୨ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡା: ସମାଜସେବୀଙ୍କ ସହାୟତାରେ ଘରେ ପଶିଲେ

ଛତ୍ରପୁର,୧୧ା୫(ଡି.ଏନ୍‌.ଏ.): ଦୁଇ କନ୍ୟା ସନ୍ତାନ ପରେ ସ୍ତ୍ରୀ ଅଲୋଡ଼ା ହୋଇଯାଇଛନ୍ତି। ନିଜ ସ୍ତ୍ରୀ ଓ ୨ ପିଲାମାନଙ୍କୁ ଛାଡ଼ି ସ୍ବାମୀ ପ୍ରତ୍ୟାଖାନ କରିବା ସହ ସୁଦୂର କେରଳ ରାଜ୍ୟକୁ ଚାଲିଯାଇଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ କତୁରୁ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉକ୍ତ ଗାଁର ଜି.ଘନଶ୍ୟାମ ରେଡ୍ଡୀଙ୍କ ସହ ସେହି ଗାଁର ଜି. ବୁଲି ରେଡ୍ଡୀଙ୍କ ଗତ ୧୨ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା। ପରେ ତାଙ୍କର ୨ କନ୍ୟା ସନ୍ତାନ ହୋଇଥିଲେ। ଏହାପର ଠାରୁ ତାଙ୍କ ସ୍ବାମୀ ଘନଶ୍ୟାମ ଏବଂ ତାଙ୍କ ଦେଢ଼ଶାଶୁ ଓ ଦିଅରଙ୍କ ପକ୍ଷରୁ ନିର୍ଯାତନା ଦିଆଯାଉଥିବା ବୁଲି ଅଭିଯୋଗ କରିଛନ୍ତି। ତାଙ୍କ ସ୍ବାମୀ ଆଉ ଜଣଙ୍କୁ ମଧ୍ୟ ବିବାହ କରିସାରିଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଘନଶ୍ୟାମ ଦ୍ୱିତୀୟ ବିବାହ କରିଥିବା ଜାଣିବା ପରେ ବୁଲିଙ୍କ ପକ୍ଷରୁ ଛତ୍ରପୁର ଥାନାରେ ଏତଲା ଦିଆଯାଇଥିଲା। ଏଥିସହ ଗଞ୍ଜାମ ଏସ୍‌ପିଙ୍କଠାରୁ ଆରମ୍ଭ କରି ଗଞ୍ଜାମ ଜିଲାପାଳ, ରାଜ୍ୟ ମହିଳା କମିଶନ, ରାଜ୍ୟ ମାନବାଧିକାର କମିଶନ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖଙ୍କୁ ଚିଠି ଲେଖି ନ୍ୟାୟ ପାଇଁ ବୁଲି ଗୁହାରି କରିସାରିଛନ୍ତି। ଏହାପରେ ତାଙ୍କୁ ଘରୁ ମଧ୍ୟ ବାହାର କରିଦିଆଯାଇଥିଲା ବୋଲି ବୁଲି କହିଛନ୍ତି। ପରେ ବ୍ରହ୍ମପୁରସ୍ଥିତ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କୁ ଏସମ୍ପର୍କରେ ସହଯୋଗ ସହ ନ୍ୟାୟ ପ୍ରଦାନ କରିବାକୁ ବୁଲି ନିବେଦନ କରିଥିଲେ। ଗୁରୁବାର ସମାଜସେବୀ ପ୍ରମିଳା ଉକ୍ତ ଗାଁକୁ ଆସି ବୁଲିଙ୍କୁ ତାଙ୍କ ସ୍ବାମୀ ଘନଶ୍ୟାମଙ୍କ ଘରେ ନେଇ ରଖିଥିଲେ। ଯଦି ଭବିଷ୍ୟତରେ ତାଙ୍କର କୌଣସି ଅସୁବିଧା ହୁଏ ତେବେ ଦେଢ଼ଶାଶୁ ଓ ଦିଅର ଦାୟୀ ରହିବେ ବୋଲି ପ୍ରମିଳା ଗଣମାଧ୍ୟମ ଆଗରେ କହିଛନ୍ତି। କେରଳରୁ ଘନଶ୍ୟାମ ଆସି ତାଙ୍କର ସ୍ତ୍ରୀ ଓ ୨ ଝିଅର ରହିବା ଓ ଖାଇବା ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ପୋଲିସ ମଧ୍ୟ ତାଙ୍କ ସୁରକ୍ଷା ବ୍ୟବସ୍ଥା ବୁଝୁ ବୋଲି ସମାଜସେବୀ ପ୍ରମିଳା କହିଛନ୍ତି। ଅପରପକ୍ଷରେ ମୋ’ ସ୍ବାମୀ ଦ୍ୱିତୀୟ ବିବାହ କରିଥିବାରୁ ମୋତେ ଏ ଘରେ ରହିବାର ଅଧିକାର ସହ ପିଲାମାନଙ୍କ ଭରଣପୋଷଣ ସ୍ବାମୀ ହିଁ ବ୍ୟବସ୍ଥା କରିବାକୁ ନିର୍ଯାତିତା ବୁଲି କହିଛନ୍ତି। ତେବେ ଏସବୁ ମିଥ୍ୟା ବୋଲି ଦେଢଶାଶୁ ଜି.ବବି ରେଡ୍ଡୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri