Posted inଖେଳ

ନୀତୀଶଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରୁଛନ୍ତି ଶାହାରୁଖ, କେକେଆର ଅଧିନାୟକ ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୧୧।୫: ଶ୍ରେୟାସ ଆୟରଙ୍କ ଅନୁପସ୍ଥିତିରେ ନୀତୀଶ ରାଣା ଆଇପିଏଲ ୨୦୨୩ରେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ଅଧିନାୟକତ୍ୱ ଭାର ସମ୍ଭାଳିଛନ୍ତି। ଆୟରଙ୍କ ପିଠିରେ ଆଘାତ ହେତୁ ଆଇପିଏଲ ୧୬ରେ ଖେଳିପାରିନାହାନ୍ତି। ତେବେ ନୀତୀଶ ରାଣାଙ୍କ ଅଧିନାୟକତ୍ୱରେ କେକେଆର ଏ ପର୍ଯ୍ୟନ୍ତ ୧୧ ଟି ମ୍ୟାଚ ଖେଳିଛି ଯେଉଁଥିରେ ଦଳ ୫ ଟି ମ୍ୟାଚ ଜିତିଛି ଏବଂ ୬ଟି ମ୍ୟାଚ ହାରିଛି। ଟୁର୍ନାମେଣ୍ଟରେ ନୀତୀଶଙ୍କ ଅଧିନାୟକତ୍ୱକୁ ନେଇ ଦଳର ମାଲିକ ଶାହାରୁଖ ଖାନ ବହୁତ ଖୁସିଥିବା ନଜର ଆସିଛନ୍ତି। ଅଧିନାୟକ ନୀତୀଶ ନିଜେ ଏହା ଖୁଲାସା କରିଛନ୍ତି।

ଷ୍ଟାର ସ୍ପୋର୍ଟସ ସହ କଥାବାର୍ତ୍ତା କରି ନୀତୀଶ ରାଣା କହିଛନ୍ତି, ଶାହରୁଖ ଖାନ ତାଙ୍କ ଅଧିନାୟକତ୍ୱକୁ ପ୍ରଶଂସା କରିଛନ୍ତି। ନିକଟରେ ଶାହରୁଖ ଖାନଙ୍କର ଏକ କଲ ଆସିଥିଲା। ସେ କହିଥିଲେ, ଭରଷା ରଖ। ଆପଣ ଜଣେ ଅଧିନାୟକ ଭାବରେ ଭଲ କାର୍ଯ୍ୟ କରୁଛନ୍ତି। ଅଧିକ ସନ୍ଦେହ ଆଣିବାର ଆବଶ୍ୟକତା ନାହିଁ । ଯାହା ଭାବୁଛନ୍ତି ତାହା କରନ୍ତୁ, ମୁଁ ତୁମକୁ ସମର୍ଥନ କରୁଛି।

କୋଲକାତା ନାଇଟ ରାଇଡର୍ସ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ୧୧ଟି ମ୍ୟାଚରେ ଦଳର ୫ଟି ବିଜୟ ସହ ୧୦ ପଏଣ୍ଟ ଏବଂ -୦.୦୭୯ ନେଟ ନେ ରେଟ୍‌ଟ ଅଛି।ଦଳ ଏ ପର୍ଯ୍ୟନ୍ତ ମୋଟ ତିନିଟି ଲିଗ ମ୍ୟାଚ ଖେଳିବା ବାକି ଅଛି। ସମସ୍ତ ତିନୋଟି ମ୍ୟାଚ ଜିତିବା ଦ୍ୱାରା କେକେଆର୍‌ ପ୍ଲେ ଅଫ ଟିକେଟ କାଟିବ। କୋଲକାତା ସେମାନଙ୍କର ପରବର୍ତ୍ତୀ ମ୍ୟାଚ ଆଜି ଅର୍ଥାତ୍‌ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜ ଘରୋଇ ଷ୍ଟାଡିୟମ ଇଡେନ ଗାର୍ଡେନ୍ସରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼,୩।୮: ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି, ଏହା ସହ ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ…

ଖଜୁରିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ଆମେ ବିଶେଷଭାବରେ ଜଳଖିଆରେ ବ୍ୟବହାର କରିଥାଉ। ଏହାକୁ ନିୟମିତ ଖାଇଲେ ହଜମ କ୍ରିୟା ଆହୁରି ସକ୍ରିୟ…

କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା…

ଓଡ଼ିଶା ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ,୩।୮(ପ୍ରଭୁକଲ୍ୟାଣ ପାଲ୍): ଏମକେସିଜି ମେଡିକାଲ କଲେଜର ପିଜି ଶେଷ ବର୍ଷ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏହି ମାମାଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର…

ମଦ ଦୋକାନର ହବ୍‌ ପାଲଟିଛି ଭଟଲି ଛକ, ରାସ୍ତାକୁ ଓହ୍ଲାଇଲେ ଲୋକେ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ନିଶା କାରବାର ସାଧାରଣରେ ପରିଣତ ହୋଇଯାଇଛି । ଲୁଚାଛପା ଚାଲିଥିବା ଏହି କାରବାର ଉପରେ ବିଭିନ୍ନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି…

ନାଳ ସୁଅରେ ଭାସି ଚାଲିଗଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବି ତେଜିଲା

ବାସୁଦେବପୁର,୩।୮(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତ ଦୁବ ନାଳରୁ ସୋମବାର ଜଣେ ଚାଷଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ…

ଲିଭର ଖରାପ ହେବାର ଦଶ ଦିନ ପୂର୍ବରୁ ଦେଖାଦିଏ ଏହି ଲକ୍ଷଣ…

ମିଳିତ ଭାବେ ଏକପ୍ରକାର ସଂକ୍ରାମକ ରୋଗକୁ ହେପାଟାଇଟିସ୍‌ କୁହାଯାଏ। ସାଧାରଣ ଅର୍ଥରେ ବୁଝିବାକୁ ଗଲେ ଏହା ଲିଭର ସମ୍ବନ୍ଧୀୟ ଏକ ରୋଗ। ହେପାଟାଇଟିସ୍‌କୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ…

ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri