୬୫ କେଜି କୁଟୁରା ମାଂସ ଜବତ, ଜଣେ ଗିରଫ
ଓଡ଼ଗାଁ,୩ା୨(ସ୍ବ.ପ୍ର.): ଓଡ଼ଗାଁ ବନାଞ୍ଚଳ ଅଧିନସ୍ଥ ରଙ୍ଗଣୀପାଟଣା ଛକରୁ ବନ ବିଭାଗ ୬୫ କେଜି ଜଙ୍ଗଲୀ ମାଂସ ସହିତ ଏକ ଗାଡ଼ି ଜବତ ହୋଇଛି। ଏହା ସହିତ କୋମଣ୍ଡ ପଞ୍ଚାୟତ ବାଦଭୂମି ଗ୍ରାମର ବିଦେଶୀ ନାୟକ (୨୮)ଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ସକାଳେ…
ପୁଣି ସନ୍ଦେହ ଘେରରେ ଚାଇନା: ଆମେରିକା ଆକାଶରେ ଚାଇନାର ଗୁଇନ୍ଦା ବେଲୁନ
ଓ୍ବାଶିଂଟନ୍,୩।୨: ଆମେରିକାର ଆକାଶରେ ଚାଇନାର ଗୁଇନ୍ଦା ବେଲୁନ ଦେଖାଦେଇଛି। ଆମେରିକାର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଅଞ୍ଚଳର ତଥ୍ୟ ହାସଲ କରିବା ପାଇଁ ଚାଇନା ଏହି ଗୁଇନ୍ଦା ବେଲୁନ ପଠାଇଥିବା କୁହାଯାଉଛି। ପେଣ୍ଟାଗନ ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ ପ୍ୟାଟ ରାଇଡର୍ କହିଛନ୍ତି, ଆମେରିକା…
ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ୪
ଭୁବନେଶ୍ୱର,୩।୨: (କ୍ରୀଡ଼ା ପ୍ରତିନିଧି)ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ହାଇଦ୍ରାବାଦଠାରେ ଚଳିତ ମାସ ୧୨ରୁ ୨୧ ପର୍ଯ୍ୟନ୍ତ ସିନିୟର ମହିଳା ଆନ୍ତଃଜୋନ ଏକଦିବସୀୟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବାଞ୍ଚଳ ଚୟନ କମିଟି ବୈଠକ ଗୁରୁବାର ରାଞ୍ଚତ୍ଠାରେ ଅନୁଷ୍ଠିତ ହୋଇଥିଲା।…
କାନୋଇଂ, କାୟାକିଂରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ
ଭୁବନେଶ୍ୱର,୩ା୨(ସ୍ପୋଟର୍ସବ୍ୟୁରୋ): ମଧ୍ୟପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୨ରେ ପ୍ରଥମ କରି କାୟାକିଂ ଓ କାନୋଇଂକୁ ସାମିଲ କରାଯାଇଛି। କାନୋଇଂରେ ଓଡ଼ିଶା ପୁରୁଷ ଦଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ କାୟାକିଂରେ ମହିଳା ଦଳ ଏବଂ ବ୍ୟକ୍ତିଗତ ବର୍ଗରେ…
ଉଡାଣବେଳେ ବିମାନ ଇଞ୍ଜିନ୍ରେ ଲାଗିଲା ନିଆଁ
ଆବୁଧାବି/ଥିରୁଭାନନ୍ତପୁରମ୍,୩।୨: ଆବୁଧାବିରୁ କାଲିକଟ ଅଭିମୁଖେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମଧ୍ୟଭାଗରେ ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହା ପରେ ବିମାନଟି ସୁରକ୍ଷିତ ଭାବେ ଆବୁଧାବିରେ ଅବତରଣ କରିଥିଲା। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଡିଜିସିଏ ଏହି ଘଟଣାକୁ ନିଶ୍ଚିତ…
ଅମନଙ୍କୁ ବ୍ରୋଞ୍ଜ ପଦକ
ଜାଗ୍ରେବ୍ (କ୍ରୋଏସିଆ),୩ା୨ (ପି.ଟି.): ଭାରତର ଅମନ ଶେରାଓ୍ବତ ଏଠାରେ ଚାଲିଥିବା ଜାଗ୍ରେବ୍ ଓପନ ରେସ୍ଲିଂ ଚାମ୍ପିୟନଶିପ୍ରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ୧୭ ବର୍ଷୀୟ ଅମନ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ)ର ଜେନି ରେ ରୋଡ୍ସ ରିଚାଡର୍ସଙ୍କୁ ୧୦-୪ରେ ପରାସ୍ତ କରି…
ଅମୂଲ କ୍ଷୀର ମୂଲ୍ୟ ପୁଣି ବଢିଲା
ଅହମ୍ମଦାବାଦ୍,୩।୨: ଗୁଜରାଟର କମ୍ପାନୀ ଅମୂଲ ପୁଣି ଥରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଛନ୍ତି। କ୍ଷୀରର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରାଯାଇଛି। ଏହା ତୁରନ୍ତ ପ୍ରଭାବ ସହିତ କାର୍ଯ୍ୟକାରୀ ହେବ। ଏହି ବୃଦ୍ଧି ପରେ ଅମୂଲ ଗୋଲ୍ଡର ମୂଲ୍ୟ…
ଧାନ ବିକ୍ରି କରିବାର ୫୦ ଦିନ ପରେ ବି ମିଳୁନି ପ୍ରାପ୍ୟ
କର୍ଲାମୁଣ୍ଡା,୩।୨(ଡି.ଏନ.ଏ.): ମଣ୍ଡିରେ ଧାନ ବିକ୍ରି କରିବା ୭୨ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବା ନିୟମ ରହିଛି। ହେଲେ ଚାଷୀମାନେ ସମୟ ସୀମା ଭିତରେ ପ୍ରାପ୍ୟ ରାଶି ପାଇପାରୁ ନ ଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଜିଲା କର୍ଲାମୁଣ୍ଡା…
ଶିକ୍ଷୟିତ୍ରୀ ବଦଳି ନେଇ ଉଆଁଲ ବିଦ୍ୟାଳୟରେ ଅଚଳାବସ୍ଥା
ବୌଦ୍ଧ,୩ା୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତର ଉଆଁଲ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ବଦଳି ନେଇ ଗୁରୁବାର ଦିନ ଅଚଳାବସ୍ଥା ଦେଖାଯିବା ସହ ଅଭିଭାବକମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଉକ୍ତ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ…
ସଫେଇ ଦେଲେ ସିଦ୍ଦରମୈୟା
ବେଙ୍ଗାଲୁରୁ,୩।୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତାଙ୍କ ନାମରେ କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଥିବା ଚିଠି ନକଲି ବୋଲି ଦାବି କରିଛନ୍ତି। କନ୍ନଡରେ ଲିଖିତ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସଭାପତି ସୋନିଆ ଗାନ୍ଧୀଙ୍କୁ ସମ୍ବୋଧିତ କରାଯାଇଥିବା ଏହି…
ବୌଦ୍ଧରେ ଯୋଗ ଦେଲେ ନୂତନ ଆରକ୍ଷୀ ଅଧୀକ୍ଷକ
ବୌଦ୍ଧ,୩ା୨(ସ୍ବ.ପ୍ର.): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ରାଜ୍ୟ ସରକାର ଆରକ୍ଷୀ ଅଧୀକ୍ଷକ ସ୍ତରରେ ଅଦଳ ବଦଳ କରିଥିଲେ। ବୌଦ୍ଧରେ ଥିବା ଆରକ୍ଷୀ ଅଧୀକ୍ଷକ ପ୍ରହଲାଦ ସହାଇ ମିନାଙ୍କୁ ବରଗଡ ଜିଲାକୁ ବଦଳି କରିବା ପରେ ବୌଦ୍ଧର ନୂତନ ଆରକ୍ଷୀ ଅଧୀକ୍ଷକ…
ଆବର୍ଜନା ଉଠାଇବା ଠେଲା କାବାଡ଼ିଆ ଦୋକାନରେ ବିକ୍ରି ଉଦ୍ୟମ
ନବରଙ୍ଗପୁର,୩।୨(ବି.ପ୍ର.): ନବରଙ୍ଗପୁର ପୌର ସଂସ୍ଥାରେ କାର୍ଯ୍ୟରତ ସାନିଟାରୀ ଏକ୍ସପର୍ଟ ମନୋଜ ଦତ୍ତ ଆବର୍ଜନା ଉଠାଇବା ଠେଲାଗୁଡିକ କାବାଡିଆ ଦକାନରେ ବିକ୍ରି କରିବାକୁ ନେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଛି। ମନୋଜ ଏବଂ ଭିଡିଓ କରୁଥିବା ବ୍ୟକ୍ତିଙ୍କ କଥାବାର୍ତ୍ତା ଏଥିରେ ରହିଛି।…
Archives


