କଂଗ୍ରେସକୁ ଗୋଟିଏ ବି ଭୋଟ ଦେବା ଉଚିତ୍ ନୁହେଁ: କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଲଣ୍ଡନ ଗସ୍ତ କରିଥିଲେ। ସେଠାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସେ ଭାରତ ବିଷୟରେ ଅନେକ କଥା କହିଥିଲେ। ରାହୁଲଙ୍କ ସେହି ବିବୃତ୍ତିକୁ ନେଇ ଭାଜପା ଦୃଢ ବିରୋଧ କରୁଛି। ଏହି ସମୟରେ କର୍ନାଟକର ହବଲିରେ…
ଶଙ୍ଖ ଛାଡି ପଦ୍ମ ଧରିବେ ପୂର୍ବତନ ବିଧାୟକ ହୃଷିକେଶ ନାଏକ
ଭୁବନେଶ୍ୱର,୧୭।୩(ବ୍ୟୁରୋ): ପାଟଣାର ପୂର୍ବତନ ବିଧାୟକ ହୃଷିକେଶ ନାଏକ ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଛି। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଭଦ୍ରକ ଗସ୍ତ ବେଳେ ବିଜେଡି ଛାଡି ଭାଜପାରେ ମିଶିବା ନେଇ ଚର୍ଚ୍ଚା ହେଉଛି।…
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି
ମୁମ୍ବାଇ,୧୭ା୩: ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଭାରତର ଅଧିନାୟକ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଅଷ୍ଟ୍ରେଲିଆ…
ପେଟ୍ରୋଲ ପମ୍ପ୍ରେ ଅସମ୍ଭାଳ ଭିଡ଼
ପାଟଣା,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଶୁକ୍ରବାର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୩ୟ ଦିନରେ ପହଞ୍ଚିଛି। ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟଓ୍ବାଡା ଜାତୀୟ ରାଜପଥ ଉପରେ ମଙ୍ଗଳପୁର ନିକଟରେ ଡ୍ରାଇଭର ସଂଘ ବ୍ଲକ…
ଗୃହ ସ୍ଥଗିତ ହେବା ପରେ ଗାନ୍ଧୀ ମୂର୍ତ୍ତି ତଳେ ଆଦାନୀ ପ୍ରସଙ୍ଗକୁ ନେଇ ଧାରଣାରେ ବସିଲେ ବିରୋଧୀ ନେତା
ନୂଆଦିଲ୍ଲୀ,୧୭।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଶୁକ୍ରବାର ଉଭୟ ଗୃହକାର୍ଯ୍ୟ ଚାଲିପାରିନାହିଁ। ଯାହା ପରେ ଲୋକ ସଭା ଏବଂ ରାଜ୍ୟ ସଭାକୁ ମାର୍ଚ୍ଚ ୨୦ ଯାଏ ସ୍ଥଗିତ ରଖାଯାଇଛି। ଏହି ସମୟରେ ବିରୋଧୀ ଦଳର ନେତାମାନେ ସଂସଦ ଭବନର…
ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ମାମଲା: ୧୨ ଡ୍ରାଇଭର ଗିରଫ
ଛତ୍ରପୁର,୧୭ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକଠାରେ ଗୁରୁବାର ସନ୍ଧ୍ୟାରେ ପୋଲିସ ଓ ଆନ୍ଦୋଳନରତ ଡ୍ରାଇଭରମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏହା ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଫଳରେ ପୋଲିସକୁ ଲାଠି ଚାର୍ଜ…
ଡବ୍ଲୁଟିସି ଫାଇନାଲ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ଫାଇନାଲ ଜୁନ୍ ୭ରୁ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର ଓଭାଲରେ ଅନୁଷ୍ଠିତ ହେବ। ଚାମ୍ପିୟନଶିପ୍ର ପ୍ରଥମ ସଂସ୍କରଣ ଫାଇନାଲରେ ଭାରତ ପ୍ରତିପକ୍ଷ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା। କ୍ରମାଗତ ଦ୍ୱିତୀୟଥର ଫାଇନାଲ ଖେଳିବାକୁ ଯାଉଥିବାରୁ…
ଘରକୁ ଫେରିଲେ ତାମିଲନାଡୁରେ ବନ୍ଧା ପଡ଼ିଥିବା ଶ୍ରମିକ
ଭବାନୀପାଟଣା,୧୭।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ଗ୍ରାମର ଗୋଟିଏ ପରିବାରର ୧୦ଜଣ ଦାଦନ ଶ୍ରମିକ ତାମିଲନାଡୁର ବୀରାକୁପମ ନିକଟରେ ବନ୍ଧା ପଡିଥିଲେ। ଏହି ଘଟଣା ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଗ୍ରାମର ଜଣେ ଦଲାଲ କଥାରେ ପଡି ଗତ ୭…
ଶୋଷଣର ଶିକାର ମହୁଲଫୁଲ ଗୋଟାଳି
ଭବାନୀପାଟଣା,୧୭।୩(ସ୍ବ.ପ୍ର.): ମହୁଲ ଫୁଲ ପଶ୍ଚିମ ଓଡିଶାର ଗ୍ରାମ୍ୟ ଜନଜୀବନରେ ଆର୍ଥିକ ପରିସ୍ଥିତିକୁ ସୁଦୃଢ କରିବାରେ ସହାୟକ ହୁଏ। ଦୁର୍ବଳ ଥିବା ବ୍ୟକ୍ତି ବିଶେଷଙ୍କର ଆଶାର ସଞ୍ଚାର କରି ପରିବାର ପାଇଁ ଆନନ୍ଦ ଉଲ୍ଳାସର ଦ୍ରବ୍ୟ ହେଉଛି ମହୁଲ। କେବଳ ସେତିକି ନୁହେଁ,…
ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ
ବରଗଡ଼ ଅଫିସ,୧୭ା୩: ସାମାଜିକ ସୁରକ୍ଷା, ସମ୍ମାନ ଏବଂ ଅଧିକାର ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଗତ ୧୫ତାରିଖରୁ ଅଖଚକ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲା। ରାଜ୍ୟବ୍ୟାପି ଚାଲିଥିବା ଏହି ଆନ୍ଦୋଳନ ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇ ପଡ଼ିଥିଲା। ଗୁରୁବାର ଡ୍ରାଇଭର ମହାସଂଘର…
ଜିମ୍ରେ ଅଭିନେତା ଅମାନ ଧାଲିଓ୍ବାଲଙ୍କ ଉପରେ ଆକ୍ରମଣ, ଭିଡିଓ ଭାଇରାଲ
ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଯୋଦ୍ଧା ଅକବର’ ଫେମ୍ ଅମାନ ଧାଲିଓ୍ବାଲଙ୍କ ଉପରେ ଗୁରୁବାର କାଲିଫର୍ନିଆର ଏକ ଜିମ୍ରେ ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି କୁରାଡି ଧରି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…
ଦେବଦୂତ ସାଜି ଜଣଙ୍କ ଜୀବନ ବଞ୍ଚାଇଲେ ଆର୍ପିଏଫ୍ କନଷ୍ଟେବଳ
ଛତ୍ରପୁର,୧୭ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନରେ ଜଣେ ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ଆର୍ପିଏଫ୍ ଯବାନ। ଚଳନ୍ତା ଟ୍ରେନରୁ ଡେଇଁପଡ଼ି ଯୁବକ ରେଳ ଧାରଣା ଭିତରକୁ ଟାଣି ହୋଇଯିବା ପୂର୍ବରୁ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଛନ୍ତି କାର୍ଯ୍ୟରତ ଆର୍ପିଏଫ୍…
Archives


