ ଯୋଜନା ସେମାନଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ବିଡ଼ି ଶ୍ରମିକଙ୍କ ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ହେଁ ଆବଶ୍ୟକ ମୁତାବକ ଚିକିତ୍ସା ସୁବିଧା ମିଳିପାରୁନାହିଁ ବୋଲି ଅଭିଯୋଗ ହେଉଛି।
ଏ ନେଇ ମର୍ଦ୍ଦରାଜପୁର ଗୀତାଞ୍ଜଳି ରାଉତ, ପ୍ରଭାତୀ ବେହେରା, ସୁଷମା ବେହେରା କୁହନ୍ତି, ୧ ହଜାର ବିଡ଼ି ମୋଡିବା ପାଇଁ ଜଣେ କାରିଗରଙ୍କୁ ଦେଢ଼ରୁ ୨ଦିନ ଲାଗେ। ଆଉ ୧ ହଜାର ବିଡ଼ି ମୋଡିଲେ ୧୦୦ ଟଙ୍କା ମିଳିଥାଏ। ସ୍ବଳ୍ପ ଟଙ୍କା ମିଳୁଥିଲେ ହେଁ ବେଉସାକୁ ଛାଡ଼ି ହେଉନି। କାରଣ ଘରେ ବସି କିଛି ରୋଜଗାର କରି ହେଉଛି। ଅନ୍ୟ ଧନ୍ଦାରେ ଘରେ ବସି ଟଙ୍କା ରୋଜଗାର କରି ହେଉଥିଲେ ହେଁ ସମ୍ପୃକ୍ତ କାର୍ଯ୍ୟ ସହଜ ହେଉନାହିଁ। ତେବେ ସରକାରୀ ସହାୟତା କିଛି ମିଳୁନି। ଏହି କାର୍ଯ୍ୟରେ ବେଶି ମହିଳା ସାମିଲ ହୋଇଥାନ୍ତି। ମହିଳା ଘର କାମ କରି ଅବସର ସମୟରେ ବିଡ଼ି ମୋଡ଼ି ରୋଜଗାର କରୁଥିବାରୁ ବେଉସାକୁ ଛାଡ଼ି ପାରୁନାହାନ୍ତି । ଚାଉପଲ୍ଲୀର ସୁଦାମ ପ୍ରଧାନ କୁହନ୍ତି, ଆଗ ଭଳି ଆଉ ବିଡ଼ି ମୋଡ଼ା ହେଉନାହିଁ। ବିଡି ଶ୍ରମିକଙ୍କ ସଂଖ୍ୟା କମି ନ ଥିଲେ ହେଁ ମହିଳାମାନେ ଏଥିରେ ରୋଜଗାର କରି ପାରୁଛନ୍ତି। ଯଦିଓ ବିଡ଼ି ମୋଡାରେ ସ୍ବଳ୍ପ ପାରିଶ୍ରମିକ ମିଳୁଛି ତେବେ ମୂଲ୍ୟ ବଢ଼ାଇଲେ କିଛି ଅସୁବିଧା ହେବନି। ବର୍ତ୍ତମାନର ମହଙ୍ଗା ବଜାରରେ ବିଡ଼ି ଶ୍ରମିକଙ୍କ ପରିବାର ଦୋକାନ ବଜାରରୁ ସଉଦା କିଣିବାରେ ସକ୍ଷମ ହୋଇପାରୁନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଆମମାନଙ୍କର ଦୁଃଖ ବୁଝିବା ଦରକାର ବୋଲି କହିଛନ୍ତି। ଗିରିଡ଼ିପାଟଣାର ବିପିନ ବେହେରା କୁହନ୍ତି, କେନ୍ଦ୍ରୀୟ ଶ୍ରମ ଆଇନ ଦ୍ୱାରା ପଞ୍ଜୀକୃତ ବିଡ଼ି ଶ୍ରମିକ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ପାଣ୍ଠିରୁ ମୃତ୍ୟୁକାଳୀନ, ଶିକ୍ଷା, ଗୃହ ଓ ଝିଅ ବିବାହ ପାଇଁ ସହାୟତା ରାଶି ପାଉଥିଲେ। ତେବେ କେନ୍ଦ୍ର ସରକାର ଶ୍ରମ ଆଇନରେ ପରିବର୍ତ୍ତନ ଆଣିବା ପରେ ୨୦୧୬ ପରଠାରୁ ଆଉ ଜନକଲ୍ୟାଣ ପାଣ୍ଠିରୁ ସହାୟତା ରାଶି ବିଡ଼ି ଶ୍ରମିକ ପାଉନାହାନ୍ତି। ସ୍ବଳ୍ପ ଟଙ୍କାରେ ଘର ଚଳାଇବା କାଠିକର ପାଠ ହେଉଛି। ଶ୍ରମ ଆଇନ ପରିବର୍ତ୍ତନ ପରେ ଜନକଲ୍ୟାଣ ପାଣ୍ଠି ପରି ଅନୁରୂପ ପାଣ୍ଠିର ବ୍ୟବସ୍ଥା କରି ବିଡ଼ି ଶ୍ରମିକଙ୍କୁ ସହାୟତା ରାଶି ଯୋଗାଇବାର ବ୍ୟବସ୍ଥା କରାଯିବା ଦରକାର। ମର୍ଦ୍ଦରାଜପୁରର ପ୍ରଦୀପ ପ୍ରଧାନ କୁହନ୍ତି, ବିଡ଼ି ଶ୍ରମିକଙ୍କ ପାଇଁ ଖଳିସାହିରେ ଏକ ସ୍ବାସ୍ଥ୍ୟକେନ୍ଦ୍ର ଅଛି। ସ୍ବାସ୍ଥ୍ୟକେନ୍ଦ୍ର ମନଇଚ୍ଛା ଖୋଲେ। ଡାକ୍ତରଙ୍କୁ ବି ଦେଖିବାକୁ ମିଳେନା। ରୋଗୀମାନେ ଔଷଧ ପାଉ ନ ଥିବା ଅଭିଯୋଗ କଲେ ସୁଫଳ ମିଳୁନି। ସରକାର ମଧ୍ୟ ସେମାନଙ୍କ ସ୍ବାସ୍ଥ୍ୟଗତ ଦିଗକୁ ଅନୁଧ୍ୟାନ କରୁନାହାନ୍ତି। ପୁଣି ବିଡ଼ି ମୋଡ଼ାର ପାରିଶ୍ରମିକ ମଧ୍ୟ ବଢ଼ାଉ ନାହାନ୍ତି କହି କ୍ଷୋଭ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ ବର୍ଷା

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି।

ସକାଳୁ ନିଆଁବର୍ଷା! ୩୫ ଛୁଇଁଲାଣି ପାରା

ଭୁବନେଶ୍ୱର,୨୦।୪: ଆଜି ବି କଲବଲ କରିବ ତାତି । ସକାଳୁ ଛୁଇଁଲାଣି ୩୫ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା...

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ବଡ଼ଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେହିପରି ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରାପଡ଼ାରୁ ଗଣେଶ୍ବର ବେହେରା,...

ରାଜନୀତିରେ ରାଜାରାଣୀ, ଜୋରଦାର ହେବ ଲଢେଇ

ଭୁବନେଶ୍ୱର,୨୦।୪: ୨୦୨୪ ନିର୍ବାଚନରେ ଓଡିଶା ଦେଖିବାକୁ ଯାଉଛି ଭିନ୍ନ ଧରଣର ଲଢେଇ। କାରଣ ଏଥର ରାଜ୍ୟ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ରାଜ ପରିବାର। ମଇଦାନରେ ଜନତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri