ଲୋକାର୍ପଣ ହେଉନି ଜିଏମ୍‌ୟୁ ଅତ୍ୟାଧୁନିକ ଅଡିଟୋରିୟମ

ସମ୍ବଲପୁର,୨୭ା୬(ଶୁଭାଶିଷ ପାଢୀ): ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍‌ୟୁ)ର ଅତ୍ୟାଧୁନିକ ଅଡିଟୋରିୟମ କାର୍ଯ୍ୟ ପ୍ରାୟ ଏକବର୍ଷ ହେବ ସମ୍ପୂର୍ଣ୍ଣ ହୋଇଛି। ହେଲେ ଏହା ଲୋକାର୍ପଣ ହୋଇ ନ ଥିବାରୁ ବ୍ୟବହାରରେ ଆସିପାରୁ ନାହିଁ। କାମ ସରିବା ପରେ ମଧ୍ୟ ଜିଏମ୍‌ୟୁକୁ ଅଡିଟୋରିୟମ ହସ୍ତାନ୍ତର କରାଯାଉ ନାହିଁ। ଜିଲାର ଅନ୍ୟାନ୍ୟ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ ଦିନରେ ଏହାକୁ ଲୋକାପର୍ଣ କରାଯିବ ଏବଂ ପରେ ହସ୍ତାନ୍ତର କରାଯିବ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହାକୁ ବ୍ୟବହାର କରାଯାଉ ନ ଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଶିକ୍ଷାବିତ୍‌ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଅଡିଟୋରିୟମ ନିର୍ମାଣ ଶେଷ ପରେ ଲୋକାର୍ପଣ କରାଯାଉ ନ ଥିବାରୁ ଜିଏମ୍‌ୟୁରେ ଆୟୋଜିତ ସଭାସମିତି ବା ସେମିନାର ଆୟୋଜନ କରିବାରେ ବହୁତ ସମସ୍ୟା ହେଉଛି। ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଥିବା ଅଡିଟୋରିୟମ ଛୋଟ ରହିଛି। ଏଥିରେ ମାତ୍ର ୩୦୦ରୁ ୩୫୦ ଅଂଶଗ୍ରହଣକାରୀଙ୍କୁ ସ୍ଥାନିତ କରିବାର କ୍ଷମତା ରହିଛି। ତେଣୁ ବଡ କାର୍ଯ୍ୟକ୍ରମ ପାଇଁ ଖୋଲା ପଡିଆ ବ୍ୟବହାର କରାଯାଉଛି। ଏଥିରେ ଅସ୍ଥାୟୀ ଟେଣ୍ଟ ଓ ଅନ୍ୟାନ୍ୟ ସାମଗ୍ରୀ ବାବଦରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଗତ ଏପ୍ରିଲରେ ଗ୍ରୀଷ୍ମପ୍ରବାହ ସମୟରେ ସମାବର୍ତ୍ତନ ଉତ୍ସବ ଟେଣ୍ଟ ଲଗାଇ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଶୀଘ୍ର ଅଡିଟୋରିୟମ ଲୋକାର୍ପଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି। ଏ ସମ୍ପର୍କରେ ଜିଏମ୍‌ୟୁ କୁଳପତି ପ୍ରଫେସର ଏନ୍‌ ନାଗାରାଜୁ କହିଛନ୍ତି, ଏହି ପ୍ରକଳ୍ପ ଶେଷ କରିବାକୁ ୬ବର୍ଷ ସମୟ ଲାଗିଛି। ବହୁ ବିଳମ୍ବ ହେଲେ ମଧ୍ୟ ଅଡିଟୋରିୟମ ନିର୍ମାଣ କାମ ସରିଛି। ପୂର୍ତ୍ତ ବିଭାଗ ପକ୍ଷରୁ କାମ କରାଯାଇଥିଲା। ହେଲେ ଏବେ ଅଡିଟୋରିୟମ ଜିଏମ୍‌ୟୁକୁ ହସ୍ତାନ୍ତର କରାଯାଇ ନାହିଁ। ଏହାକୁ ଉଦ୍‌ଘାଟନ କରି ଶୀଘ୍ର ହସ୍ତାନ୍ତର କରିବାକୁ ଅନେକଥର ଅନୁରୋଧ କରାଯାଇଛି। ହେଲେ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ଅଡିଟୋରିୟମ ପାଇଁ ମୂଳଦୁଆ ପକାଯାଇଥିଲା। ହେଲେ ପ୍ରକଳ୍ପ କାର୍ଯ୍ୟ ୨୦୧୯ ମସିହା ମେ ମାସରେ ଆରମ୍ଭ ହୋଇଥିଲା। ୧୮ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ୨୦,୬୧୧ ବର୍ଗଫୁଟ ଅଞ୍ଚଳରେ ଅତ୍ୟାଧୁନିକ ଅଡିଟୋରିୟମ ରହିଛି। ସମୁଦାୟ କ୍ଷେତ୍ର ମଧ୍ୟରୁ ପ୍ରାୟ ୧୫,୦୦୦ ବର୍ଗଫୁଟ ପାର୍କିଂ ପାଇଁ ବ୍ୟବହୃତ ହେବ। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦.୫ କୋଟି ଟଙ୍କା ରହିଛି। ୧୨୦୦ ସିଟ୍‌ ବିଶିଷ୍ଟ ଅଡିଟୋରିୟମ୍‌ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରିତ ଓ ଉନ୍ନତ ଧ୍ୱନି ପ୍ରଣାଳୀ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri