Posted inଖେଳ

ଧୋନିଙ୍କୁ ଏବେ ଆଇପିଏଲରୁ ଅବସର ନେବା ଉଚିତ୍‌: କପିଲ ଦେବ

ନୂଆଦିଲ୍ଲୀ,୧୧।୫: ଆଇପିଏଲର ଏହି ସିଜନ୍‌ରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱର ଯାଦୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦେଖାଯାଉଛି। ଚେନ୍ନାଇ ସୁପର କିଙ୍ଗ୍ସ ବର୍ତ୍ତମାନ ୧୨ଟି ମ୍ୟାଚରେ ୭ ଟି ବିଜୟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ପ୍ଲେ ଅଫରେ ସେମାନଙ୍କର ସ୍ଥାନ ପ୍ରାୟ ନିଶ୍ଚିତ ହୋଇଛି। ଏହି ସମୟରେ ଭାରତୀୟ ବିଶ୍ୱ ବିଜେତା ଅଧିନାୟକ କପିଲ ଦେବ ଏବେ ଧୋନିଙ୍କୁ ଆଇପିଏଲରୁ ଅବସର ନେବାକୁ ପରାମର୍ଶ ଦେଇଛନ୍ତି।

ମହେନ୍ଦ୍ର ସିଂ ଧୋନିଙ୍କ ପ୍ରତି ପ୍ରଶଂସକଙ୍କ ଏତେ ସଂଲଗ୍ନତା ଦେଖି କପିଲ ଦେବ କହିଛନ୍ତି, ଧୋନି ନିଜକୁ ଏକ ବ୍ରାଣ୍ଡ ଭାବରେ ପ୍ରତିଷ୍ଠିତ କରିଛନ୍ତି। ମୁଁ ଏହା ମଧ୍ୟ ମାନୁଛି ଯେ, ଆପଣ ୪୦ ବର୍ଷ ବୟସରେ ୨୫ ବର୍ଷ ଭଳି ଦେଖାଯାଇ ପାରିବେନାହିଁ। ଶରୀରର ଗତି ସେପରି ନୁହେଁ। ତାଙ୍କର ଆଣ୍ଠୁ ସମସ୍ୟା, ପିଠି ସମସ୍ୟା ରହିଛି, କିନ୍ତୁ ଏହା ସତ୍ତ୍ୱେ ସେ ଖେଳକୁ ବହୁତ ଭଲ ଭାବରେ ନିୟନ୍ତ୍ରଣ କରୁଛନ୍ତି । ଏଥିପାଇଁ ଧୋନିଙ୍କୁ ଯେତେବି ପ୍ରଶଂସା କରିଯିବ ତାହା କମ୍‌ ପଡିବ।

କପିଲ ଦେବ ଆହୁରି କହିଛନ୍ତି, ଧୋନି ହୁଏତ ପୂର୍ବ ଭଳି ଖେଳିପାରୁନାହାନ୍ତି, ତଥାପି ତାଙ୍କ ଭିତରେ ପୂର୍ବଭଳି ସମାନ ଜିନିଷ ଦେଖିବାକୁ ମିଳେ। ଏହି ସିଜନରେ ସେ ପ୍ରମାଣ କରି ଦେଖାଇଛନ୍ତି। ଧୋନି ଏହି ସିଜନରେ ପରେ ଅଧିକ ଖେଳିବା ଉଚିତ୍‌ ନୁହେଁ, କାରଣ ଯଦି ଆଗକୁ ତାଙ୍କର ପ୍ରଦର୍ଶନ ଖରାପ ହୁଏ ତେବେ କେହି ଏହାକୁ ପସନ୍ଦ କରିବେ ନାହିଁ । ସେ ଭାରତୀୟ କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି ଏବଂ ମୁଁ ଭାବୁଛି ବର୍ତ୍ତମାନ ତାଙ୍କୁ ଅବସର ନେଇନେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଲିଭର ଖରାପ ହେବାର ଦଶ ଦିନ ପୂର୍ବରୁ ଦେଖାଦିଏ ଏହି ଲକ୍ଷଣ…

ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ। ହେପାଟାଇଟିସ୍‌କୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ…

ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍…

ମହିଳା ରେସଲର ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୩।୮: କୈସରଗଞ୍ଜ (ଉତ୍ତର ପ୍ରଦେଶ)ର ପୂର୍ବତନ ଏମପି ଏବଂ ଭାରତୀୟ ଜନତା ପାର୍ଟିର ନେତା ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି…

ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର କହିଛନ୍ତି।…

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

ବନ୍ୟା କ୍ଷୟକ୍ଷତି, କାହାକୁ କେତେ ଟଙ୍କା ମିଳିବ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୩ା୮: ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି ।…

ରାଜଧାନୀରେ ଭଙ୍ଗାଯିବ ସମସ୍ତ ବେଆଇନ ନିର୍ମାଣ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ…

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶତାଧିକ ଆବାସିକ ଘରେ ବେଆଇନ ଭାବେ ବ୍ୟବସାୟ କେନ୍ଦ୍ର ଚାଲିଛି। ଏହାସହିତ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ…

IND vs SL: ବୁମରା OUT; ଶ୍ରୀଲଙ୍କା ଗସ୍ତ ପୂର୍ବରୁ BCCIର ବଡ଼ ନିଷ୍ପତ୍ତି, ଏହି ଖେଳାଳିଙ୍କୁ ସୁଯୋଗ

ନୂଆଦିଲ୍ଲୀ,୩ା୮: ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମସ୍ୟା ବଢ଼ିଚାଲିଛି । ନୀତିଶ କୁମାର ରେଡ୍ଡୀ ଓ ହର୍ଷିତ ରାଣା ଆହତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri