ଉଦ୍‌ଘାଟନ ପୂର୍ବରୁ ଦବିଗଲା ବିଜୁ ସେତୁ

ଲୋଇସିଂହା,୨୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ପନେସରାରୁ କେଉଁଟିପାଲିକୁ ସଂଯୋଗ କରୁଥିବା ଘେସରା ନାଳରେ ବିଜୁ ସେତୁ ନିର୍ମାଣ ହୋଇଛି। ଉଦ୍‌ଘାଟନ ପୂର୍ବରୁ ସେତୁର ଉଭୟ ପାର୍ଶ୍ୱରେ ରାସ୍ତା ଦବି ଯାଇଛି। ସେତୁ ଅସୁରକ୍ଷିତ ହୋଇପଡିଛି। ଯାତ୍ରୀମାନେ ଏହି ରାସ୍ତାରେ ଯିବାଆସିବାକୁ ଭୟ କରୁଛନ୍ତି। ସେତୁର ଏପରି ଅବସ୍ଥା ଦେଖିବା ପରେ ପନେସରା ଓ କେଉଁଟୋପାଲି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର କାମକୁ ଦାୟୀ କରିଛନ୍ତି ସେମାନେ। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ ଘେସରା ନାଳରେ ୫ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଥିଲେ। ଗତ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୪ ଜାନୁୟାରୀରେ ମନ୍ତ୍ରୀ ନିରଞ୍ଜନ ପୂଝାରୀ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ସ୍ଥାନୀୟ ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଏହି ସେତୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଶିଳାନ୍ୟାସକୁ ନେଇ ସେତେବେଳେ ବିଜେଡି ଓ ଭାଜପା କର୍ମୀ ମୁହାମୁହିଁ ହୋଇଥିଲେ। ଶିଳାନ୍ୟାସର ବର୍ଷକ ପରେ କାମ ଆରମ୍ଭ ହୋଇଥିଲା। ଗତ ୩୧ ଜାନୁୟାରୀ ୨୦୨୩ରେ ବିଧାୟକ ମହାଲିଙ୍ଗ କ୍ଷେତ୍ର ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ଓ କାମ କରୁଥିବା ଠିକାଦାରଙ୍କ ସହ ଆଲୋଚନା କରି କାମର ଅଗ୍ରଗତି ନେଇ ପଚାରି ବୁଝିଥିଲେ। ସେତୁ କାମ ନିମ୍ନମାନର ହେଉଥିବା ଜାଣି ପନେସରା ଓ କେଉଁଟିପାଲି ଗ୍ରାମବାସୀ କାମ କରୁଥିବା ଠିକାଦାରକୁ ତାଗିଦ କରିଆସୁଥିଲେ। ସେତୁ ଓ ୫ ଶହ ମିଟର ରାସ୍ତାକାମ ସରିବା ପରେ ଚଳିତ ମାସ ଠିକାଦାର କ୍ୟାମ୍ପ ଉଠାଇଛନ୍ତି। ଗତ କିଛିଦିନ ହେଲା ସେତୁ ଉପର ଦେଇ ଯାନବାହାନ ଓ ସାଧାରଣ ଯାତ୍ରୀ ଯାତାୟାତ କରୁଛନ୍ତି। ଏହା ପୂର୍ବରୁ ସେତୁ ତଳ ରାସ୍ତାରେ ଯିବାଆସିବା କରୁଥିଲେ। ଗତ ୩ ଦିନ ହେଲା ମୌସୁମୀବର୍ଷା ଲାଗି ରହିଛି। ଲଗାଣ ବର୍ଷା ପରେ ପନେସରା ପଟରୁ ଗଲାବେଳେ ସେତୁର ବାମପାର୍ଶ୍ୱରେ କଂକ୍ରିଟ ଓ ପିଚୁ ଦବି ଆଁ କରିଛି। ସେହିପରି କେଉଁଟିପାଲି ପଟରୁ ଆସିଲା ବେଳେ ସେତୁ ସଂଲଗ୍ନ ଡାହାଣ ପାର୍ଶ୍ୱରେ୧ଫୁଟ କଂକ୍ରିଟ ଓ ପିଚୁ ଦବି ଯାଇଛି। ଏହା ବ୍ୟତୀତ ସେତୁର ଉଭୟ ପାର୍ଶ୍ୱରେ ହୋଇଥିବା ରାସ୍ତା ଅନେକ ସ୍ଥାନରେ ଦବି ଯାଇଛି ଏବଂ ପଥର ପେଚିଂ ମଧ୍ୟ ବର୍ଷାରେ ଖସି ଯାଇଛି। ନିମ୍ନମାନର କାମ ହୋଇଥିବାରୁ ଏପରି ଅବସ୍ଥା ହୋଇଥିବା ପନେସରା ଗ୍ରାମର ଶଙ୍କର ବିଶ୍ୱାଳ କହିଛନ୍ତି। ଅଞ୍ଚଳବାସୀ ଦୀର୍ଘ ଦାବି ପରେ ଘେସାରି ନାଳାରେ ବିଜୁ ସେତୁ ନିର୍ମାଣ ପରେ ପନେସରା ଓ କେଉଁଟିପାଲି ଗ୍ରାମବାସୀ ଖୁସି ହୋଇଥିଲୁ ା ବାଲି ଉପରେ କଂକ୍ରିଟ କରଣ କରାଯାଇଛି। ଖାଲି ଗୋଡରେ ଦବି ଯାଉଛି ା ବର୍ଷା ହେବାରୁ ଆହୁରୀ ଶୋଚନୀୟ ହୋଇ ପଡିଛି। ସେତୁର ଉଦ୍‌ଘାଟନ ପୂର୍ବରୁ ଏପରି ଅବସ୍ଥା ଅଞ୍ଚଳବାସୀଙ୍କୁ କଷ୍ଟ ଦେଇଛି। ଭଲ କାମ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ତାଗିଦ କରାଯାଉଥିଲା। ବିଭାଗ ଓ ଠିକା ସଂସ୍ଥା ନ ଶୁଣିବାରୁ ଏପରି ଦୂରାବସ୍ଥା ହୋଇଛି ା ଏଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଳ କହିଛନ୍ତି। ଗ୍ରାମ୍ୟ ଉନ୍ନୟନସଂସ୍ଥା ନିର୍ବାହୀ ଯନ୍ତ୍ରୀ ନିର୍ମଳ ଜେନାଙ୍କୁ ପଚାରିବାରୁ କ୍ଷେତ୍ର ପରିଦର୍ଶନ କରି ଦେଖିଲା ପରେ ସେ କହି ପାରିବେ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସେତୁ କାମ ସରି ଯାଇଛି। ହେଲେ ପନେସରା ପଟରୁ ଗଲେ ସେତୁର ବାମ ପାର୍ଶ୍ୱରେ ଏକ ସୂଚନା ଫଳକ ଲାଗିଛି ସତ ା ହେଲେ ସେହି ଫଳକରେ କୌଣସି ସୂଚନା ନାହିଁ। ଏହି କାମ କେଉଁ ଠିକା ସଂସ୍ଥା କରୁଛି ଏବଂ ବ୍ୟୟ ଅଟକଳ କେତେ ତାହା ସାଧାରଣ ଲୋକେ ଅଦ୍ୟାବଧି ଅଜ୍ଞ ଅଛନ୍ତି। କାମ ପୂର୍ବରୁ ଫଳକ ଲାଗିବାର ସରକାରୀ ନିର୍ଦ୍ଦେଶାନାମା ରହିଛି। ଦୁର୍ନୀତିକୁ ଲୁଚାଇବାକୁ ଯାଇ ବିଭାଗ ଓ ଠିକା ସଂସ୍ଥା ଏପରି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?